ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

‘ସମ୍ପୂର୍ଣ୍ଣ ଡିଜିଟାଲ’ ନିର୍ମାଣ କ୍ଷେତ୍ର ସଂଗଠନ ହେଲା ଏନଏଚଏଆଇ

Posted On: 12 JUN 2020 3:51PM by PIB Bhubaneshwar

ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଅନ୍ତର୍ଗତ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ)ରେ ବ୍ୟାପକ ପରିଚାଳନାଗତ ପରିବର୍ତ୍ତନ ହୋଇଛି। ୟୁନିକ କ୍ଲାଉଡ ଆଧାରିତ ତଥା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପରିଚାଳିତ ବିଗ ଡାଟା ଆନାଲିଟିକ୍ସ ପ୍ଲାଟଫର୍ମ ଡାଟା ଲେକ ଏବଂ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ସଫ୍ଟୱେର ଶୁଭାରମ୍ଭ ସହିତ ଏନଏଚଏଆଇ ‘ସମ୍ପୂର୍ଣ୍ଣ ଭାବେ ଡିଜିଟାଲ’ ହୋଇଯାଇଛି । ଏନଏଚଏଆଇର ସମସ୍ତ ପ୍ରକଳ୍ପ ପରିଚାଳନା କାର୍ଯ୍ୟ ପ୍ରବାହ ମାନୁଆଲରୁ ଅନଲାଇନ ପୋର୍ଟାଲ ଆଧାରିତ ବ୍ୟବସ୍ଥାକୁ ରୂପାନ୍ତରିତ ହୋଇଯାଇଛି। ଏଥିରେ ‘ୱର୍କଫ୍ଲୋ ୱିଥ ଟାଇମଲାଇନ୍ସ’ ଏବଂ ‘ଆଲର୍ଟ ମେକାନିଜିମ’ ସହିତ ସମ୍ପୂର୍ଣ୍ଣ ପ୍ରକଳ୍ପ ସମ୍ପାଦନ ପ୍ରଣାଳୀର ପୁନର୍ବିନ୍ୟାସ କରାଯାଇଛି ସମସ୍ତ ପ୍ରକଳ୍ପର କାଗଜପତ୍ର ପ୍ରସ୍ତୁତି, ଠିକା ସଂକ୍ରାନ୍ତ ନିଷ୍ପତ୍ତି ଏବଂ ମଞ୍ଜୁରି ଏବେ କେବଳ ପୋର୍ଟାଲ ଜରିଆରେ କରାଯାଉଛି।

ଡାଟା ଲେକ ସଫ୍ଟୱେରର ଆଡଭାନ୍ସ ଆନାଲିଟିକ୍ସ ସୁବିଧା ଫଳରେ ସମ୍ଭାବ୍ୟ ବିବାଦର ପୂର୍ବାନୁମାନ ସମ୍ଭବ ହୋଇପାରିବ ଏବଂ ଆଗୁଆ ଆଲର୍ଟ ମିଳିପାରିବ। ଏହିପରି ଭାବେ ଶୀଘ୍ର ନିଷ୍ପତ୍ତି ନିଆଯିବା ସମ୍ଭବ ହୋଇପାରିବ। ଏହାବ୍ୟତୀତ ସଠିକ ଏବଂ ଠିକଣା ସମୟରେ ନିଷ୍ପତ୍ତି ନେବା ସୁଗମ ହୋଇପାରିବ। କାରଣ ସିଷ୍ଟମ ଜରିଆରେ ଐତିହାସିକ ଡାଟା ଆଧାରିତ ବିଭିନ୍ନ ବିକଳ୍ପଗୁଡ଼ିକର ଆର୍ଥିକ ପ୍ରଭାବକୁ ଆକଳନ କରିବା ସମ୍ଭବ ହେବ। ଏହାଫଳରେ ବିବାଦ ସଂଖ୍ୟା ହ୍ରାସ ପାଇବ।

ଏନଏଚଏଆଇର ବହୁ ପରିମାଣର ଦାବି ଏବଂ ପ୍ରତିଦାବି ଅର୍ଥରାଶି ସହିତ ବହୁସଂଖ୍ୟକ ନ୍ୟାୟିକ ମାମଲା ପଡ଼ିରହିବାର ଇତିହାସ ରହିଛି। ଅଧିକାଂଶ ବିବାଦର ପ୍ରକୃତି ସାଧାରଣ, ଯେପରିକି ଋଣଚାପମୁକ୍ତ ସାଇଟର ହସ୍ତାନ୍ତରରେ ବିଳମ୍ବ, ସରଞ୍ଜାମର ସ୍ଥାନାନ୍ତର, ପ୍ଲାଣ୍ଟଗୁଡ଼ିକର ନିଷ୍କ୍ରିୟ ଦେୟ, ମେସିନାରୀ, ଉପକରଣ, ଶ୍ରମଶକ୍ତି ଏବଂ ନିଷ୍ପତ୍ତି ନେବାରେ ବିଳମ୍ବ ଆଦି। ଏସବୁ ବିବାଦକୁ ହ୍ରାସ କରାଯାଇପାରିବ କାରଣ ଡାଟା ଲେକ ସଫ୍ଟୱେରରେ ଏ ସମସ୍ତ ବାଧାକୁ ଠାବ କରିବା ଏବଂ ଯାଞ୍ଚ କରିବାର ବ୍ୟବସ୍ଥା ରହିଛି। ଯାହାଫଳରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପାରଦର୍ଶୀ ଢଙ୍ଗରେ କାର୍ଯ୍ୟ ସମ୍ପଦାନ ସୁନିଶ୍ଚିତ ହୋଇପାରିବ। ସମସ୍ତ ପ୍ରକ୍ରିୟା ପୋର୍ଟାଲ ଆଧାରିତ ହୋଇଥିବାରୁ ତୁରନ୍ତ ନିଷ୍ପତ୍ତି ନେବା ସମ୍ଭବ ହୋଇପାରିବ ଏବଂ ଏହାଫଳରେ ଭବିଷ୍ୟତରେ ମାମଲା ସଂଖ୍ୟା ହ୍ରାସ ପାଇବ।

ସମ୍ପୂର୍ଣ୍ଣ ପ୍ରକଳ୍ପ ଦସ୍ତାବିଜ ଏବଂ ପତ୍ର ବିନିମୟ ଜିଆଇଏସ ଟ୍ୟାଗିଂ ଏବଂ ୟୁନିକ ପ୍ରୋଜେକ୍ଟ ଆଇଡି ସହିତ ଲିଙ୍କଡ କ୍ଲାଉଡ ଆଧାରିତ ‘ଡାଟା ଲେକ’ରେ ଡିଜିଟାଲ ଫର୍ମାଟରେ ଷ୍ଟୋର ରହିବ। ଯାହା ଫଳରେ ଯେତେବେଳେ ବି ଲୋକେସନର ଆବଶ୍ୟକତା ପଡ଼ିବ ତ’ ପ୍ରୋଜେକ୍ଟ ଡାଟାକୁ ସହଜରେ ପାଇହେବ।

ଏନଏଚଏଆଇର ସମସ୍ତ ଠିକାଦାର/ରିହାତିପ୍ରାପ୍ତକାରୀ/ପରାମର୍ଶଦାତା/ ପ୍ରାଧିକରଣ ଇଞ୍ଜିନିୟର  (ଏଇ)/ସ୍ଵତନ୍ତ୍ର ଇଞ୍ଜିନିୟର (ଆଇଇ) ଏବଂ ପ୍ରକଳ୍ପ ନିର୍ଦ୍ଦେଶକ (ପିଡି)/କ୍ଷେତ୍ରୀୟ ଅଧିକାରୀମାନେ ପୂର୍ବରୁ ବ୍ୟାପକ ଭାବେ ଏହାର ଉପଯୋଗ ଆରମ୍ଭ କରିଦେଇଛନ୍ତି। ଏନଏଚଏଆଇର ଇ-ଅଫିସ ମଡ୍ୟୁଲ ମଧ୍ୟ ଏହି ପ୍ରଣାଳୀୟରେ ଏକୀକୃତ ହୋଇଛି ଯାହାଫଳରେ ସମସ୍ତ ପତ୍ରାଚାର ବାଧାମୁକ୍ତ ଭାବେ ଫିଲ୍ଡ ୟୁନିଟରୁ ହେଡକ୍ଵାର୍ଟର ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ଡିଜିଟାଲ ମାଧ୍ୟମରେ ପ୍ରେରଣ କରାଯାଇପାରିବ

ବର୍ତ୍ତମାନ କୋଭିଡ-19 ମହାମାରୀ ପରିଦୃଶ୍ୟରେ ଅଧିକାଂଶ ସଂଗଠନର କାର୍ଯ୍ୟପଦ୍ଧତି ଗମ୍ଭୀର ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ଏନଏଚଏଆଇର କର୍ମଚାରୀ ବିନା କୌଣସି ଶାରୀରିକ ସମ୍ପର୍କରେ ଏବଂ ଭୌତିକ ଭାବେ ଫାଇଲକୁ ନଛୁଇଁ ବାଧାମୁକ୍ତ ଓ ସୁରକ୍ଷିତ ଭାବେ ନିଜର କାମ କରିପାରିବେ। ଲକଡାଉନ ଅବଧି ସମୟରେ ଏନଏଚଏଆଇ ନିଜର କର୍ମଚାରୀମାନଙ୍କୁ ଡାଟାଲେକ ସମ୍ପର୍କରେ ପ୍ରଶିକ୍ଷଣ ଦେଇଛି।

ବିନା ବିଳମ୍ବରେ ତୁରନ୍ତ ନିଷ୍ପତ୍ତି ନେବା, ରେକର୍ଡ ସୁରକ୍ଷିତ ରଖିବା ଏବଂ ଯେକୌଣସି ସ୍ଥାନରୁ ଯେକୌଣସି ସମୟରେ କାମ କରିବାର ଲାଭ ସହିତ ଡାଟା ଲେକ ଏନଏଚଏଆଇରେ ବୈପ୍ଲବାତ୍ମକ ପରିବର୍ତ୍ତନ ଆଣିବ। ଏହା ପାରଦର୍ଶିତା ଆଣିବ କାରଣ ପ୍ରକଳ୍ପର ସହ ଜଡ଼ିତ ସମସ୍ତ ଅଧିକାରୀ ଏବଂ ଅଂଶୀଦାର ରିଅଲ ଟାଇମ ଆଧାରରେ ସବୁକିଛି ଦେଖିପାରିବେ, ଯାହାକି ବରିଷ୍ଠ ଦ୍ଵାରା କରାଯାଉଥିବା ସମକାଳିନ ଅଡିଟ ସହ ତୁଳନୀୟ।

 

**********



(Release ID: 1631231) Visitor Counter : 209