PIB Headquarters

ଉପଯୁକ୍ତ ପ୍ରଯୁକ୍ତି, ବିଦେଶୀ ପୁଞ୍ଜିନିବେଶ ଏବଂ ଅସାଧାରଣ ମାନବ ସମ୍ବଳ ଯୋଗୁ ଭାରତ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିପାରିଛି: ରବି ଶଙ୍କର ପ୍ରସାଦ
• 2025 ସୁଦ୍ଧା ମୋବାଇଲ ଉତ୍ପାଦନ କ୍ଷେତ୍ରରେ 10 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ; 5 ଲକ୍ଷ ପ୍ରତ୍ୟକ୍ଷ ଓ 15 ଲକ୍ଷ ପରୋକ୍ଷ କର୍ମସଂସ୍ଥାନ ସୃଷ୍ଟି ହେବ

Posted On: 02 JUN 2020 1:01PM by PIB Bhubaneshwar

ଡିଜିଟାଲ ଇଣ୍ଡିଆ ହେଉ ଅବା ମେକ ଇନ ଇଣ୍ଡିଆ ବା ଷ୍ଟାର୍ଟ ଅପ ଇଣ୍ଡିଆ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ସବୁବେଳେ ପରିବର୍ତ୍ତନରେ ବିଶ୍ୱାସ ରଖନ୍ତିଏହି ପଦକ୍ଷେପ ଯୋଗୁ ଭାରତବାସୀ ସଶକ୍ତ ହେବା ସହ ଡିଜିଟାଲ କାରବାର ବୃଦ୍ଧି ପାଇଛି ନବୋନ୍ମେଷ ପ୍ରଯୁକ୍ତିର ପ୍ରୟୋଗ ବିଶ୍ୱରେ ଭାରତକୁ ଡିଜିଟାଲ ଶକ୍ତିର ମାନ୍ୟତା ଦେଇଛି

ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନକୁ ପ୍ରୋତ୍ସାହନ ମେକ ଇନ ଇଣ୍ଡିଆର ଏକ ମୁଖ୍ୟ ଉଦ୍ଦେଶ୍ୟ2019ର ଜାତୀୟ ଇଲେକ୍ଟ୍ରୋନିକ୍ସ ନୀତି ସଂଶୋଧିତ ଦକ୍ଷତା ଯୋଜନା, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପୁଞ୍ଜ ଏବଂ ଇଲେକ୍ଟ୍ରୋନିକ୍ସ ବିକାଶ ପାଣ୍ଠି ଯୋଗୁ ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ 2014ରେ 29 ବିଲିୟନ ଆମେରିକୀୟ ଡଲାର ଥିବାବେଳେ 2019ରେ 70 ବିଲିୟନ ଡଲାରକୁ ବୃଦ୍ଧି ପାଇଛିଏହି ସମୟ ମଧ୍ୟରେ ମୋବାଇଲ ଫୋନର ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି2014 ମସିହାରେ ମାତ୍ର 2ଟି ମୋବାଇଲ କାରଖାନା ଥିବାବେଳେ ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଉତ୍ପାଦନକାରୀ ହୋଇପାରିଛି2018-19 ମସିହା ମଧ୍ୟରେ ମୋବାଇଲ ଉତ୍ପାଦନ 29 କୋଟି ୟୁନିଟରେ ପହଞ୍ଚିଥିବାବେଳେ ଏହା 2014 ମସିହାରେ ମାତ୍ର 6 କୋଟି ୟୁନିଟରେ ସୀମିତ ଥିଲା2018-19ରେ ବାବଦ ମୋଟ ପୁଞ୍ଜି 1 ଲକ୍ଷ 70 ହଜାର କୋଟି ଟଙ୍କା ଥିବାବେଳେ 2014ରେ ମାତ୍ର 19 ହଜାର କୋଟି ଥିଲା2014-15ରେ ଇଲେକ୍ଟ୍ରୋନିକ୍ସ ରପ୍ତାନୀ 38,263 କୋଟି ଟଙ୍କା ଥିବାବେଳେ 2018-19ରେ ତାହା 61,908 କୋଟି ଟଙ୍କାକୁ ବୃଦ୍ଧି ପାଇଛି2012 ମସିହାରେ  ବିଶ୍ୱ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ଭାରତର ଯୋଗଦାନ ମାତ୍ର ଶତକଡା 1.3 ଭାଗ ଥିବାବେଳେ 2018 ମସିହାରେ ଏହା ଶତକଡା 3 ଭାଗକୁ ବୃଦ୍ଧି ପାଇଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଆତ୍ମନିର୍ଭର ଭାରତ ଗଠନ ପାଇଁ ଆହ୍ୱାନ ଦେଇଛନ୍ତିଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ଅନେକ ସମୟରେ କହିଛନ୍ତି ଯେ, ଭାରତ ଉପଯୁକ୍ତ ପ୍ରଯୁକ୍ତି ବିଦ୍ୟା, ବିଦେଶୀ ପୁଞ୍ଜିନିବେଶ ସମେତ ନିଜସ୍ୱ ପୁଞ୍ଜି ଏବଂ ଅସାଧାରଣ ମାନବସମ୍ବଳ ଯୋଗୁ ବିଶ୍ୱ ଅର୍ଥନୀତିରେ ଏକ ବିଶେଷ ଯୋଗଦାନ ଦେଇଛି

ବିଶ୍ୱ ଅର୍ଥନୀତିକୁ ସହାୟକ ହେଉଥିବାରୁ ଭାରତ ମଧ୍ୟ ବ୍ୟାପକ ନିର୍ମାଣ କାର୍ଯ୍ୟ ପାଇଁ ଚେଷ୍ଟା କରୁଛିଏଥିପାଇଁ ଆବଶ୍ୟକ ତିନୋଟି ଯୋଜନା ହେଲା – (). ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (PLI) ଯାହାକି ବୃହତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ସହାୟକ ହେବ । () ଇଲେକ୍ଟ୍ରୋନିକ ଯନ୍ତ୍ରାଂଶ ଏବଂ ହେଭି କଣ୍ଡକ୍ଟର ଉତ୍ପାଦନ ପ୍ରୋତ୍ସାହନ ଯୋଜନା (SPECS) ଏବଂ ପରିବର୍ତ୍ତିତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର (EMC 2.0) ଯୋଜନା

ପିଏଲଆଇ ଯୋଜନାରେ 4ରୁ 6 ଭାଗ ପ୍ରୋତ୍ସାହନ ଭାରତରେ ବିଭିନ୍ନ ଦ୍ରବ୍ୟ ଉପରେ ଦିଆଯିବଏହା ମୂଳ ବର୍ଷ ସମେତ 5 ବର୍ଷ ପାଇଁ ରହିବ

ଏସପିଇସିଏସ ଯୋଜନାରେ ଶତକଡା 25 ଭାଗ ପର୍ଯ୍ୟନ୍ତ ଆର୍ଥିକ ପ୍ରୋତ୍ସାହନ ମୂଳ ଧନ ଖର୍ଚ୍ଚ ଉପରେ ରହିବତେବେ ଏହା କେତେକ ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯଥାଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ, ହେଭି କଣ୍ଡକ୍ଟର, ନିର୍ମାଣ ୟୁନିଟ, ଆସେମ୍ଲି, ଚେଷ୍ଟ ମାର୍କେଟିଂ ଏଣ୍ଡ ପ୍ୟାକେଜିଂ ୟୁନିଟ ଇତ୍ୟାଦି

ଇଏମସି 2.0 ଯୋଜନାରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ସହ ବିଭିନ୍ନ ସୁବିଧାସୁଯୋଗ ରହିବଯାହାକି ବିଶ୍ୱ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକାରୀଙ୍କୁ ଆକର୍ଷିତ କରିପାରିବ

ଏହି ତିନୋଟି ଯୋଜନା ପାଇଁ ହଜାର କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛିଏହା ଦେଶର ଘରୋଇ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକୁ ସାହାଯ୍ୟ କରିବା ସହ ଦେଶରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପରିବେଶକୁ ସୁରକ୍ଷା ଦେବ ଏହି ତିନୋଟି ଯୋଜନା ବଡ ଧରଣର ଇଲେକ୍ଟ୍ରୋନିକ ଉତ୍ପାଦନ ସହ ସପ୍ଲାଇ ଚେନଗୁଡକ ନିମନ୍ତେ ମଧ୍ୟ ସହାୟକ ହେବଏହି ଯୋଜନାଗୁଡିକ କାର୍ଯ୍ୟକାରୀ ହେଲେ 2025 ମସିହା ସୁଦ୍ଧା ଦେଶର ସାମଗ୍ରୀକ ଉତ୍ପାଦନ 5 ଟ୍ରିଲିଅନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇବଏହି ତିନୋଟି ଯାକ ଯୋଜନା ପର୍ଯ୍ୟାପ୍ତ ପୁଞ୍ଜିନିବେଶ, ଅଧିକ ମୋବାଇଲ ଫୋନ ଉତ୍ପାଦନ ଏବଂ ସେମାନଙ୍କର ଯନ୍ତ୍ରାଂଶ ଯୋଗାଇ ପାରିବ ବୋଲି ଆଶା କରାଯାଇଛିଏହାପରେ 2025 ମସିହା ସୁଦ୍ଧା ଏହା 10 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରିବା ସହ ଏହାଦ୍ୱାରା 5 ଲକ୍ଷ ପ୍ରତ୍ୟକ୍ଷ 15 ଲକ୍ଷ ପରୋକ୍ଷ କର୍ମସଂସ୍ଥାନ ସୃଷ୍ଟି ହେବ

 

**************

 

 

 



(Release ID: 1628664) Visitor Counter : 10