ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
                
                
                
                
                
                
                    
                    
                        କୋଭିଡ-19 ସମ୍ପର୍କିତ ସଦ୍ୟତମ ସୂଚନା
                    
                    
                        •	ଦେଶର ସର୍ବାଧିକ କରୋନା ସଂକ୍ରମିତ 50ଟି ପୌରପାଳିକା ଅଞ୍ଚଳରେ କେନ୍ଦ୍ରୀୟ ଦଳ ମୁତୟନ 
•	ଓଡ଼ିଶାର 5 ଟି ଜିଲ୍ଲାରେ ମୁତୟନ ହେବେ ଦଳ
                    
                
                
                    Posted On:
                09 JUN 2020 1:51PM by PIB Bhubaneshwar
                
                
                
                
                
                
                ଦେଶର 15ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 50ଟି ଜିଲ୍ଲା ଓ ପୌରପାଳିକାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳଙ୍କୁ ମୁତୟନ କରାଯାଇଛି । ଅଧିକ କରୋନା ସଂକ୍ରମିତ ଅଞ୍ଚଳରେ ବିଭିନ୍ନ ବୈଷୟିକ ସହାୟତା କାର୍ଯ୍ୟ ନେଇ ସେମାନେ ରାଜ୍ୟ ପ୍ରଶାସନକୁ ପରାମର୍ଶ ଦେବେ । ଏହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ହେଲା – ମହାରାଷ୍ଟ୍ର (7 ଜିଲ୍ଲା / ପୌରପାଳିକା), ତେଲଙ୍ଗାନା – 4, ତାମିଲନାଡୁ -7, ରାଜସ୍ଥାନ – 5, ଆସାମ – 6, ହରିୟାଣା – 4, ଗୁଜରାଟ – 3, କର୍ଣ୍ଣାଟକ – 4, ଉତ୍ତରାଖଣ୍ଡ – 3, ମଧ୍ୟପ୍ରଦେଶ – 5, ପଶ୍ଚିମବଙ୍ଗ – 3, ଦିଲ୍ଲୀ – 3, ବିହାର – 4, ଉତ୍ତରପ୍ରଦେଶ – 4 ଏବଂ ଓଡିଶା – 5 । ଓଡ଼ିଶାର କଟକ, ପୁରୀ, କେନ୍ଦ୍ରାପଡା, ନୟାଗଡ଼ ଓ ବଲାଙ୍ଗୀର ରେ ଏହି କେନ୍ଦ୍ରୀୟ ଦଳକୁ ମୁତୟନ କରାଯିବ ।
ଏହି ତିନି ସଦସ୍ୟ ବିଶିଷ୍ଟ ଦଳରେ ଦୁଇ ଜଣ ଲେଖାଏଁ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ / ସଂକ୍ରାମକ ରୋଗ ତତ୍ତ୍ୱବିତ, କ୍ଲିନିସିଆନ ଏବଂ ଜଣେ ଯୁଗ୍ମସଚିବ ସ୍ତରର ନୋଡାଲ ଅଧିକାରୀ ରହିବେ ଯିଏକି ପ୍ରଶାସନିକ ଦାୟିତ୍ଵ  ଓ କାର୍ଯ୍ୟ ଦେଖିବେ । ଏହି ଦଳଗୁଡିକ ବିଭିନ୍ନ ସ୍ଵାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା ପରିଦର୍ଶନ କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ କୋଭିଡ-19 ସୁପରିଚାଳନା ସମ୍ପର୍କରେ ପରାମର୍ଶ ଦେବେ ।   
ଅଧିକ ସମନ୍ଵୟ ଓ ଘଟଣାସ୍ଥଳରେ ତ୍ଵରିତ କାର୍ଯ୍ୟାନୁଷ୍ଠାନ ଦୃଷ୍ଟିରୁ ଏହିସବୁ ଜିଲ୍ଲା ଓ ପୌରପାଳିକାମାନଙ୍କୁ ବିଶେଷଜ୍ଞ ଦଳ ସହ ସମନ୍ଵୟ ରକ୍ଷା କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏଭଳି ଅଧିକରୁ ଅଧିକ ସମନ୍ଵୟ ଯୋଗୁଁ ସଙ୍ଗରୋଧ, ନିରୀକ୍ଷଣ, ପରୀକ୍ଷଣ ଏବଂ ଉପଚାରଗୁଡିକର ଘଟଣାସ୍ଥଳରେ ସୁପରିଚାଳନା ହୋଇପାରିବ । 
ଏହି କେନ୍ଦ୍ରୀୟ ଦଳଗୁଡିକ ରାଜ୍ୟ ସରକାରମାନଙ୍କୁ ସେମାନେ ସମ୍ମୁଖୀନ ହେଉଥିବା ସୁବିଧା ଅସୁବିଧା ସମ୍ପର୍କରେ ପରାମର୍ଶ ଦେଉଛନ୍ତି । ସେଗୁଡିକ ମଧ୍ୟରେ ପରୀକ୍ଷା ନିରୀକ୍ଷା ନେଇ ବ୍ୟତିକ୍ରମ, ଜନସଂଖ୍ୟା ଅନୁପାତରେ କମ ପରୀକ୍ଷଣ, ଅଧିକ ପଜିଟିଭ ହାର, ଶଯ୍ୟା ଅଭାବ, ମୃତ୍ୟୁହାର ବୃଦ୍ଧି, ହଠାତ ସଂକ୍ରମଣ ବୃଦ୍ଧି ଇତ୍ୟାଦି ବିଷୟ ରହିଛି । 
ଅଧିକାଂଶ ଜିଲ୍ଲା / ପୌରପାଳିକା ଏହି କେନ୍ଦ୍ରୀୟ ଦଳକୁ ନିୟମିତ ଭାବରେ ସହଯୋଗ କରିବା ପାଇଁ ଜିଲ୍ଲାସ୍ତରୀୟ ଦଳ ମଧ୍ୟ ଗଠନ କରିସାରିଛନ୍ତି । 
 
**********
                
                
                
                
                
                (Release ID: 1630547)
                Visitor Counter : 295
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam