ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

• ଆରୋଗ୍ୟ ହାର ଶତକଡା 51.08କୁ ବୃଦ୍ଧି
• ବର୍ତ୍ତମାନ 900ରୁ ଅଧିକ ପରୀକ୍ଷାଗାରରେ ହେଉଛି କୋଭିଡ-19 ନମୁନା ପରୀକ୍ଷା

Posted On: 15 JUN 2020 5:38PM by PIB Bhubaneshwar

ଗତ 24 ଘଣ୍ଟା ମଧ୍ୟରେ 7,419ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ମୋଟ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା 1,69,797ରେ ପହଞ୍ଚିଛି । ଆରୋଗ୍ୟ ହାର ଶତକଡା 51.08 ହୋଇଥିବା ବେଳେ ଅଧାରୁ ଅଧିକ ସଂକ୍ରମିତ ରୋଗୀ କରୋନାରୁ ସୁସ୍ଥ ହେଉଥିବା ପ୍ରମାଣିତ ହୋଇଛି । ବର୍ତ୍ତମାନ ମୋଟ 1,53,106 ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି ।

ଆଇସିଏମଆର ଦ୍ଵାରା କରୋନା ଭୂତାଣୁ ଚିହ୍ନଟ ପାଇଁ ନମୁନା ପରୀକ୍ଷଣ ସଂଖ୍ୟା ମଧ୍ୟ ପ୍ରତିଦିନ ବୃଦ୍ଧି ପାଉଛି । ସରକାରୀ ପରୀକ୍ଷାଗାର 653କୁ ବୃଦ୍ଧି ପାଇଥିବା ବେଳେ ବେସରକାରୀ ପରୀକ୍ଷାଗାର 248କୁ ବୃଦ୍ଧି ପାଇଛି । ବର୍ତ୍ତମାନ ମୋଟ 901ଟି ପରୀକ୍ଷାଗାରରେ ଏହି ପରୀକ୍ଷା କରାଯାଉଛି ।

Real-Time RT PCR based testing labs: 534 (Govt: 347 + Private: 187)

TrueNat based testing labs : 296 (Govt: 281 + Private: 15)

CBNAAT based testing labs : 71 (Govt: 25 + Private: 46)

ଗତ 24ଘଣ୍ଟା ମଧ୍ୟରେ 1,15,519ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ନମୁନା ପରୀକ୍ଷା 57,74,133ରେ ପହଞ୍ଚିଛି

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 

 

 



(Release ID: 1631752) Visitor Counter : 220