କ୍ୟାବିନେଟ

ଭାରତୀୟ ଔଷଧ ଏବଂ ହୋମିଓପାଥି (ପିସିଆଇଏମ ଏବଂ ଏଚ) ଲାଗି ଆୟୁଷ ମନ୍ତ୍ରଣାଳୟ ଅଧୀନସ୍ଥ କାର୍ଯ୍ୟାଳୟ ଭାବେ ଔଷଧକୋଷ ଆୟୋଗ ପ୍ରତିଷ୍ଠାକୁ କ୍ୟାବିନେଟ ମଞ୍ଜୁରି

Posted On: 03 JUN 2020 5:12PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତୀୟ ଔଷଧ ଏବଂ ହୋମିଓପାଥି (ପିସିଆଇଏମ ଏବଂ ଏଚ) ଲାଗି ଆୟୁଷ ମନ୍ତ୍ରଣାଳୟ ଅଧୀନସ୍ଥ କାର୍ଯ୍ୟାଳୟ ଭାବେ ଔଷଧକୋଷ ଆୟୋଗ ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ଏହି ମଞ୍ଜୁରି ମାଧ୍ୟମରେ ଗାଜିଆବାଦରେ 1975ରେ ପ୍ରତିଷ୍ଠିତ ଦୁଇଟି କେନ୍ଦ୍ରୀୟ ଗବେଷଣାଗାର ଫାର୍ମାକୋପିଆ ଲାବ୍ରୋଟୋରୀ ଫର ଇଣ୍ଡିଆନ ମେଡ଼ିସି (ପିଏଲଆଇଏମ) ଏବଂ ହୋମିପାଥିକ ଫାର୍ମା କୋପିଆ ଲାବ୍ରୋଟୋରୀ (ଏଚପିଏଲ)ର ମିଶ୍ରଣ କରି ଦିଆଯାଇଛି ।

ବର୍ତ୍ତମାନ 2010ରେ ପ୍ରତିଷ୍ଠିତ ଆୟୁଷ ମନ୍ତ୍ରଣାଳୟ ଅନ୍ତର୍ଗତ ଭାରତୀୟ ଔଷଧ ଏବଂ ହୋମିଓପାଥି (ପିସିଆଇଏମ ଏବଂ ଏଚ) ଲାଗି ଔଷଧକୋଷ ଆୟୋଗ ଏକ ସ୍ୱୟଂଶାସିତ ସଂଗଠନ । ମିଶ୍ରଣର ଉଦ୍ଦେଶ୍ୟ ହେଉଛି ତିନୋଟି ସଂଗଠନର ମୌଳିକ ଭିତ୍ତିଭୂମି ସୁବିଧା, ବୈଷୟିକ ମାନବ ଶ୍ରମ ଏବଂ ଆର୍ଥିକ ସଂସ୍ଥାନର ସର୍ବାଧିକ ଉପଯୋଗ କରିବା । ଯାହାଦ୍ୱାରା ଆୟୁର୍ବେଦ, ସିଦ୍ଧ, ୟୁନାନୀ ଓ ହୋମିଓପାଥି ଔଷଧର ଗବେଷଣା ଫଳାଫଳଗୁଡ଼ିକର ମାନକୀକରଣରେ ବୃଦ୍ଧି କରାଯାଇପାରିବ, ଫଳରେ ପ୍ରଭାବୀ ନିୟନ୍ତ୍ରଣ ଏବଂ ଗୁଣବତ୍ତା ନିୟନ୍ତ୍ରଣ ଦିଗରେ ଆଗେଇ ହେବ ।

ମିଶ୍ରଣ ଫଳରେ ଔଷଧ କୋଷ ଏବଂ ଲିଖିତ ଉପାୟର ବିବରଣୀ ପ୍ରକାଶନ ଏବଂ ଆୟୁଷ ଔଷଧ ମାନକଗୁଡ଼ିକୁ କେନ୍ଦ୍ରୀକୃତ ଓ ସଶକ୍ତ ବିକାଶକୁ ପ୍ରୋତ୍ସାହନ ମିଳିବ । ଏହାଫଳରେ ପିସିଆଇଏମ ଏବଂ ଏଚର ମିଶ୍ରିତ ଭିତ୍ତିଭୂମି ଏବଂ ଏଗୁଡ଼ିକର ଗବେଷଣାଗାରରେ ଆବଶ୍ୟକ ସଂଶୋଧନ କରି ଔଷଧ ଓ ପ୍ରସାଧନ ସାମଗ୍ରୀ ନିୟମ 1945ର ବ୍ୟବସ୍ଥାକୁ ଅଧିକାର ପ୍ରଦାନ କରାଯାଇ ଆଇନଗତ ମାନ୍ୟତା ଦିଆଯାଇପାରିବ । ଏ ସମ୍ପର୍କରେ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ, ଔଷଧ ମହାନିୟନ୍ତ୍ରକ ଓ ଆୟୁର୍ବେଦ, ସିଦ୍ଧ ଓ ୟୁନାନୀ ଔଷଧ ଜ୍ଞାନକୌଶଳ ପରାମର୍ଶ ବୋର୍ଡ (ଏଏସୟୁଡିଟିଏବି) ସହିତ ବିଚାରବିମର୍ଶ କରାଯାଇସାରିଛି । ଏହା ହେଉଛି ଔଷଧ ଏବଂ ପ୍ରସାଧନ ସାମଗ୍ରୀ ଆଇନ 1940 ଅନ୍ତର୍ଗତ ଏକ ବୈଧାନିକ ସଂଗଠନ ଯାହା ଏଏସଏଲଟି ଔଷଧର ନିୟନ୍ତ୍ରଣ ସହିତ ଜଡ଼ିତ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥାଏ । ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ମିଶ୍ରିତ ସଂଗଠନର ପଦବୀ ଓ ପଦାନୁକ୍ରମ ଢାଂଚାକୁ ପୁଣିଥରେ ପ୍ରସ୍ତୁତ କରିବା ଲାଗି ସହମତି ଦେଇଛି ।

ପିଏଆଇଏମ ଓ ଏଚପିଏଲ ପିସିଆଇଏମ ଏବଂ ଏଚ ଅଧୀନସ୍ଥ କାର୍ଯ୍ୟାଳୟ ହୋଇଥିବା କାରଣରୁ ଆୟୁଷ ମନ୍ତ୍ରଣାଳୟ ଅନ୍ତର୍ଗତ ଏକ ସ୍ୱୟଂଶାସିତ ସଂଗଠନ, ଯାହାକୁ ପିସିଆଇଏମ ଏବଂ ଏଚ ପ୍ରତିଷ୍ଠା ଲାଗି ଏକ ସହଭାଗୀ ପ୍ରଶାସନିକ ନିୟନ୍ତ୍ରଣ ସହିତ ମନ୍ତ୍ରଣାଳୟ ଅଧୀନସ୍ଥ କାର୍ଯ୍ୟାଳୟ ରୂପରେ ମିଶ୍ରଣ କରାଯିବ ।

ମିଶ୍ରଣ ଫଳରେ ପିସିଆଇଏମ ଏବଂ ଏଚ ନିକଟରେ ମନ୍ତ୍ରଣାଳୟ ଅନ୍ତର୍ଗତ ପର୍ଯ୍ୟାପ୍ତ ପ୍ରଶାସନିକ ଢାଂଚା ରହିବ । ଯାହାଦ୍ୱାରା ଔଷଧକୋଷର କାର୍ଯ୍ୟକ୍ଷମତା ଓ ପରିଣାମରେ ବୃଦ୍ଧି ହୋଇପାରିବ । ଏଥିସହିତ ଆୟୁର୍ବେଦ, ସିଦ୍ଧ, ୟୁନାନୀ ଓ ହୋମିଓପାଥି ଔଷଧର ଔଷଧକୋଷ ମାନକ ପରସ୍ପରର ହିତକୁ ହାସଲ କରିବା ନିମନ୍ତେ ପ୍ରୟାସ କରାଯାଇପାରିବ । ଏହାର ଫଳସ୍ୱରୂପ ଔଷଧଗୁଡ଼ିକର ମାନକୀକରଣ କାର୍ଯ୍ୟର ନକଲ ଓ ଓଭରଲାପିଂକୁ ଦୂର କରାଯାଇପାରିବ ଏବଂ ସମ୍ବଳଗୁଡ଼ିକର ପ୍ରଭାବୀ ଢଙ୍ଗରେ ସର୍ବାଧିକ ଉପଯୋଗ କରାଯାଇପାରିବ ।

 

**********

 



(Release ID: 1629181) Visitor Counter : 194