ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜୀବ ଗାନ୍ଧୀ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର 25ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

• ଚିକିତ୍ସକ ଓ ସ୍ୱାସ୍ଥ୍ୟସେବା ପ୍ରବେଶକାରୀ କର୍ମଚାରୀଙ୍କ ଭୂଭିକାଙ୍କୁ ଉଚ ପ୍ରଶଂସାକରି କହିଲେ କୋଭିଡ-19 ବିରୋଧୀ ଲଢେଇରେ ସେମାନେ ଅପରାଜେୟ ଯୋଦ୍ଧା
• ଅଦୃଶ୍ୟ ଓ ଅପରାଜେୟଙ୍କ ଲଢେଇରେ ଆମ ଚିକିତ୍ସକ ଓ ସ୍ୱାସ୍ଥ୍ୟରକ୍ଷା ପେଷାଦାରଙ୍କ ବିଜୟ ସୁନିଶ୍ଚିତ ହେବ, କହିଲେ ପ୍ରଧାନମନ୍ତ୍ରୀ
• ଦେଶରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ କରିବା ପାଇଁ ଘୋଷଣା କଲେ ଚତୁଃସ୍ତରୀୟ ରଣନୀତି
• ଟେଲିମେଡିସିନର ବିକାଶ ପାଇଁ ଲୋଢିଲେ ମତାମତ; ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମେକ ଇନ ଇଣ୍ଡିଆ ଓ ଆଇଟି ଭିତ୍ତିକ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ

Posted On: 01 JUN 2020 1:10PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁସ୍ଥିତ ରାଜୀବ ଗାନ୍ଧୀ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର 25ତମ ପ୍ରତିଷ୍ଠା ଦିବସ  ଅବସରରେ ଆୟୋଜିତ କାର୍ଯ୍ୟରେ ଭିଡିଓ କନଫରେସିଂ ବ୍ୟବସ୍ଥାରେ ଉଦବୋଧନ ଦେଇଥିଲେ ।

କର୍ଣ୍ଣାଟକ ସରକାର କୋଭିଡ-19ର ମୁକାବିଲା ପାଇଁ ଯେଉଁସବୁ ପଦକ୍ଷେପ ନେଇଛନ୍ତି ଏହି ଅବସରରେ ସେ ତାହାକୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦୁଇଟି ବିଶ୍ୱଯୁଦ୍ଧ ପରେ ସମଗ୍ର ପୃଥିବୀ ଏବେ ସବୁଠୁ ବଡ ସଂପର୍କରେ ସମ୍ମୁଖୀନ । ବିଶ୍ୱଯୁଦ୍ଧ ଦ୍ୱୟର ପ୍ରାକ୍ ଓ ପରବର୍ତ୍ତୀ କାଳରେ ପୃଥିବୀ ଯେପରି ବଦଳିଥିଲା ଏବେ ଠିକ୍ ସେହି ଢଙ୍ଗରେ କୋଭିଡ ପୂର୍ବ ଓ ପରବର୍ତ୍ତୀ  ଅବସ୍ଥା ଭିନ୍ନ ହେବ ।

ଶ୍ରୀ ମୋଦୀ କହିଥିଲେ ଯେ, କୋଭିଡ-19 ବିରୋଧୀ ଆମ ସାହସିକ ଲଢେଇ ମୂଳରେ  ରହିଛି ଆମ ମେଡିକାଲ ସମୁଦାୟ ଓ କରୋନା ଯୋଦ୍ଧାଙ୍କ କଠୋର ପରିକ୍ରମ । ସେ ସଂପୃକ୍ତ ଚିକିତ୍ସକ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସୈନିକ କିନ୍ତୁ ସୈନିକ ପୋଷାକ ବିହୀନ ଭାବେ ବର୍ଣ୍ଣନା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭୂତାଣୁ ଅଦୃଶ୍ୟ ଶତ୍ରୁ ହୋଇପାରେ କିନ୍ତୁ ଆମ କରୋନା ଯୋଦ୍ଧାମାନେ ଲଢେଇରେ ଅପରାଜେୟ । ଏହି ଅଦୃଶ୍ୟ ଓ ଅପରାଜେୟଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମ ଚିକିତ୍ସକ ଓ ଚିକିତ୍ସାସେବା ପ୍ରବେଶକାରୀ କର୍ମଚାରୀଙ୍କ ବିଜୟ ସୁନିଶ୍ଚିତ ହେବ ।

କୋଭିଡର ସମ୍ମୁଖ ଯୋଦ୍ଧାଙ୍କ ବିରୋଧରେ କେତେକ ଗୋଷ୍ଠୀଙ୍କ ଦ୍ୱାରା ହୋଇଥିବା ହିଂସାତ୍ମକ କାଣ୍ଡ ଓ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସହ ସେମାନଙ୍କୁ କାବୁ  କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଥିବା କହିଥିଲେ । ସମ୍ମୁଖରେ ଥିବା  ଯୋଦ୍ଧାମାନଙ୍କ ପାଇଁ ସରକାର 50 ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଏହି  ଅବସରରେ ସୂଚନା ଦେଇଥିଲେ ।

ପ୍ରଧାମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱାୟନ ଯୁଗରେ ଅର୍ଥନୈତିକ ପ୍ରସଙ୍ଗ ଉପରେ ବିତର୍କ ପରିବର୍ତ୍ତେ ବିକାଶର ମାନବକୈନ୍ଦ୍ରୀକ ଦିଗ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଶମାନେ ଏବେ ଯେଉଁ ପ୍ରଗତି କରୁଛନ୍ତି ଭବିଷ୍ୟତରେ ତାହାର ଅଧିକ ଗୁରୁତ୍ୱ ରହିବ । ଭାରତ ସରକାର ଗତ ଛ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ ସେବା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଦେଶରେ ଅନେକ କାର୍ଯ୍ୟକ୍ରମ ତଥା ପ୍ରୟାସ ଆରମ୍ଭ କରିଛନ୍ତି ।

ଉନ୍ନତ ସ୍ୱାସ୍ଥ୍ୟ ସେବା, ଏହାର ଭିତ୍ତିଭୂମି ବିକାଶ ଏବଂ ସ୍ୱାସ୍ଥ୍ୟସେବା ଯେପରି ପ୍ରତ୍ୟେକ ଲୋକଙ୍କୁ ମିଳିପାରିବ ସେଥିପାଇଁ ଏକ ଚତୁଃସ୍ତରୀୟ ରଣନୀତି ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି । ଏହାର ପ୍ରଥମ ସ୍ତମ୍ଭ ପ୍ରତିବୋଧ ସ୍ୱାସ୍ଥ୍ୟସେବା  ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି ।  ଏଥିରେ ଯୋଗ, ଆୟୁର୍ବେଦ ଓ  ସାଧାରଣ ସ୍ୱାସ୍ଥ୍ୟସେବା ଓ ଫିଟନେସକୁ ଗୁରୁତ୍ୱ ଦିଆଯିବ । ଜୀବନଶୈଳୀଗତ ବ୍ୟାଧିକୁ ନିୟନ୍ତ୍ରଣ କରିବା ପାଇଁ ସମଗ୍ର ଦେଶରେ 40 ହଜାରରୁ  ଅଧିକ ୱେଲନେସ ସେଂଟର ଖୋଲାଯାଇଛି । ପ୍ରତିଶେଧମୂଳକ ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱଚ୍ଛ ଭାରତ ମିଶନର ସଫଳତା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ।

ଦ୍ୱିତୀୟ ସ୍ତମ୍ଭଟି ହେଲା ସୁଲଭମୂଲ୍ୟର ଚିକିତ୍ସା ସେବା । ଏହି  ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱର ସର୍ବ ବୃହତ ସ୍ୱାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତ ଯାହା ଦୁଇ ବର୍ଷରୁ କମ ସମୟରେ କାର୍ଯ୍ୟକାରୀ ହୋଇଛି ତାହାର ସଫଳତାର ଉଦାହରଣ ଦେଇଥିଲେ । ଏହି  ଯୋଜନାରେ ଏକ କୋଟି ଲୋକ ଉପକୃତ ହୋଇ ପାରିଛନ୍ତି ଏବଂ ଏଥିରେ ଗ୍ରାମାଂଚଳରେ ରହୁଥିବା ମହିଳାମାନେ ଅନ୍ତର୍ଭୁକ୍ତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ତୃତୀୟ ସ୍ତମ୍ଭ ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସ୍ୱାସ୍ଥ୍ୟସେବା ପାଇଁ ଆବଶ୍ୟକ ପଡୁଥିବା ବିଷୟରେ ଯୋଗାଣ ପ୍ରକ୍ରିୟାରେ ଉନ୍ନତି ଆଣିବା  ଭାରତ ଭଳି ଏକ ଦେଶରେ ଏକ ଉପଯୁକ୍ତ ଚିକିତ୍ସାଭିତ୍ତିକ ଏବଂ ଡାକ୍ତରୀ ଶିକ୍ଷା ଭିତ୍ତିଭୂମିର ବିକାଶ ଆବଶ୍ୟକତା ରହିଛି ।

ସେ କହିଛନ୍ତି ଯେ, ଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ମେଡିକାଲ କଲେଜ କିମ୍ବା ପୋଷ୍ଟଗ୍ରାଜୁଏଟ ମେଡିକାଲ ପ୍ରତିଷ୍ଠାନ ସ୍ଥାପନ କରିବାକୁ କାର୍ଯ୍ୟ ଆରମ୍ଭ ହୋଇଛି । ଦେଶରେ 22ଟି ନୂଆ ଏମ୍ସ ଖୋଲିବାକୁ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ସେଥିରେ ଦ୍ରୁତ ପ୍ରଗତି ପରିଲକ୍ଷିତ ହେଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ତାଙ୍କ ସରକାର ଏମବିବିଏସରେ 30 ହଜାର ଓ ପୋଷ୍ଟଗ୍ରାଜୁଏସନରେ 15ହଜାର ଅଧିକ ସିଟ ବଢାଇବାରେ ସଫଳ ହୋଇଛନ୍ତି । ସ୍ୱାଧୀନତା ପରଠାରୁ କୌଣସି ସରକାର ପାଞ୍ଚ ବର୍ଷ ମଧ୍ୟରେ ଏତେ ସଂଖ୍ୟକ ସିଟ ବୃଦ୍ଧି କରିନଥିଲେ ।

ମେଡିକାଲ କାଉନସିଲ ଅଫ ଇଣ୍ଡିଆକୁ ହଟାଇ ତା ସ୍ଥାନରେ ଜାତୀୟ ମେଡିକାଲ କମିଶନ ଗଠନ କରିବାକୁ ତାଙ୍କ ସରକାର ସଂସଦରେ ଆଇନ ପ୍ରଣୟନ କରିବେ ବୋଲି ସେ ସୂଚନା ଦେଇଥିଲେ । ପରିକଳ୍ପିତ ସ୍ୱାସ୍ଥ୍ୟ ସେବାର ଚତୁର୍ଥସ୍ତମ୍ଭ ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସବୁ ଯୋଜନା ଓ ସ୍କିମକୁ ମିଶନ ମୋଡରେ କାର୍ଯ୍ୟକାରୀ କରାଯିବ । ତେବେ ଯାଇ ଉତ୍ତମ ବିଚାର ଓ ବୁଦ୍ଧି ସଫଳ ପ୍ରୟୋଗ ହୋଇପାରିବ ।

ଦେଶରେ ଜାତୀୟ ପୁଷ୍ଟିସାଧକ ମିଶନ କିଭଳି ସଫଳତାର ସହ କାର୍ଯ୍ୟକାରୀ ହେଉଛି ପ୍ରଧାନମନ୍ତ୍ରୀ ଏହି ଅବସରରେ ତାହାର ସୂଚନା ଦେଇଥିଲେ ସେ କହିଥିଲେ ଯେ ଏହାଦ୍ୱାରା ଶିଶୁ ଓ ମାଆ ମାନେ ବିଶେଷ ଉପକୃତ ହେଉଛନ୍ତି ଭାରତ 2025 ସୁଦ୍ଧା ଟିବିମୁକ୍ତ ହେବାକୁ ଯାଉଛି ଏବଂ ବିଶ୍ୱ ସମୁଦାୟ ଏଥିପାଇଁ 2030ର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ତା ଠାରୁ ପାଞ୍ଚ ବର୍ଷ ଆଗରୁ ଭାରତ ସଫଳତା ହାସଲ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ ମଧ୍ୟ ମିଶନ ଇନ୍ଦ୍ରଧନୁଷ ସଂପର୍କରେ କହିଥିଲେ ଏହା ମାଧ୍ୟମରେ ବାର୍ଷିକ ଟୀକାକରଣ ବ୍ୟବସ୍ଥାରେ ପୂର୍ବାପେକ୍ଷା ଚାରିଗୁଣ ଅଧିକ ଶିଶୁଙ୍କୁ ସାମିଲ କରାଯାଇଥିବା ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାର ନିକଟରେ ଏକ ନୂଆ ଆଇନ ପ୍ରବର୍ତ୍ତନ ପାଇଁ ଅନୁମୋଦନ  ଦେଇଛନ୍ତି । ଏଥିରେ  50 ପ୍ରକାର ବିଭିନ୍ନ ସ୍ୱାସ୍ଥ୍ୟ ଓ ଚିକିତ୍ସା କର୍ତ୍ତାଙ୍କ ଶିକ୍ଷା ଓ ତାଲିମ ବ୍ୟବସ୍ଥା ସଂପ୍ରସାରିତ ହୋଇ ପାରିବ । ଏହାଳ ଫଳରେ ଏହି କର୍ମଚାରୀଙ୍କ ଅଭାବ ଦେଶରେ ରହିବ ନାହିଁ ।

ଏହି ସମାବେଶରେ ଉପସ୍ଥିତ ଥିବା ଆନ୍ଧ୍ର ବିଶେଷଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଟେଲିମେଡିସିନର ବିକାଶ, ମେକ ଇନ ଇଣ୍ଡିଆରେ ସ୍ୱାସ୍ଥ୍ୟସେବା କ୍ଷେତ୍ରର ଉନ୍ନତି ଏବଂ ସ୍ୱାସ୍ଥ୍ୟସେବାରେ ଅଧିକରୁ ଅଧିକ ଆଇଟିସେବାର ପ୍ରବର୍ତ୍ତନ କିପରି କରାଯାଇପାରିବ ସେ ବିଷୟରେ  ସେମାନେ ଆଲୋଚନା ଚିନ୍ତାକରି ସୁପାରିସ କରିବା ଉଚିତ ।

ମେକ ଇନ ଇଣ୍ଡିଆର ପିପିଇ, ଏନ-95 ମାସ୍କର ଉତ୍ପାଦନ କରି ଘରୋଇ ନିର୍ମାଣ କିପରି ସଫଳତା ପାଇଛନ୍ତି ତାହାର ସେ ପ୍ରଶଂସା କରିଥିଲେ । ଏପର୍ଯ୍ୟନ୍ତ ମେକ ଇନ ଇଣ୍ଡିଆରେ ଏକ କୋଟି ପିପିଇ ଓ 1.5 କୋଟି ମାସ୍କ ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

କରୋନା ଭୂତାଣୁ ବିରୋଧୀ ଲଢେିରେ ଆରୋଗ୍ୟ ସେତୁ ଆପର ଭୂମିକାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ ।

 

**********



(Release ID: 1628493) Visitor Counter : 260