ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

କୋଭିଡ-19 ଉପରେ କେନ୍ଦ୍ରିତ ସ୍ଵାସ୍ଥ୍ୟ ଓ ସତର୍କତା ସଂଚାର କାର୍ଯ୍ୟକ୍ରମର ସୂଚନା ପୁସ୍ତିକା ଜାରି କଲା ଡିଏସଟି

• ଏଥିରେ ତୃଣମୂଳସ୍ତରରେ ରୋଚକ ଓ ପ୍ରାମାଣିକ ସୂଚନା ଉପଲବ୍ଧ ହେବ
• ସ୍ଵତନ୍ତ୍ର ଭାବେ ଚିହ୍ନିତ କ୍ଷେତ୍ର ଆଧାରରେ ବିକଶିତ ହୋଇଛି ସଂଚାର ମଡ୍ୟୁଲ

Posted On: 08 JUN 2020 1:31PM by PIB Bhubaneshwar

ଜାତୀୟ ବିଜ୍ଞାନ ଏବଂ ପ୍ରଯୁକ୍ତି ସଂଚାର ପରିଷଦ (ଏନସିଏସଟିସି), ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ (ଡିଏସଟି) ପକ୍ଷରୁ ନିକଟରେ ସ୍ଵାସ୍ଥ୍ୟ ଏବଂ ସତର୍କତାର ସଂଚାର ଉପରେ ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମ ‘କୋଭିଡ -19 ଉପରେ କେନ୍ଦ୍ରିତ ବିଜ୍ଞାନ ଏବଂ ସ୍ଵାସ୍ଥ୍ୟ ଆଧାରିତ ସଚେତନତା ବର୍ଷ (ୱାଇଏଏସଏ) ପାଇଁ ଏକ ସୂଚନା ପୁସ୍ତିକା ଜାରି କରାଯାଇଛି । ଏହି ପୁସ୍ତିକାରେ ବିଶେଷ କରି କୋଭିଡ-19 ମହାମାରୀ କାରଣରୁ ଉତ୍ପନ୍ନ ହୋଇଥିବା ବିପଦ, ସଙ୍କଟ ଓ ଅନିଶ୍ଚିତତା ପ୍ରସଙ୍ଗର ସମାଧାନ ଲାଗି ଦେଶରେ ଏପରି ବଡ଼ କାର୍ଯ୍ୟକ୍ରମର ଉତ୍ପତି ଓ ଆବଶ୍ୟକତା ବିଷୟରେ ସୂଚନା ଉପଲବ୍ଧ କରାଯାଇଛି। ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ଓ ଭବିଷ୍ୟତ ଆହ୍ଵାନର ମୁକାବିଲା କରିବା ଲାଗି ଉନ୍ନତ ପ୍ରସ୍ତୁତି ନିମନ୍ତେ ବିଜ୍ଞାନ ଓ ସ୍ଵାସ୍ଥ୍ୟ ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଓ ଜ୍ଞାନ ବୃଦ୍ଧି ଉପରେ କେନ୍ଦ୍ରିତ।

ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ସଚିବ ପ୍ରଫେସର ଆଶୁତୋଷ ଶର୍ମା କହିଛନ୍ତି ଯେ ସଚେତନତା ଓ ପ୍ରସାରକୁ ଧ୍ୟାନରେ ରଖି ପ୍ରସ୍ତୁତ କାର୍ଯ୍ୟକ୍ରମ ଓ ଗତିବିଧିର ଏକ ବିସ୍ତୃତ ଶୃଙ୍ଖଳା ପରିକଳ୍ପନା କରାଯାଇଛି। ଏଥିରେ ପ୍ରିଣ୍ଟ, ଇଲେକ୍ଟ୍ରୋନିକ, ଡିଜିଟାଲ, ସାମାଜିକ ଏବଂ ସମ୍ବାଦାତ୍ମକ ଗଣମାଧ୍ୟମ ସାମିଲ ରହିଛି। ଏହାର ଉଦ୍ଦେଶ୍ୟ ହେଉଛି ଏହି ଅଭିଯାନ ଅନ୍ତର୍ଗତ ସମାଜର ଏକ ବଡ଼ ବର୍ଗ ନିକଟରେ ବାର୍ତ୍ତା ପହଞ୍ଚାଇବା। ସେ କହିଥିଲେ ଯେ ଏହି ବିବରଣୀ ପୁସ୍ତିକାରେ ଦିଆଯାଇଥିବା ୱାଇଏସଏଚ କାର୍ଯ୍ୟକ୍ରମକୁ ଲୋକମାନଙ୍କ ମନରେ ଶାନ୍ତି ଓ ଆନନ୍ଦ ପ୍ରଦାନ କରିବା ଲାଗି ଡିଜାଇନ କରାଯାଇଛି। ଏହା ଅନ୍ତିମ ସ୍ଥିତି ଉପରେ ନିୟନ୍ତ୍ରଣ କରିବାର ଭାବନାକୁ ଦର୍ଶାଉଛି ଏବଂ ଏହା ବିଜ୍ଞାନ, ସ୍ଵାସ୍ଥ୍ୟ, ବିପତ୍ତି ଓ ସଚେତନତାର ବାର୍ତ୍ତାକୁ ଆଗକୁ ବଢ଼ାଇବାରେ ଅଗ୍ରଦୂତ ଭାବେ କାର୍ଯ୍ୟ କରିବ।

ତୃଣମୂଳସ୍ତରରେ ରୋଚକ ଏବଂ ସମ୍ବାଦାତ୍ମକ ଢଙ୍ଗରେ ପ୍ରାମାଣିକ ସୂଚନା ପ୍ରଦାନ କରିବା ଲାଗି କୋଭିଡ-19 ଉପରେ କେନ୍ଦ୍ରୀତ ସ୍ଵାସ୍ଥ୍ୟ ଓ ବିପଦ ସଂଚାର ଉପରେ ଏକ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହାର ଅନ୍ତର୍ଗତ ଜାତୀୟ ସ୍ଵାସ୍ଥ୍ୟ ଏବଂ ବିପତ୍ତି ସଂଚାର କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ଏହାକୁ ସାରା ଭାରତରେ ଉପସ୍ଥିତି ଓ ସଂଚାର ବ୍ୟବସ୍ଥା ମାଧ୍ୟମରେ ବ୍ୟାପକ ଭାବେ ଲାଗୁ କରାଯାଉଛି। ଏଥିରେ ବିଜ୍ଞାନ ଓ ପ୍ରଯୁକ୍ତିର ରାଜ୍ୟ ପରିଷଦକୁ ମଧ୍ୟ ସାମିଲ କରାଯାଇଛି। ଏହି କାର୍ଯ୍ୟକ୍ରମର ତିନୋଟି ପ୍ରମୁଖ ଉପାଦାନ ମଧ୍ୟରେ ସଫ୍ଟୱେର/ସାମଗ୍ରୀ ବିକାଶ, କ୍ଷମତା ବିକାଶ ଏବଂ ପ୍ରସାର ଏବଂ ପହଁଚ ସାମିଲ ରହିଛି। ଏହି ଗତିବିଧି 6ଟି କ୍ଷେତ୍ର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ, ମଧ୍ୟ ଏବଂ ଉତ୍ତର ପୂର୍ବାଞ୍ଚଳରେ ପ୍ରଚଳିତ ହୋଇଛି। ସ୍ଵତନ୍ତ୍ର ସଞ୍ଚାର ମଡ୍ୟୁଲ ସ୍ଵତନ୍ତ୍ର ଭାବେ ଚିହ୍ନଟ କ୍ଷେତ୍ର ଆଧାରରେ ବିକଶିତ କରାଯାଇଛି ଏବଂ ଏହାଦ୍ଵାରା ଗୋଷ୍ଠୀ ସ୍ଵାସ୍ଥ୍ୟ ସହ ଜଡ଼ିତ ଗତିବିଧି ଲାଗି ସଞ୍ଚାରକ ଓ ସ୍ଵେଚ୍ଛାସେବୀଙ୍କ ନେଟୱର୍କିଂ ଓ ପ୍ରଶିକ୍ଷଣ ବଢ଼ାଇବାରେ ସହାୟତା ମିଳିପାରିବ। କୋଭିଡ-19 କାରଣରୁ ଉତ୍ପନ୍ନ ମହାମାରୀର ବର୍ତ୍ତମାନ ପରିଦୃଶ୍ୟରେ ଏଭଳି ଚିନ୍ତା ଓ ଆହ୍ଵାନ ସୃଷ୍ଟି ହୋଇଛି ଯେଉଁଠି ବୈଜ୍ଞାନିକ ସଚେତନତା, ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ପ୍ରସ୍ତୁତି ଓ ପ୍ରାମାଣିକ ବୈଜ୍ଞାନିକ ସୂଚନା ଉପଯୋଗ କରି ସ୍ଥିତିର ମୁକାବିଲା କରାଯାଇପାରିବ।

ଏହି ସୂଚନା ପୁସ୍ତିକାକୁ  www.dst.gov.in  ରୁ ଡାଉନଲୋଡ କରାଯାଇପାରିବ।  

(ଏ ବିଷୟରେ ବିସ୍ତୃତ ସୂଚନା ନିମନ୍ତେ ଦୟାକରି ଏନସିଏସଟିସିର ପରାମର୍ଶଦାତା ଏବଂ ପ୍ରମୁଖ ଡ. ମନୋଜ କୁମାର ପଟେରିୟାଙ୍କ ସହିତ mkp[at]nic[dot]in ଇ ମେଲ କିମ୍ବା 9868114548 ମୋବାଇଲ ନଂରେ ଯୋଗାଯୋଗ କରାଯାଇପାରିବ।)

 

************



(Release ID: 1630323) Visitor Counter : 210