ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ବିଦେଶରୁ ଫେରୁଥିବା ନାଗରିକଙ୍କ ସ୍କିଲ୍ ମ୍ୟାପିଂ କରିବେ ସରକାର

• ବନ୍ଦେ ଭାରତ ମିଶନ ଅନ୍ତର୍ଗତ 'ସ୍ଵଦେଶ' କାର୍ଯ୍ୟକ୍ରମର ଶୁଭାରମ୍ଭ
• 'ସ୍ଵଦେଶ' କୌଶଳ ବିକାଶ ଓ ଉଦ୍ୟମିତା, ବେସାମରିକ ବିମାନ ଚଳାଚଳ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏକ ମିଳିତ ପଦକ୍ଷେପ
• ଉପଯୁକ୍ତ ନିଯୁକ୍ତି ସୁଯୋଗ ସହିତ ଫେରୁଥିବା ନାଗରିକମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ

Posted On: 03 JUN 2020 3:24PM by PIB Bhubaneshwar

ଦେଶରେ କରୋନା ମହାମାରୀ ବ୍ୟାପିବା କାରଣରୁ ଫେରି ଆସୁଥିବା ଆମର କୁଶଳୀ କର୍ମଚାରୀମାନଙ୍କର ସର୍ବଶ୍ରେଷ୍ଠ ବ୍ୟବହାର କରିବା ପାଇଁ ଭାରତ ସରକାର ଏକ ନୂତନ ବ୍ୟବସ୍ଥା ‘ସ୍ୱଦେଶ’(ସ୍କିଲ୍ଡ ୱାର୍କସ ଆରାଇଭାଲ ଡାଟାବେଶ ଫର ଏମ୍ପ୍ଲଏମେଣ୍ଟ ସପୋର୍ଟ-ସ୍ୱଦେଶ) ଆରମ୍ଭ କରିଛନ୍ତି ଏହା ବନ୍ଦେ ଭାରତ ମିଶନ ଅନ୍ତର୍ଗତ ଦେଶକୁ ଫେରାଇ ଅଣାଯାଉଥିବା ନାଗରିକମାନଙ୍କର ଦକ୍ଷତା ବିଷୟରେ ସୂଚନା ପ୍ରଦାନ କରିବ । ଏହା ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମିଳିତ ପଦକ୍ଷେପ, ଯାହା ଭାରତୀୟ ତଥା ବିଦେଶୀ କମ୍ପାନୀ ଖୋଜିବା ପାଇଁ ଉଦ୍ଦିଷ୍ଟ ଏହାର ଉଦ୍ଦେଶ୍ୟ ହେଉଛି ଭାରତୀୟ ଏବଂ ବିଦେଶୀ କମ୍ପାନୀର ଚାହିଦା ପୂରଣ କରିବା ପାଇଁ ଦକ୍ଷତା ଏବଂ ଅଭିଜ୍ଞତାକୁ ଆଧାର କରି ଯୋଗ୍ୟ ନାଗରିକମାନଙ୍କର ଏକ ଡାଟାବେସ ସୃଷ୍ଟି କରିବା

ସଂଗୃହିତ ସୂଚନା ଦେଶରେ ଉପଯୁକ୍ତ ନିଯୁକ୍ତି ସୁଯୋଗ ପାଇବାରେ ନାଗରିକ ମାନଙ୍କୁ ସହାୟକ ହେବ ପ୍ରତ୍ୟାବର୍ତ୍ତନ କରୁଥିବା ନାଗରିକମାନେ ଏକ ଅନଲାଇନ ସେଲ୍ଫ ଡେଡ ସ୍କିଲ କାର୍ଡ ପୂରଣ କରିବା ଆବଶ୍ୟକ ରାଜ୍ୟ ସରକାର, ଶିଳ୍ପ ସଙ୍ଗଠନ ଏବଂ ନିଯୁକ୍ତିଦାତା ସମେତ ପ୍ରମୁଖ ହିତଧାରକଙ୍କ ସହ ପରାମର୍ଶ ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରୁଥିବା ନାଗରିକମାନଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ପ୍ରଦାନ କରିବାକୁ ଏହି କାର୍ଡ ଏକ ରଣନୀତିକ ଢାଞ୍ଚା ପ୍ରଦାନ କରିବ ନ୍ୟାସନାଲ ସ୍କିଲ୍ ଡେଭଲପମେଣ୍ଟ କର୍ପୋରେସନ୍ (NSDC), ଏହାର କାର୍ଯ୍ୟକାରୀତାକୁ ସମର୍ଥନ କରୁଛି

ଏହି ଦକ୍ଷତା ସମ୍ପର୍କରେ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ କହିଛନ୍ତି ଯେ ଏହା ଏକ ପରୀକ୍ଷାର ସମୟ ଏବଂ କୋଭିଡ-19 ମହାମାରୀ ଯୋଗୁ ସମଗ୍ର ଦେଶ ଏକାଠି ହେବା ଜରୁରୀ ଆହ୍ଵାନଗୁଡିକର ମୁକାବିଲା ପାଇଁ କେନ୍ଦ୍ରର ପ୍ରୟାସରେ ସହଯୋଗ କରନ୍ତୁ । ଆମେ ଖୁସି ଯେ ବନ୍ଦେ ଭାରତ ମିଶନ ଅଧୀନରେ ବିଦେଶରୁ ଫେରୁଥିବା ନାଗରିକଙ୍କ ଦକ୍ଷତା ମ୍ୟାପିଂ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ସହଭାଗୀ ହୋଇଛୁ ସମସ୍ତଙ୍କ ପାଇଁ ସୁରକ୍ଷା ତଥା ବିକାଶ ଲାଗି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ‘ସ୍ୱଦେଶ’ସ୍କିଲ କାର୍ଡ ମାଧ୍ୟମରେ ସଂଗୃହିତ ତଥ୍ୟ ନାଗରିକମାନଙ୍କୁ ଚାକିରୀ ସୁଯୋଗ ଯୋଗାଇବାରେ ତଥା ଚାହିଦା-ଯୋଗାଣ ବ୍ୟବଧାନକୁ ଦୂର କରିବାରେ ସାହାଯ୍ୟ କରିବ ।

ସମଗ୍ର ବିଶ୍ୱରେ କୋଭିଡ-19 ମହାମାରୀ ହଜାର ହଜାର ଶ୍ରମିକଙ୍କ ଉପରେ ଅହେତୁକ ଆର୍ଥିକ ପ୍ରଭାବ ପକାଇଛି, ଯାହାଦ୍ୱାରା ହଜାର ହଜାର ଶ୍ରମିକ ଚାକିରି ହରାଇଛନ୍ତି ଏବଂ ସାରା ବିଶ୍ୱରେ ଶହ ଶହ କମ୍ପାନୀ ବନ୍ଦ ହୋଇଯାଇଛି । ଭାରତ ସରକାରଙ୍କ ବନ୍ଦେ ଭାରତ ମିଶନ ମାଧ୍ୟମରେ ଦେଶକୁ ଫେରୁଥିବା ଆମର ଅନେକ ନାଗରିକ ସେମାନଙ୍କ ଭବିଷ୍ୟତର ନିଯୁକ୍ତି ସୁଯୋଗକୁ ନେଇ ଅନିଶ୍ଚିତତାର ସମ୍ମୁଖୀନ ହୋଇପାରନ୍ତି ଲକ୍ଷ ଲକ୍ଷ ନାଗରିକ ବିଭିନ୍ନ ଭାରତୀୟ ମିଶନରେ ପଞ୍ଜୀକୃତ ହୋଇ ଦେଶକୁ ଫେରିବା ପାଇଁ ଅନୁରୋଧ କରିଛନ୍ତି ଏବଂ ଏପର୍ଯ୍ୟନ୍ତ 57,000ରୁ ଅଧିକ ଲୋକ ଦେଶକୁ ଫେରିଛନ୍ତି

ଏହି ପଦକ୍ଷେପ ଉପରେ ନିଜର ମତ  ବିନିମୟ କରି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ, ଯେତେବେଳେ ଆମେ ବନ୍ଦେ ଭାରତ ମିଶନ ଆରମ୍ଭ କରିଥିଲୁ, ସେତେବେଳେ ଆମର ଅନେକ ବିଦେଶୀ ନାଗରିକ ଚାକିରି ହରାଇବା କାରଣରୁ ଭାରତକୁ ଫେରୁଥିବାର ଦେଖିଲୁ, ତାଙ୍କର ଆନ୍ତର୍ଜାତିକ ଦକ୍ଷତା ଏବଂ ଅଭିଜ୍ଞତା ଅଛି ଯାହା ଘରୋଇ ଏବଂ ଅନ୍ତର୍ଜାତୀୟ ବଜାର ପାଇଁ ବହୁତ ଉପଯୋଗୀ ଏହି ବୃତ୍ତିଧାରୀମାନଙ୍କ ଡାଟାବେସ ସଂଗ୍ରହ କରିବାକୁ ଏକ ଅନଲାଇନ ପୋର୍ଟାଲ ସୃଷ୍ଟି କରିବାକୁ ଆମେ ଦକ୍ଷତା ବିକାଶ ମନ୍ତ୍ରଣାଳୟରେ ପହଞ୍ଚିଲୁ ସେଲ୍ଫ-ଡିଜାଇନ କାର୍ଡ ବିଷୟରେ ସୂଚନା ପ୍ରଦାନ କରିବାକୁ ନିଶ୍ଚିତ କରିବାକୁ, ବନ୍ଦେ ଭାରତ ମିଶନ ଅଧୀନରେ ବିମାନ ଚଳାଉଥିବା ଏୟାର ଇଣ୍ଡିଆ ଦ୍ୱାରା ବିମାନ ଭିତରେ ଘୋଷଣା କରାଯାଉଛି । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଏବଂ ଅନ୍ୟାନ୍ୟ ବେସରକାରୀ ବିମାନବନ୍ଦରଗୁଡିକ ମଧ୍ୟ ବ୍ୟାନର/ଷ୍ଟାଣ୍ଡ ଏବଂ ଡିଜିଟାଲ ନିର୍ଦ୍ଦେଶନାମା ସୂଚକ ଲଗାଇଛନ୍ତି ଯେ ଆମର ବିଦେଶରୁ ଫେରୁଥିବା ସମସ୍ତ ପ୍ରବାସୀମାନଙ୍କୁ ଏହି ପଦକ୍ଷେପ ବିଷୟରେ ଅବଗତ କରାଯାଇଛି

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ସୁବ୍ରମଣ୍ୟମ ଜୟଶଙ୍କର ଏ ସଂପର୍କରେ ମନ୍ତବ୍ୟ ଦେଇଛନ୍ତି, ନୋଭେଲ କରୋନା ଭୂତାଣୁର ବ୍ୟାପକତା ବିଶ୍ଵରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଛି, ବିଦେଶରୁ ଫେରୁଥିବା ଆମ ନାଗରିକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ଆମେ ବିଭିନ୍ନ ଦେଶରେ ଆମର ଦୂତାବାସ / ହାଇ କମିଶନ / କନସୁଲେଟ ମାଧ୍ୟମରେ ସ୍ଵଦେଶ କୌଶଳ କାର୍ଡ ପଦକ୍ଷେପକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରିବୁ ଏହି ପଦକ୍ଷେପ ସେମାନଙ୍କ ଦକ୍ଷତା ସହିତ ମେଳ ଖାଉଥିବା ରିଟର୍ଣ୍ଣ ଫୋର୍ସ ନିୟୋଜନରେ ସାହାଯ୍ୟ କରିବ "

ଅନଲାଇନ ଫର୍ମଗୁଡିକ www.nsdcindia.org/swadesରେ ଉପଲବ୍ଧ, ଯାହା ଫେରି ଆସୁଥିବା ନାଗରିକମାନଙ୍କର ଆବଶ୍ୟକୀୟ ବିବରଣୀ ସଂଗ୍ରହ କରିବାକୁ ପରିକଳ୍ପନା କରାଯାଇଛି ଫର୍ମରେ କାର୍ଯ୍ୟର ପରିସର, ଚାକିରିର ଆଖ୍ୟା, ରୋଜଗାର, ବର୍ଷର ଅଭିଜ୍ଞତା ସହିତ ଜଡିତ ବିବରଣୀ ରହିଛି ଫର୍ମ ପୂରଣ ସହ ଜଡିତ କୌଣସି ପ୍ରଶ୍ନ ପାଇଁ ନାଗରିକମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ଟୋଲ୍ ଫ୍ରି କଲ ସେଣ୍ଟର ମଧ୍ୟ ବ୍ୟବସ୍ଥା କରାଯାଇଛି

ସ୍ଵଦେଶ କୌଶଳ ଫର୍ମ (ଅନଲାଇନ)କୁ 30 ମଇ 2020 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ଏବଂ 3 ଜୁନ 2020 (ଅପରାହ୍ନ 2ଟା) ପର୍ଯ୍ୟନ୍ତ ପ୍ରାୟ 7000 ପଞ୍ଜିକରଣ ହୋଇଥିଲା ଏପର୍ଯ୍ୟନ୍ତ ସଂଗୃହିତ ତଥ୍ୟ ମଧ୍ୟରେ, ଯେଉଁ ଦେଶରୁ ନାଗରିକମାନେ ଫେରୁଛନ୍ତି, ଶୀର୍ଷରେ ଥିବା ଦେଶଗୁଡ଼ିକ ହେଉଛି ସଂଯୁକ୍ତ ଆରବ ଏମିରେଟ୍ସ, ଓମାନ, କାତାର, କୁଏତ ଏବଂ ସାଉଦି ଆରବ ସ୍କିଲ୍ ମ୍ୟାପିଂ ଅନୁଯାୟୀ ଏହି ନାଗରିକମାନେ ମୁଖ୍ୟତ ତୈଳ ଗ୍ୟାସ୍, ନିର୍ମାଣ, ପର୍ଯ୍ୟଟନ, ଆତିଥ୍ୟ, ଅଟୋମୋବାଇଲ ଏବଂ ବିମାନ ଚଳାଚଳ କ୍ଷେତ୍ରରେ ନିୟୋଜିତ ହୋଇଥିଲେ ଏହି ତଥ୍ୟରେ ଦର୍ଶାଯାଇଛି ଯେ, ସର୍ବାଧିକ କେରଳ, ତାମିଲନାଡୁ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ତେଲଙ୍ଗାନାର ଶ୍ରମିକ ଫେରିଥିବା ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି

 

**********



(Release ID: 1629229) Visitor Counter : 283