ରେଳ ମନ୍ତ୍ରଣାଳୟ

ଭାରତୀୟ ରେଳର ନିରାପତ୍ତା ରେକର୍ଡ : ଗତବର୍ଷ ଏପ୍ରିଲଠାରୁ ରେଳ ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନାହିଁ

• 2019-20ରେ ସର୍ବାଧିକ ଲେବଲ କ୍ରସିଂ ଉଚ୍ଛେଦ
• 5181 କିଲୋମିଟର ଦୀର୍ଘ ରେଳରାସ୍ତା ନବୀକରଣ
• 2019-20ରେ 1309 ରେଳ ଓଭର ଓ ଅଣ୍ଡର ବ୍ରିଜ ନିର୍ମାଣ
• 1367 ରେଳ ପୋଲର ରକ୍ଷଣାବେକ୍ଷଣ

Posted On: 08 JUN 2020 6:20PM by PIB Bhubaneshwar

ଗତ ବର୍ଷ ଏପ୍ରିଲଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ମଧ୍ୟରେ ଭାରତୀୟ ରେଳ ସର୍ବାଧିକ ନିରପତ୍ତା ରେକର୍ଡ ସୃଷ୍ଟି କରିଛି ଏପର୍ଯ୍ୟନ୍ତ (01.04.2019 ରୁ 08.06.2020) ଟ୍ରେନ ଦୁର୍ଘଟଣା ଯୋଗୁଁ କୌଣସି ଯାତ୍ରୀଙ୍କର ମୃତ୍ୟୁ ହୋଇନାହିଁ । 1853ରେ ରେଳବାଇର ଆରମ୍ଭ ଅର୍ଥାତ ଦୀର୍ଘ 166 ବର୍ଷର ରେଳ ଇତିହାସରେ ପ୍ରଥମଥର ପାଇଁ 2019-20 ଆର୍ଥିକ ବର୍ଷରେ ଏକ ଉଲ୍ଲେଖନୀୟ ଘଟଣା ଘଟିଛି । ନିରାପତ୍ତା ରକ୍ଷା ଦିଗରେ ରେଳବାଇର କ୍ରମାଗତ ପ୍ରଚେଷ୍ଟା ଯୋଗୁଁ ଗତ 15 ମାସ ମଧ୍ୟରେ କୌଣସି ଯାତ୍ରୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇନାହିଁ । ଯାତ୍ରୀ ସୁରକ୍ଷା ପ୍ରତି ଭାରତୀୟ ରେଳ ସର୍ବୋଚ୍ଚ ପ୍ରଥମିକତା ଦେଉଥିବାବେଳେ ମାନବ ପରିଚାଳିତ ଲେବଲ କ୍ରସିଂ ଉଚ୍ଛେଦ, ଅଧିକ ରେକ ଓଭରବ୍ରିଜ ନିର୍ମାଣ, ରେଳ ପୋଲଗୁଡିକର ରକ୍ଷଣାବେକ୍ଷଣ ଓ ରେଳ ଟ୍ରାକଗୁଡିକର ନବୀକରଣ ଯୋଗୁଁ ରେଳ ସୁରକ୍ଷା ବ୍ୟବସ୍ଥାରେ ଏହି ଉନ୍ନତି ଆସିଛି । ଏହାଛଡା ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ) ଠାରୁ ରେଳ ଧାରଣା ଆଣିବା, ଟ୍ରାକଗୁଡ଼ିକର ରକ୍ଷଣାବେକ୍ଷଣ, କର୍ମଚାରୀଙ୍କ ଉପଯୁକ୍ତ ତାଲିମ, ସଂକେତ ବ୍ୟବସ୍ଥାର ଉନ୍ନତି ଓ ରେଳ ସୁରକ୍ଷାରେ ଅତ୍ୟାଧୁନିକ ବୈଷୟିକ ବ୍ୟବସ୍ଥାର ଉପଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଯାତ୍ରୀ ସୁରକ୍ଷା ବୃଦ୍ଧି ପାଇଁ ଭାରତୀୟ ରେଳ ପକ୍ଷରୁ ନିମ୍ନୋକ୍ତ ପଦକ୍ଷେପମାନ ନିଆଯାଇଛି –

1)   2019-20ରେ ମାନବ ପରିଚାଳିତ 1274ଟି ଲେବଲ କ୍ରସିଂକୁ ଉଚ୍ଛେଦ କରାଯାଇଛି । ଗତ ବର୍ଷ ଏହି ସଂଖ୍ୟା 631 ଥିଲା

2)   2019-20ରେ 1309ଟି ରେଳ ଓଭର ଅଣ୍ଡର ବ୍ରିଜ ନିର୍ମାଣ ଯୋଗୁଁ ରେଳ ସୁରକ୍ଷା ବୃଦ୍ଧି ପାଇଛି ।

3)   2019-20ରେ 1367ଟି ରେଳ ପୋଲର ସଂପୂର୍ଣ୍ଣ ରକ୍ଷାଣାବେକ୍ଷଣ କରାଯାଇଛି, ଯାହାକି ଗତ ଆର୍ଥିକ ବର୍ଷରେ 1013 ଥିଲା ।   

4)   2019-20ରେ 5181 କିଲୋମିଟର ରେଳ ଟ୍ରାକର ନବୀକରଣ କରାଯାଇଥିବା ବେଳେ 2018-19ରେ ଏହା 4265 କିଲୋମିଟର ଥିଲା ।

5)   ପ୍ରାୟ 13.8 ଲକ୍ଷ ଟନ ରେଳ ଧାରଣା ସେଲ ଠାରୁ ଅଣାଯାଇ ରେଳ ଧାରଣାଗୁଡିକୁ ଅଧିକ ସୁଦୃଢ କରାଯାଇଛି ।

6)   2019-20ରେ 285ଟି ଲେବଲ କ୍ରସିଂକୁ ସିଗନାଲ ଦ୍ଵାରା ଇଣ୍ଟର ଲକିଙ୍ଗ କରାଯାଇଛି  

7)   2019-20ରେ 84ଟି ଷ୍ଟେସନରେ ମେକାନିକାଲ ସଂକେତ ବ୍ୟବସ୍ଥା ସ୍ଥାନରେ ଇଲେକ୍ଟ୍ରୋନିକ ସଂକେତ ବ୍ୟବସ୍ଥା ପ୍ରବର୍ତ୍ତନ କରାଯାଇଛି ।

2017-18 ଆର୍ଥିକ ବର୍ଷରେ ରାଷ୍ଟ୍ରୀୟ ରେଳ ସଂରକ୍ଷଣ କୋଷ ସୃଷ୍ଟି ହେବାଠାରୁ ଏହା ସମ୍ଭବ ହୋଇପାରିଛି । ଏବାବଦକୁ ଆସନ୍ତା 5 ବର୍ଷ ଭିତରେ 1 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଯାହାଯୋଗୁଁ ବାର୍ଷିକ ଆୟରେ 20 ହଜାର କୋଟି ଟଙ୍କା ବୃଦ୍ଧି ପାଇବ । ଏହି ଅର୍ଥ ଯୋଗୁଁ ଅତ୍ୟାବଶ୍ୟକ ନିରାପତ୍ତା ଜନିତ ପଦକ୍ଷେପ ନିଆଯିବାରୁ ଏପରି ସଫଳତା ମିଳିପାରିଛି ।

 

**********



(Release ID: 1630320) Visitor Counter : 222