ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ବିଏସ-6 ଚାରି ଚକିଆ ଯାନର ନମ୍ବର ପ୍ଲେଟ ଷ୍ଟିକରରେ ରହିବ ସ୍ଵତନ୍ତ୍ର ରଙ୍ଗର ବ୍ୟାଣ୍ଡ

• 1 ସେମି ମୋଟେଇର ସବୁଜ ପଟି ଚାରିଚକିଆର ୱିଣ୍ଡଶିଲ୍ଡ ଉପରେ ପଞ୍ଜିକରଣ ବିବରଣୀର ଷ୍ଟିକର ପାଇଁ ଲଗାଯିବ

Posted On: 08 JUN 2020 4:45PM by PIB Bhubaneshwar

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ 5 ଜୁନ, 2020ରେ ଏକ ଏସ.ଓ. 1979 (ଇ) ଜାରି କରାଯାଇଥିଲା। ଯେକୌଣସି ବିଏସ-6 ଶ୍ରେଣୀର ବାହନରେ ଥିବା ଷ୍ଟିକର ଉପରେ ଏକ 1 ସେମି ମୋଟେଇର ଏକ ସବୁଜ ରଙ୍ଗର ପଟି ଲଗାଇବା ପାଇଁ ଏଥିରେ ବାଧ୍ୟତାମୂଳକ କରାଯାଇଥିଲା। ପେଟ୍ରୋଲ କିମ୍ବା ସିଏନଜି ଗାଡ଼ି ପାଇଁ ହାଲକା ନୀଳ ରଙ୍ଗର ଷ୍ଟିକର ଓ ଡିଜେଲ ଗାଡ଼ି ପାଇଁ କମଳା ରଙ୍ଗର ଷ୍ଟିକର ଉପରେ ଏହି ସବୁଜ ରଙ୍ଗର ପଟି ଦିଆଯିବାର ନିୟମ କରାଯାଇଥିଲା ବର୍ତ୍ତମାନ ଏହି 1 ସେମି ମୋଟେଇର ଷ୍ଟିକର ବିଏସ 6 ବାହନର ୱିଣ୍ଡଶିଲ୍ଡ ଉପରେ ଲଗାଇବାର ନିୟମକୁ ବାଧ୍ୟତାମୂଳକ କରାଯାଇଛି।

ବିଏସ-6 ନିର୍ଗମନ ମାନକକୁ 1 ଏପ୍ରିଲ 2020 ଠାରୁ ବାଧ୍ୟତାମୂଳକ କରାଯାଇଛି । ଏଥିରେ ଥିବା ଷ୍ଟିକର ଏବଂ ସ୍ଵଚ୍ଛ ନିର୍ଗମନ ସର୍ତ୍ତାବଳୀ ସାରା ବିଶ୍ଵରେ ଅନୁସରଣ କରାଯାଉଥିବା ନିର୍ଗମନ ମାନକ ସହିତ ସମାନ। ଏଭଳି ନିର୍ଗମନ ମାନକ ନିମନ୍ତେ ବାହନ ସ୍ଵତନ୍ତ୍ର ପରିଚୟ ନିର୍ଦ୍ଧାରଣକୁ ଅନ୍ୟ ରାଷ୍ଟ୍ରଗୁଡ଼ିକ ପାଳନ କରୁଛନ୍ତି ଏ ଦିଗରେ ଅନୁରୋଧ କରାଯିବା ପରେ ସରକାରଙ୍କ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି

 

************



(Release ID: 1630297) Visitor Counter : 273