ଅର୍ଥ ମନ୍ତ୍ରଣାଳୟ

ରାଜ୍ୟଗୁଡ଼ିକୁ ଜିଏସଟି କ୍ଷତିପୂରଣ ଆକାରରେ 36,400 କୋଟି ଟଙ୍କା ଜାରି କଲେ କେନ୍ଦ୍ର ସରକାର

Posted On: 04 JUN 2020 8:28PM by PIB Bhubaneshwar

ସାମ୍ପ୍ରତିକ କୋଭିଡ-19 ପରିସ୍ଥିତି କାରଣରୁ ରାଜ୍ୟ ସରକାରମାନଙ୍କ ସମ୍ବଳ ବାଧାପ୍ରାପ୍ତ ହୋଇଥିବା ବେଳେ ଖର୍ଚ୍ଚ ପାଇଁ ସେମାନଙ୍କୁ ଅର୍ଥରାଶିର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଡିସେମ୍ବର 2019ରୁ ଫେବୃଆରୀ 2020 ଅବଧି ପାଇଁ ବିଧାନସଭା ଥିବା ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପାଇଁ ଜିଏସଟି କ୍ଷତିପୂରଣ ବାବଦକୁ 36,400 କୋଟି ଟଙ୍କା ଜାରି କରିଛନ୍ତି ।

ଅନ୍ୟପକ୍ଷରେ ଏପ୍ରିଲ-ନଭେମ୍ବର 2019 ଅବଧି ପାଇଁ ଜିଏସଟି କ୍ଷତିପୂରଣ ବାବଦକୁ 1,15,096 କୋଟି ଟଙ୍କାର କ୍ଷତିପୂରଣ ବିଧାନସଭା ଥିବା ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇସାରିଛି ।

 

**********



(Release ID: 1629473) Visitor Counter : 218