କୋଇଲା ମନ୍ତ୍ରଣାଳୟ

ଉନ୍ମୁକ୍ତ କୋଇଲା କ୍ଷେତ୍ର – ଆତ୍ମନିର୍ଭର ଭାରତ ପାଇଁ ନୂଆ ଆଶା

• ଜୁନ 18ରୁ କୋଇଲା ଖଣିର ବାଣିଜ୍ୟିକ ନିଲାମ କରିବେ ସରକାର

Posted On: 11 JUN 2020 6:31PM by PIB Bhubaneshwar

ଜୁନ 18 ତାରିଖରୁ ଭାରତ ସରକାର ବାଣିଜ୍ୟିକ ଭିତ୍ତିରେ କୋଇଲା ଖଣିଗୁଡିକର ନିଲାମ ଆରମ୍ଭ କରିବେ ଉନ୍ମୁକ୍ତ କୋଇଲା କ୍ଷେତ୍ର : ଆତ୍ମନିର୍ଭର ଭାରତର ନୂତନ ଆଶା ଶୀର୍ଷକ ଏହି ଯୋଜନାକୁ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିବେ

“ଆମେ ପ୍ରଥମ ଥର ନିମନ୍ତେ ବାଣିଜ୍ୟିକ ଭିତ୍ତିରେ ଦେଶରେ କୋଇଲା ନିଲାମ କରୁଛୁ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଯୋଗଦେବେ କୋଇଲା ଦ୍ଵାରା ଆତ୍ମନିର୍ଭର ଭାରତ ଗଠନ କରିବା ହେଉଛି ତାଙ୍କର ମାର୍ଗଦର୍ଶନ ଓ ଦୂରଦୃଷ୍ଟିର ପରିଚାୟକମୁଁ ଗର୍ବିତ ଯେ, ଆମେ ଏହାକୁ ହାସଲ କରିବୁ” ଆଜି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ଟ୍ୱିଟ ମାଧ୍ୟମରେ ଏହା ପ୍ରକାଶ କରିଛନ୍ତି

ଭାରତୀୟ କୋଇଲା କ୍ଷେତ୍ରରେ ଏହା ଏକ ଐତିହାସିକ ଦିନ । ବିଭିନ୍ନ କଟକଣାରୁ ମୁକ୍ତ ହୋଇ ଏହା ଏକ ନୂତନ ଅଭିବୃଦ୍ଧି ଆଡକୁ ଗତି କରିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ଓ ବଳିଷ୍ଠ ନେତୃତ୍ଵରେ ଦେଶ ଆତ୍ମନିର୍ଭର ଭାରତ ଅଭିଯାନକୁ ଆପଣେଇଛି । ଏହାକୁ ସାକାର କରିବା ପାଇଁ କୋଇଲା କ୍ଷେତ୍ରରେ ଢାଞ୍ଚାଗତ ସଂସ୍କାର ଆଣିବାକୁ ପଡିବ ।

ବାଣିଜ୍ୟିକ କୋଇଲା ଖଣି ନିଲାମ ପୂର୍ବରୁ ଏକ୍ଷେତ୍ରରେ ହେଉଥିବା ନିଲାମ ତୁଳନାରେ ସଂପୂର୍ଣ୍ଣ ଭିନ୍ନ । ବର୍ତ୍ତମାନ ଏହା ସଂପୂର୍ଣ୍ଣ କଟକଣା ମୁକ୍ତ ରହିବ ପ୍ରସ୍ତାବିତ ନିଲାମରେ ଥିବା ନିୟମ କାନୁନ ନୂତନ କମ୍ପାନୀଗୁଡ଼ିକୁ ନିଲାମ ପ୍ରକ୍ରିୟାରେ ଭାଗ ନେବାରେ ବିଶେଷ ସହାୟକ ହେବ ଏହି ବ୍ୟବସ୍ଥା ସଂପୂର୍ଣ୍ଣ ସ୍ଵଚ୍ଛ ହେବା ସହ ଏଥିରେ ଶତକଡା 100 ଭାଗ ପର୍ଯ୍ୟନ୍ତ ବିଦେଶୀ ପୁଞ୍ଜି ନିବେଶ ମଧ୍ୟ ସମ୍ଭବ ହେବ ନିଲାମ ପାଇଁ ଯୋଗ୍ୟ ବିବେଚିତ ସଂସ୍ଥା କୋଇଲା ଉତ୍ପାଦନ ଓ ଏହାର ବାଷ୍ପିକରଣ ଦିଗରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । 

ଏହି ନିଲାମ ପ୍ରକ୍ରିୟା ଦେଶରେ ଶକ୍ତି ନିରପତ୍ତା ପାଇଁ ଦୃଢ ଭିତ୍ତିଭୂମି ସୃଷ୍ଟି କରିବା ସହ ଅତିରିକ୍ତ କୋଇଲା ଉତ୍ପାଦନ ସହ ଅଧିକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ । 2023-24 ଆର୍ଥିକ ବର୍ଷ ସୁଦ୍ଧା କୋଲ ଇଣ୍ଡିଆ ନୂତନ ପଦକ୍ଷେପ ଯୋଗୁଁ 100 ନିୟୁତ ଟନ ପର୍ଯ୍ୟନ୍ତ କୋଇଲା ଉତ୍ତୋଳନ କରିବା ସହ ଦେଶର ତାପଜ କୋଇଲା ଆବଶ୍ୟକତାକୁ ମଧ୍ୟ ପୂରଣ କରିପାରିବ । 

 

**********



(Release ID: 1630964) Visitor Counter : 315