ପ୍ରତିରକ୍ଷା ମନ୍ତ୍ରଣାଳୟ

ଲଦାଖ ସୀମା ପରିସ୍ଥିତି ନେଇ ମିଳିତ ପ୍ରତିରକ୍ଷା ସେବା ମୁଖ୍ୟ ଓ ତିନି ସେନା ମୁଖ୍ୟଙ୍କ ସହ ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସମୀକ୍ଷା

Posted On: 17 JUN 2020 3:23PM by PIB Bhubaneshwar

ପ୍ରତିରକ୍ଷା ମନ୍ତ୍ରୀ ଆଜି (17.06.2020) ଲଦାଖ ସୀମା ପରିସ୍ଥିତି ନେଇ ନୂଆଦିଲ୍ଲୀଠାରେ ଏକ ବୈଠକରେ ସମୀକ୍ଷା କରିଛନ୍ତି ବୈଠକରେ ପ୍ରତିରକ୍ଷା ସେବା ମୁଖ୍ୟ ତଥା ସାମରିକ ବ୍ୟାପାର ବିଭାଗ ସଚିବ ଜେନେରାଲ ବିପିନ ରାୱତ, ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ଏମ ଏମ ନରବଣେ, ନୌସେନା ଅଧ୍ୟକ୍ଷ ଆଡମିରାଲ କରମବିର ସିଂହ ଓ ବାୟୁ ସେନାଧ୍ୟକ୍ଷ ଏୟାର ଚିଫ ମାର୍ଶାଲ ଆର. କେ. ଏସ. ଭାଦୌରିଆ ଉପସ୍ଥିତ ଥିଲେ ।   

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ପରେ ଏକ ଟ୍ଵିଟ ଯୋଗେ ସୀମା ସଂଘର୍ଷରେ ପ୍ରାଣବଳି ଦେଇଥିବା ଜବାନମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶୋକ ପ୍ରକାଶ କରିଥିଲେ ସେ କହିଥିଲେ ଯେ, “ଗଲୱାନରେ ସୈନିକମାନଙ୍କ ପ୍ରାଣବଳି ଖୁବ ହୃଦୟ ବିଦାରକ ଓ ଯନ୍ତ୍ରଣା ଦାୟକ । ଆମର ବୀର ଜବାନମାନେ ଦୃଷ୍ଟାନ୍ତମୂଳକ ସାହସିକତା ଓ ଅସାଧାରଣ କର୍ତ୍ତବ୍ୟନିଷ୍ଠା ପ୍ରଦର୍ଶନ କରି ଭାରତୀୟ ସେନାର ପରମ୍ପରା ଅନୁସାରେ ସେମାନଙ୍କର ପ୍ରାଣ ଉତ୍ସର୍ଗ କରିଛନ୍ତି । ସେମାନଙ୍କର ଏହି ସାହସ ଓ ତ୍ୟାଗକୁ ଦେଶ କେବେ ଭୁଲିପାରିବ ନାହିଁ । ପ୍ରାଣବଳି ଦେଇଥିବା ଏହି ସୈନିକମାନଙ୍କ ପରିବାର ବର୍ଗଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି । ଏଭଳି କଠିନ ପରିସ୍ଥିତିରେ ସମଗ୍ର ଦେଶ ସେମାନଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଛି । ଭାରତର ଏହି ବୀର ସୈନିକମାନଙ୍କ ଅସୀମ ସାହସ ପାଇଁ ଆମେ ଗର୍ବିତ,” ବୋଲି ସେ କହିଛନ୍ତି ।

 

**********



(Release ID: 1632134) Visitor Counter : 170