ରେଳ ମନ୍ତ୍ରଣାଳୟ

ରାଜ୍ୟମାନେ ଚାହିଁଲେ ଭାରତୀୟ ରେଳ ଯୋଗାଇବ ଶ୍ରମିକ ସ୍ପେଶାଲ ଟ୍ରେନ

• ବିଭିନ୍ନ ରାଜ୍ୟ ଏପର୍ଯ୍ୟନ୍ତ ବରାଦ କରିଛନ୍ତି 63ଟି ଶ୍ରମିକ ସ୍ପେଶାଲ ଟ୍ରେନ
• 63ରୁ ସର୍ବାଧିକ 32ଟି ମାଗିଛି କେରଳ
• ଆବଶ୍ୟକତା ଅନୁସାରେ ମାତ୍ର 24 ଘଣ୍ଟା ମଧ୍ୟରେ ଯୋଗାଯିବ ଟ୍ରେନ : ରେଳ ବୋର୍ଡ ଅଧ୍ୟକ୍ଷ

Posted On: 12 JUN 2020 1:53PM by PIB Bhubaneshwar

ରାଜ୍ୟଗୁଡିକର ଆବଶ୍ୟକତା ଅନୁସାରେ ପ୍ରବାସୀମାନଙ୍କୁ ନିରାପଦରେ ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ ଘରେ ପହଞ୍ଚାଇବା ପାଇଁ ଭାରତୀୟ ରେଳ ଅଙ୍ଗୀକାରବଦ୍ଧ ରେଳ ବୋର୍ଡ ଅଧ୍ୟକ୍ଷ ବିଭିନ୍ନ ରାଜ୍ୟକୁ ପତ୍ର ଲେଖିବା ପରେ ବର୍ତ୍ତମାନ ସୁଦ୍ଧା କେତେକ ରାଜ୍ୟ ମୋଟ 63ଟି ଶ୍ରମିକ ସ୍ପେଶାଲ ଟ୍ରେନ ପାଇଁ ବରାଦ କରିଛନ୍ତି 7ଟି ରାଜ୍ୟ ଯଥା – କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ଗୁଜରାଟ ଏବଂ ଜମ୍ମୁ ଓ କଶ୍ମୀର ଶ୍ରମିକ ଶ୍ପେଶାଳ ଟ୍ରେନ ପାଇଁ ବରାଦ କରିଛନ୍ତି । 63 ରୁ ଆନ୍ଧ୍ରପ୍ରଦେଶ 3ଟି ଟ୍ରେନ ବରାଦ କରିଥିବାବେଳେ ଗୁଜରାଟ ଗୋଟିଏ, ଜମ୍ମୁ କଶ୍ମୀର 9ଟି, କର୍ଣ୍ଣାଟକ 6ଟି, କେରଳ 32ଟି, ତାମିଲନାଡୁ 10ଟି ଏବଂ ପଶ୍ଚିମବଙ୍ଗ 2ଟି ଟ୍ରେନ ବରାଦ କରିଛନ୍ତି ଉତ୍ତରପ୍ରଦେଶ  ଆବଶ୍ୟକତା ଅନୁସାରେ ବରାଦ କରିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରେଳ ବୋର୍ଡ ଅଧ୍ୟକ୍ଷ ମେ’ 29, ଜୁନ 3 ଓ 9 ତାରିଖ ଦିନ ରାଜ୍ୟମାନେ ଚାହିଁଲେ 24 ଘଣ୍ଟା ମଧ୍ୟରେ ଶ୍ରମିକ ଟ୍ରେନ ଯୋଗାଇ ଦିଆଯିବ ବୋଲି ରାଜ୍ୟଗୁଡ଼ିକୁ ପତ୍ର ଲେଖିଥିଲେ ରେଳ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟଗୁଡିକୁ ପତ୍ର ଲେଖି ସେମାନଙ୍କ ଆବଶ୍ୟକତା ମୁତାବକ ଟ୍ରେନ ଓ ରେଳ ଦ୍ଵାରା କେତେ ପ୍ରବାସୀ ଯାତ୍ରା କରିବେ ସେ ସମ୍ପର୍କରେ ଜଣାଇବାକୁ ମଧ୍ୟ ଅନୁରୋଧ କରିଥିଲେ ଭବିଷ୍ୟତରେ ମଧ୍ୟ ଆବଶ୍ୟକ ହେଲେ ଅତିରିକ୍ତ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗାଇବାକୁ ଭାରତୀୟ ରେଳ ପ୍ରତିଶ୍ରୁତି ଦେଇଛି ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ରେଳ ଏପର୍ଯ୍ୟନ୍ତ 4,277ରୁ ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗାଇ ପ୍ରାୟ 60 ଲକ୍ଷ ପ୍ରବାସୀଙ୍କୁ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଛି ଗତ ମେ’ ପହିଲାଠାରୁ ଏହି ଶ୍ରମିକ ସ୍ପେଶାଲ ଟ୍ରେନଗୁଡିକ ଚଳାଚଳ କରୁଛି

 

**********

 



(Release ID: 1631217) Visitor Counter : 260