ରସାୟନ ଓ ସାର ମନ୍ତ୍ରଣାଳୟ

କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ ବିଭାଗ ସଚିବ ଭାବେ ଆର କେ ଚତୁର୍ବେଦୀଙ୍କ ଦାୟିତ୍ଵ ଗ୍ରହଣ

ପୋଷ୍ଟ କରାଯିବା ଦିନାଙ୍କ: 01 JUN 2020 3:57PM by PIB Bhubaneswar

ଭାରତ ସରକାରଙ୍କ ସାର ଓ ରସାୟନ ମନ୍ତ୍ରଣାଳୟ ଅଧିନସ୍ଥ ରସାୟନ ଓ ପେଟ୍ରୋକେମିକାଲ୍ସ ବିଭାଗ ସଚିବ ଭାବେ ମଧ୍ୟପ୍ରଦେଶ କ୍ୟାଡରର 1987 ବ୍ୟାଚ ଆଇଏଏସ ଅଧିକାରୀ ଶ୍ରୀ ଆର କେ ଚତୁର୍ବେଦୀ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି । ସଚିବ ଭାବେ ନିଯୁକ୍ତ ହେବା ପୂର୍ବରୁ ସେ ସଂସ୍କୃତି ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଏବଂ ଆର୍ଥିକ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେ ସିବିଏସଇ ଅଧ୍ୟକ୍ଷ ତଥା ଜାତୀୟ ଦକ୍ଷତା ବିକାଶ ପ୍ରାଧିକରଣ (ଏନଏସଡିଏ)ରେ ମହାନିର୍ଦ୍ଦେଶକ ଭାବେ  କାର୍ଯ୍ୟ କରିଛନ୍ତି ।

ମେ’ 31, 2020ରେ ଅବସର ନେଇଥିବା ଶ୍ରୀ ପି. ରାଘବେନ୍ଦ୍ର ରାଓଙ୍କ ସ୍ଥାନରେ ଶ୍ରୀ ଚତୁର୍ବେଦୀ ଅବସ୍ଥାପିତ ହୋଇଛନ୍ତି ।

 

**********


(ରିଲିଜ ଆଡି: 1628411) ପରିଦର୍ଶକ କାଉଣ୍ଟର : 244
ଏହି ରିଲିଜ ପଢନ୍ତୁ : English , Urdu , Marathi , हिन्दी , Manipuri , Punjabi , Tamil , Telugu