ପ୍ରତିରକ୍ଷା ମନ୍ତ୍ରଣାଳୟ
ଫ୍ରାନ୍ସ ସଶସ୍ତ୍ର ବାହିନୀ ମନ୍ତ୍ରୀଙ୍କ ସହ କଥା ହେଲେ ରକ୍ଷାମନ୍ତ୍ରୀ ରାଜନାଥ ସିଂ
• ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଦ୍ଵିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ସୁଦୃଢ କରିବା ନେଇ ସହମତି
Posted On:
02 JUN 2020 2:26PM by PIB Bhubaneshwar
ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଆଜି ଫ୍ରାନ୍ସର ସଶସ୍ତ୍ର ବାହିନୀ ମନ୍ତ୍ରୀ ଶ୍ରୀମତୀ ଫ୍ଲୋରେନ୍ସ ପାର୍ଲୀଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି । ସେମାନେ କୋଭିଡ-19 ପରିସ୍ଥିତି, ଆଞ୍ଚଳିକ ସୁରକ୍ଷା ସହିତ ପାରସ୍ପରିକ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ ଏବଂ ଭାରତ ଓ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ମଜଭୁତ କରିବା ନେଇ ସହମତ ହୋଇଥିଲେ । କୋଭିଡ-19 ବୈଶ୍ଵିକ ମହାମାରୀ ମୁକାବିଲା ଦିଗରେ ଭାରତ ଏବଂ ଫ୍ରାନ୍ସ ସଶସ୍ତ୍ର ବାହିନୀର ଉଦ୍ୟମକୁ ଉଭୟ ମନ୍ତ୍ରୀ ପ୍ରଶଂସା କରିଥିଲେ ।
କୋଭିଡ-19 ବୈଶ୍ଵିକ ମହାମାରୀର ଆହ୍ଵାନ ସତ୍ଵେ ରାଫେଲ ବିମାନ ଠିକ ସମୟରେ ପ୍ରଦାନ କରିବା ନେଇ ଫ୍ରାନ୍ସ ନିଜର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିଥିଲା ।
2020 ରୁ 2022 ପର୍ଯ୍ୟନ୍ତ ଭାରତୀୟ ମହାସାଗର ନାଭାଲ ସିମ୍ପୋଜିଅମ (ଆଇଓଏନଏସ)ର ଫ୍ରେଞ୍ଚ ଚେୟାରମାନକୁ ରକ୍ଷାମନ୍ତ୍ରୀ ସ୍ଵାଗତ କରିଥିଲେ । ଭାରତ ମହାସାଗରରେ 2018ର ଭାରତ-ଫ୍ରାନ୍ସ ମିଳିତ ରଣନୈତିକ ଦୃଷ୍ଟିକୋଣକୁ ମିଳିମିଶି ପୂରଣ କରିବା ନେଇ ଦୁଇ ମନ୍ତ୍ରୀ ସହମତି ପ୍ରକାଶ କରିଥିଲେ ।
**********
(Release ID: 1628744)
Visitor Counter : 214
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Punjabi
,
Tamil
,
Telugu
,
Kannada
,
Kannada
,
Malayalam