ପ୍ରତିରକ୍ଷା ମନ୍ତ୍ରଣାଳୟ

ସମୁଦ୍ର ସେତୁ ଅଭିଯାନରେ ଇରାନରୁ ନାଗରିକଙ୍କ ସ୍ଥାନାନ୍ତରଣ ଆରମ୍ଭ କରିଛି ଭାରତୀୟ ନୌସେନା

ପୋଷ୍ଟ କରାଯିବା ଦିନାଙ୍କ: 08 JUN 2020 10:10AM by PIB Bhubaneswar

ଆଜିଠାରୁ (08.06.2020) ଭାରତୀୟ ନୌସେନା ସମୁଦ୍ର ସେତୁ ଅଭିଯାନରେ ଭାରତୀୟମାନଙ୍କୁ ସ୍ଵଦେଶ ଫେରାଇ ଆଣିବା କାର୍ଯ୍ୟ ପୁଣି ଆରମ୍ଭ କରିଛି ଭାରତୀୟ ନୌସେନା ଜାହାଜ ଆଇଏନଏସ ଜଳଶ୍ୱ ଏବଂ ମଗର ମାଳଦୀପ ଏବଂ ଶ୍ରୀଲଙ୍କାରେ ଫସି ରହିଥିବା 2874 ଜଣ ଭାରତୀୟଙ୍କୁ କୋଚି ଏବଂ ତୁତିକୋରିନରେ ପହଞ୍ଚାଇଛନ୍ତି  

ସମୁଦ୍ର ସେତୁର ପରବର୍ତ୍ତୀ ପର୍ଯ୍ୟାୟ ସ୍ୱରୂପ ଆଜି (08.06.2020) ଭାରତୀୟ ନୌସେନା ଜାହାଜ ଆଇଏନଏସ ଶାର୍ଦ୍ଦୁଳ ଇରାନର ବନ୍ଦର ଅବ୍ବାସରୁ ଭାରତୀୟମାନଙ୍କୁ ଗୁଜୁରାଟର ପୋରବନ୍ଦରରେ ପହଞ୍ଚାଇବ ଯେଉଁ ଭାରତୀୟମାନେ ଆସିବେ ଇରାନରେ ଥିବା ଭାରତୀୟ ଦୂତାବାସ ସେମାନଙ୍କ ଏକ ତାଲିକା ପ୍ରସ୍ତୁତ କରିଛି ।

ଆଇଏନଏସ ଶାର୍ଦ୍ଦୁଳର ବୋର୍ଡରେ ସାମାଜିକ ଦୂରତା ରକ୍ଷା, ଅତିରିକ୍ତ ଚିକିତ୍ସା ସୁବିଧା, ଔଷଧ ଭଣ୍ଡାର ପିପିଇ ଏତ୍ୟାଦି ସହ ଡାକ୍ତରୀ ଉପକରଣ ଓ ଚିକିତ୍ସକ ସୁବିଧା ମହଜୁଦ ଅଛି । ସ୍ଥାନାନ୍ତରିତ ହେଉଥିବା ସମସ୍ତଙ୍କ ପାଇଁ ମୌଳିକ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରାଯିବ ଆବଶ୍ୟକ ହେଲେ ସଙ୍ଗରୋଧ ଗୃହର ମଧ୍ୟ ବ୍ୟବସ୍ଥା ରହିଛି ତେବେ ଲକ୍ଷଣ ଥିବା ଓ ନଥିବା ନିର୍ବିଶେଷରେ ସମସ୍ତ ଯାତ୍ରୀଙ୍କ ପାଇଁ କୋଭିଡ ନିୟମାବଳୀ ମାନିବାକୁ ହେବ । ପୋର ବନ୍ଦର ପହଞ୍ଚିବା ପରେ ସମସ୍ତ ସ୍ଥାନାନ୍ତରିତ ବ୍ୟକ୍ତିଙ୍କୁ ଗୁଜରାଟ ରାଜ୍ୟ ସରକାରଙ୍କ ଜିମାରେ ଛଡା ଯିବାର କାର୍ଯ୍ୟକ୍ରମ ରହିଛି

 

**********

 

 


(ରିଲିଜ ଆଡି: 1630291) ପରିଦର୍ଶକ କାଉଣ୍ଟର : 266