ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ପାଇଁ “ଇଣ୍ଡିଆ ରେଙ୍କିଙ୍ଗ 2020” ଉନ୍ମୋଚନ କଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

• ସାମଗ୍ରିକ ଭାବେ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ପ୍ରଥମ ସ୍ଥାନ ହାସଲ କଲା ଆଇଆଇଟି ମାଡ୍ରାସ
• ବିଶ୍ୱବିଦ୍ୟାଳୟ ତାଲିକାରେ ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଶୀର୍ଷରେ
• ମ୍ୟାନେଜମେଣ୍ଟରେ ଆଇଆଇଏମ ଅହମ୍ମଦାବାଦକୁ ଶୀର୍ଷସ୍ଥାନ
• ଲଗାତାର ତୃତୀୟବର୍ଷ ପାଇଁ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଏମ୍ସ ନୂଆଦିଲ୍ଲୀ ଶ୍ରେଷ୍ଠ
• ଲଗାତାର ତୃତୀୟ ବର୍ଷ ପାଇଁ ମହାବିଦ୍ୟାଳୟଗୁଡ଼ିକ ମଧ୍ୟରେ ମିରାଣ୍ଡା କଲେଜକୁ ପ୍ରଥମ ସ୍ଥାନ
• ଦନ୍ତ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଦିଲ୍ଲୀର ମୌଲାନା ଆଜାଦ ଇନଷ୍ଟିଚ୍ୟୁଟ ଅଫ ଡେଂଟାଲ ସାଇନ୍ସକୁ ପ୍ରଥମ ସ୍ଥାନ, ପ୍ରଥମ ଥର ପାଇଁ ଇଣ୍ଡିଆ ରେଙ୍କିଙ୍ଗ 2020ରେ ସାମିଲ ହେଲା ଦନ୍ତ ଚିକିତ୍ସା ବିଜ୍ଞାନ ସଂସ୍ଥାନ
• ଏଭଳି ରେଙ୍କିଙ୍ଗ ବ୍ୟବସ୍ଥା ଦ୍ୱାରା ବିଭିନ୍ନ ଦିଗରେ ନିଜର ପ୍ରଦର୍ଶନ ସୁଧାରିବା ଏବଂ ଗବେଷଣା କ୍ଷେତ୍ରରେ ରହିଥିବା ଶୂନ୍ୟତା ଦୂର କରିବାରେ ବିଶ୍ୱବିଦ୍ୟାଳୟଗୁଡ଼ିକ ସଫଳ ହେବେ: ଶ୍ରୀ ରମେଶ ପୋଖରିୟାଲ

Posted On: 11 JUN 2020 2:59PM by PIB Bhubaneshwar

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କଆଜି ଇଣ୍ଡିଆ ରେଙ୍କିଙ୍ଗ 2020କୁ ଭିଡିଓ କନଫରେନ୍ସ ଜରିଆରେ ଉନ୍ମୋଚନ କରିଛନ୍ତି । ଶିକ୍ଷାଦାନର ବିଭିନ୍ନ ବର୍ଗରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରଦର୍ଶନକୁ ଆଧାର କରି ଏହି ରେଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା 10ଟି ବର୍ଗରେ ପ୍ରସ୍ତୁତ କରାଯାଇଥିବା ଏହି ରେଙ୍କିଙ୍ଗକୁ ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ, ମନ୍ତ୍ରଣାଳୟର ଉଚ୍ଚ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ରାକେଶ ରଞ୍ଜନ, ୟୁଜିସି ଅଧ୍ୟକ୍ଷ ପ୍ରଫେସର ଡି.ପି. ସିଂ, ଏଆଇସିଟିଇର ଅଧ୍ୟକ୍ଷ ଅନିଲ ସହସ୍ରବୁଦ୍ଧେ, ଏନବିଏ ଅଧ୍ୟକ୍ଷ ପ୍ରଫେସର କେ.କେ. ଅଗ୍ରୱାଲ, ଏନବିଏସ ସଦସ୍ୟ ସଚିବ ଡ. ଅନୀଲ କୁମାର ନାସା ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନର ପ୍ରତିନିଧିମାନେ ଭିଡିଓ କନଫରେନ୍ସ ଜରିଆରେ ଏହି ଉନ୍ମୋଚନ ସମାରୋହରେ ସାମିଲ ହୋଇଥିଲେ । କ୍ରମାଗତ ପଞ୍ଚମ ଥର ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକର ଏହି ରେଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି । ପ୍ରଥମ ଥର ଲାଗି 2020ରେ ଦନ୍ତଚିକିତ୍ସା ବିଜ୍ଞାନ ଶିକ୍ଷାନୁଷ୍ଠାନକୁ ଏହି ଏହି ରେଙ୍କିଙ୍ଗରେ ସାମିଲ କରାଯାଇଛି । ଫଳରେ ମୋଟ 10ଟି ବର୍ଗରେ ଏହି ରେଙ୍କିଙ୍ଗ ପ୍ରକାଶ ପାଇଛି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୋଖରିୟାଲ କହିଥିଲେ ଯେ ଏଭଳି ରେଙ୍କିଙ୍ଗ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ଚୟନ କରିବା କ୍ଷେତ୍ରରେ ମାର୍ଗଦର୍ଶନ କରିବ । ଏହା ବିଶ୍ୱବିଦ୍ୟାଳୟଗୁଡ଼ିକୁ ବିଭିନ୍ନ ବର୍ଗରେ ନିଜ ପ୍ରଦର୍ଶନରେ ସୁଧାର ଏବଂ ଗବେଷଣା କ୍ଷେତ୍ରରେ ରହିଥିବା ଅଭାବ ଅସୁବିଧାକୁ ଦୂର କରିବାରେ ସହାୟକ ହେବ । ସେ ଆହୁରି କହିଥିଲେ ଯେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ନେଇ ଜାତୀୟ ସ୍ତରରେ ରେଙ୍କିଙ୍ଗ ପ୍ରସ୍ତୁତ କରାଯିବା ଦ୍ୱାରା ସେମାନଙ୍କ ମଧ୍ୟରେ ଏକ ପ୍ରତିଦ୍ୱନ୍ଦ୍ୱିତା ଭାବନା ଜାଗ୍ରତ ହେବ । ଫଳରେ ସେମାନେ ଅନ୍ତର୍ଜାତୀୟ ସ୍ତରରେ ଉନ୍ନତ ରେଙ୍କ ପାଇବା ନିମନ୍ତେ ଉତ୍ତମ ପ୍ରଦର୍ଶନ କରିପାରିବେ ।

ଶ୍ରୀ ପୋଖରିୟାଲ କହିଥିଲେ ଯେ ଜାତୀୟ ସଂସ୍ଥାଗତ ରେଙ୍କିଙ୍ଗ ବ୍ୟବସ୍ଥା (ଏନଆଇଆରଏଫ) ପ୍ରତିଷ୍ଠା କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବିଗତ 5 ବର୍ଷ ହେବ ଏହି ବ୍ୟବସ୍ଥା ଜାରି ରହିଛି । ଏହି ପ୍ରୟାସ ଫଳରେ ବିଭିନ୍ନ ସଂସ୍ଥାନଗୁଡ଼ିକ ଦ୍ୱାରା ତଥ୍ୟଗୁଡ଼ିକୁ ସମ୍ବଳିତ କରିବାରେ ଅଭ୍ୟାସକୁ ବଢ଼ାଇବ ଏବଂ ଏହା ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ଅଧିକ ପ୍ରତିଦ୍ୱନ୍ଦ୍ୱୀ ହେବା ନିମନ୍ତେ ପ୍ରୋତ୍ସାହିତ କରିବ । ଏହି ରେଙ୍କିଙ୍ଗ ପ୍ରସ୍ତୁତ କରାଯିବା ସମୟରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶିକ୍ଷାଦାନ, ଅଧ୍ୟୟନ ଏବଂ ସମ୍ବଳ, ଗବେଷଣା ଓ ପେସାଦାର ଅଭ୍ୟାସ, ସ୍ନାତକ ଫଳାଫଳ ଆଦି ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିବାରୁ କେନ୍ଦ୍ର ମନ୍ତ୍ରୀ ସନ୍ତୋଷ  ପ୍ରକାଶ କରିଥିଲେ ।

ସାମଗ୍ରିକ ରେଙ୍କିଙ୍ଗ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ଅଲଗା ରେଙ୍କିଙ୍ଗ ବ୍ୟତୀତ ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସୀ, ଆର୍କିଟେକଚର, ଆଇନ ଓ ଡାକ୍ତରୀ ଶିକ୍ଷା ଆଦି ବିଷୟ ଆଧାରିତ ରେଙ୍କିଙ୍ଗ ପ୍ରସ୍ତୁତ କରାଯାଉଛି । 2020ରେ ଦନ୍ତଚିକିତ୍ସା ବିଜ୍ଞାନ କ୍ଷେତ୍ରକୁ ଏଥିରେ ସାମିଲ କରାଯାଇଛି । ଶ୍ରୀ ନିଶଙ୍କ କହିଥିଲେ ଯେ କୋଭିଡ-19ର ସଙ୍କଟପୂର୍ଣ୍ଣ ସମୟରେ ଏନଟିଏ ପକ୍ଷରୁ ନିକଟରେ ନ୍ୟାସନାଲ ଟେଷ୍ଟ ଅଭ୍ୟାସ ଆପ ଆରମ୍ଭ କରାଯାଇଛି । ଏହାଦ୍ୱାରା ଜେଇଇ ଓ ନିଟ ପାଇଁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତି କରିପାରିବେ । ବର୍ତ୍ତମାନସୁଦ୍ଧା ପାଖାପାଖି 65 ଳକ୍ଷ ଛାତ୍ରଛାତ୍ରୀ ଏହି ଆପକୁ ଡାଉନଲୋଡ କରିସାରିଛନ୍ତି ।

ଏନଆଇଆରଏଫ ରେଙ୍କିଙ୍ଗ ଗତ 5 ବର୍ଷ ଧରି ଲଗାତାର ପ୍ରସ୍ତୁତ କରିଆସୁଥିବାରୁ ଶ୍ରୀ ପୋଖରିୟାଲ ମନ୍ତ୍ରଣାଳୟର ଅଧିକାରୀ, ଜାତୀୟ ମାନ୍ୟତା ବୋର୍ଡର ସଦସ୍ୟ ସଚିବ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ବିଭିନ୍ନ ବର୍ଗରେ ଲଗାତାର ଶୀର୍ଷ ସ୍ଥାନ ହାସଲ କରିଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ସେ ଅଭିନନ୍ଦନ ଜଣାଇଥିଲେ ।

ମୋଟ 3771ଟି ଅଭିନବ ଶିକ୍ଷାନୁଷ୍ଠାନ ନିଜକୁ ସାମଗ୍ରିକ ରେଙ୍କିଙ୍ଗ, ବର୍ଗ ଆଧାରିତ ଓ ବିଷୟବସ୍ତୁ ଆଧାରିତ ରେଙ୍କିଙ୍ଗରେ ସାମିଲ କରିଥିଲେ । ସର୍ବମୋଟ 5805ଟି ଆବେଦନ ହସ୍ତଗତ ହୋଇଥିଲା । ଏଥିରେ 294ଟି ବିଶ୍ୱବିଦ୍ୟାଳୟ, 1071 ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ, 630 ମ୍ୟାନେଜମେଣ୍ଟ ସଂସ୍ଥାନ, 334 ଫାର୍ମାସୀ, 97ଟି ଆଇନ, 118ଟି ଡାକ୍ତରୀ ଶିକ୍ଷାନୁଷ୍ଠାନ, 48ଟି ଆର୍କିଟେକଚର ସଂସ୍ଥାନ ଏବଂ 1659ଟି ସାଧାରଣ ଡିଗ୍ରୀ କଲେଜ ସାମିଲ ଅଛନ୍ତି । ଚଳିତ ଥର ଅଂଶଗ୍ରହଣକାରୀଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା ।

ରେଙ୍କିଙ୍ଗର ଶୀର୍ଷ ଶିକ୍ଷାନୁଷ୍ଠାନର ବିବରଣୀ ନିମ୍ନରେ ଦିଆଗଲା :

ସାମଗ୍ରିକ

Name of Institute

Rank No.

Indian Institute of Technology Madras

1

Indian Institute of Science, Bengaluru

2

Indian Institute of Technology Delhi

3

Indian Institute of Technology Bombay

4

Indian Institute of Technology Kharagpur

5

Indian Institute of Technology Kanpur

6

Indian Institute of Technology Guwahati

7

Jawaharlal Nehru University, New Delhi

8

Indian Institute of Technology Roorkee

9

Banaras Hindu University, Varanasi

10

ବିଶ୍ଵବିଦ୍ୟାଳୟ

Indian Institute of Science, Bengaluru

1

Jawaharlal Nehru University, New Delhi

2

Banaras Hindu University, Varanasi

3

Amrita Vishwa Vidyapeetham, Coimbatore

4

Jadavpur University, Kolkata

5

University of Hyderabad,

6

Calcutta University, Kolkata

7

Manipal Academy of Higher Education, Manipal

8

Savitribai Phule Pune University, Pune

9

JamiaMilliaIslamia, New Delhi

10

ଇଞ୍ଜିନିୟରିଙ୍ଗ

Indian Institute of Technology Madras

1

Indian Institute of Technology Delhi

2

Indian Institute of Technology Bombay

3

Indian Institute of Technology Kanpur

4

Indian Institute of Technology Kharagpur

5

Indian Institute of Technology Roorkee

6

Indian Institute of Technology Guwahati

7

Indian Institute of Technology Hyderabad

8

National Institute of Technology Tiruchirappalli

9

Indian Institute of Technology Indore

10

ମେନେଜମେଣ୍ଟ

Indian Institute of Management Ahmedabad

1

Indian Institute of Management Bangalore

2

Indian Institute of Management Calcutta

3

Indian Institute of Management Lucknow

4

Indian Institute of Technology Kharagpur

5

Indian Institute of Management Kozhikode

6

Indian Institute of Management Indore

7

Indian Institute of Technology Delhi

8

Xavier Labour Relations Institute (XLRI)

9

Management Development Institute, Gurugram

10

ମହାବିଦ୍ୟାଳୟ

Miranda House, Delhi

1

Lady Shri Ram College for Women, New Delhi

2

Hindu College, Delhi

3

St. Stephen`s College, Delhi

4

Presidency College, Chennai

5

Loyola College, Chennai

6

St. Xavier`s College, Kolkata

7

Ramakrishna Mission Vidyamandira, Howrah

8

Hans Raj College, Delhi

9

PSGR Krishnammal College for Women, Coimbatore

10

ଫାର୍ମାସୀú

Jamia Hamdard, New Delhi

1

Panjab University, Chandigarh

2

National Institute of Pharmaceutical Education and Research Mohali

3

Institute of Chemical Technology, Mumbai

4

National Institute of Pharmaceutical Education and Research Hyderabad

5

Birla Institute of Technology & Science, Pilani

6

Manipal College of Pharmaceutical Sciences, Udupi

7

National Institute of Pharmaceutical Education and Research Ahmedabad

8

JSS College of Pharmacy, Ooty

9

JSS College of Pharmacy, Mysore

10

ଡାକ୍ତରୀ

All India Institute of Medical Sciences, New Delhi

1

Post Graduate Institute of Medical Education and Research, Chandigarh

2

Christian Medical College, Vellore

3

ଆର୍କିଟେକ୍ଚର

Indian Institute of Technology Kharagpur

1

Indian Institute of Technology Roorkee

2

National Institute of Technology Calicut

3

ଆଇନ

National Law School of India University, Bengaluru

1

National Law University, New Delhi

2

Nalsar University of Law, Hyderabad

3

ଦନ୍ତଚିକିତ୍ସା ବିଜ୍ଞାନ

Maulana Azad Institute of Dental Sciences, Delhi

1

Manipal College of Dental Sciences, Udupi

2

Dr. D. Y. Patil Vidyapeeth, Pune

3

 

**********

 



(Release ID: 1631010) Visitor Counter : 205