ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ମନ କି ବାତ -2.0 ଦ୍ଵାଦଶ ଭାଗ

• କରୋନା ବିରୁଦ୍ଧରେ ସଂଗ୍ରାମ ସମଗ୍ର ଦେଶବାସୀଙ୍କ ମିଳିତ ପ୍ରଚେଷ୍ଟା, କହିଲେ ପ୍ରଧାନମନ୍ତ୍ରୀ
• ଜନସାଧାରଣ ପ୍ରମାଣ କରିଦେଇଛନ୍ତି ଯେ, ସେବା ଓ ତ୍ୟାଗର ଭାବନା କେବଳ ଆମର ଆଦର୍ଶ ନୁହେଁ ବରଂ ଜୀବନଧାରା – ପ୍ରଧାନମନ୍ତ୍ରୀ
• ସମୁଦାୟ, ଏକତା ଓ ରୋଗକୁ ପ୍ରତିରୋଧ କରିବା ପାଇଁ ଯୋଗ ସର୍ବୋତ୍ତମ ମାଧ୍ୟମ
• ଦେଶକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ

Posted On: 31 MAY 2020 4:04PM by PIB Bhubaneshwar

ମନ କି ବାତ-2.0 ଦ୍ଵାଦଶ ଭାଗର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀ ଏକଜୁଟ ହୋଇ କରୋନାର ମୁକାବିଲା କରୁଥିବା ପ୍ରକାଶ କରିଛନ୍ତି ଏଥର ଅଧିକାଂଶ ଆର୍ଥିକ କ୍ଷେତ୍ର କରୋନା ବୈଶ୍ଵିକ ମହାମାରୀ ମଧ୍ୟରେ ସକ୍ରିୟ ହୋଇଥିଲେ ମଧ୍ୟ ଜନସାଧାରଣ ଅଧିକ ସତର୍କ ରହିବାକୁ ସେ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ କରିଛନ୍ତି ଯେ, ଶ୍ରମିକ ଓ ଅନ୍ୟାନ୍ୟ ସ୍ପେଶାଲ ଟ୍ରେନ ସହ ଆଉ କେତେକ ଟ୍ରେନ ଚଳାଚଳ ଆରମ୍ଭ ହୋଇଥିଲେ ମଧ୍ୟ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ବିମାନ ସେବା ମଧ୍ୟ ଆରମ୍ଭ ହେବା ସହ ଅନେକ କଳକାରଖାନାରେ ସ୍ୱାଭାବିକତା ଫେରିଛି । ତେବେ କୌଣସି କୋହଳତା ଅବଲମ୍ବନ ନକରି ଦୁଇ ଗଜର ଦୂରତା (ସାମାଜିକ ଦୂରତ୍ଵ), ମାସ୍କ ପରିଧାନ ସହ ଯଥାସମ୍ଭବ ଅଧିକ ସମୟ ଘରେ କଟାଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଅଶେଷ ଦୁଃଖ କଷ୍ଟ ଓ ମାର୍ଗଦର୍ଶିକା ଅନୁପାଳନ ଯୋଗୁଁ ଯେଉଁ ସଫଳତା ମିଳିଛି ତାହା ଯେପରି ବୃଥା ନଯାଏ ସେଥିପ୍ରତି ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି ।

ଜନସାଧାରଣ ଯେପରି ସେବା ମନୋଭାବ ପୋଷଣ କରିଛନ୍ତି ତାହାର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଏହା ଆମର ବଡ ଶକ୍ତି ବୋଲି କହିଛନ୍ତି । ସେବା ହିଁ ପରମ ଧର୍ମ, ସେବାରେ ହିଁ ଶାନ୍ତି ଏହା ଆମର ପରମ୍ପରା ବୋଲି ସେ କହିଛନ୍ତି । ଦେଶବ୍ୟାପୀ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇ ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ସୁରକ୍ଷା କର୍ମଚାରୀ, ପୁଲିସ ବଳ ଓ ଗଣମାଧ୍ୟମ ସହ ସଂଶ୍ଳିଷ୍ଟ ବ୍ୟକ୍ତିମାନଙ୍କ ସେବା ଭାବର ଭୂୟସୀ ପ୍ରଶଂସା କରିଛନ୍ତି । ଜଟିଳ ପରିସ୍ଥିତିରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ଉଲ୍ଲେଖନୀୟ ଅବଦାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି ।

ତାମିଲନାଡ଼ୁର କେ.ସି. ମୋହନ, ଅଗରତାଲାର ଗୌତମ ଦାସ, ପଠାଣକୋଟର ଜଣେ ଦିବ୍ୟାଙ୍ଗ ରାଜୁ ଇତ୍ୟାଦି ସାଧାରଣ ବ୍ୟକ୍ତିଙ୍କ ଉଦାହରଣ ଦେଇ ସେମାନେ ନିଜର ସୀମିତ ସମ୍ବଳ ମଧ୍ୟରେ ବିପଦ ସମୟରେ ଲୋକମାନଙ୍କୁ କିପରି ସାହାଯ୍ୟ କରିଛନ୍ତି ତାହାର ବର୍ଣ୍ଣନା ସେ କରିଥିଲେ । ସେ କହିଥିଲେ ଯେ, ଦେଶର କୋଣ ଅନୁକୋଣରୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଅଧ୍ୟବ୍ୟସାୟ ଯୋଗୁଁ ବିଭିନ୍ନ ସଫଳତାର କାହାଣୀ ଲୋକଲୋଚନାକୁ ଆସିବାରେ ଲାଗିଛି ।

ବୈଶ୍ଵିକ ମହାମାରୀକୁ ମୁକାବିଲା କରିବାରେ କେତେକ ବ୍ୟକ୍ତିଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ଟ୍ରାକ୍ଟର ସହିତ ଲାଗିଥିବା ଏକ ସାନିଟାଇଜର ମେସିନକୁ ନାସିକର ରାଜେନ୍ଦ୍ର ଯାଦବ କିପରି ଉଦ୍ଭାବନ କରିଛନ୍ତି ତାହାର ଦୃଷ୍ଟାନ୍ତ ସେ ପ୍ରଦାନ କରିଥିଲେ ସାମାଜିକ ଦୂରତ୍ଵ ରକ୍ଷା କରିବା ପାଇଁ ଅନେକ ଦୋକାନୀ କିଭଳି ପାଇପର ଉପଯୋଗ କରି ଲୋକଙ୍କୁ ସାମଗ୍ରୀ ପହଞ୍ଚାଇଛନ୍ତି ତାହାର ବର୍ଣ୍ଣନା ମଧ୍ୟ ସେ କରିଥିଲେ । 

ବୈଶ୍ଵିକ ମହାମାରୀ ଯୋଗୁଁ ଦୁଃଖ କଷ୍ଟ ଭୋଗୁଥିବା ଲୋକମାନଙ୍କ ଯନ୍ତ୍ରଣାରେ ସହଭାଗୀ ହୋଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ଭୂତାଣୁ ସମାଜର ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥିଲେ ମଧ୍ୟ ଅବହେଳିତ ଶ୍ରମିକ ଓ ଦିନ ମଜୁରିଆ ଏଥିଯୋଗୁଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ପ୍ରତିଷ୍ଠାନ କାନ୍ଧକୁ କାନ୍ଧ ମିଳାଇ ପୁରା ଦମରେ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି । କେନ୍ଦ୍ର, ରାଜ୍ୟ ଓ ସ୍ଥାନୀୟ ପ୍ରଶାସନ ଯେପରି ରିଲିଫ କାର୍ଯ୍ୟରେ ଅହୋରାତ୍ର ନିଜକୁ ନିୟୋଜିତ କରିଛନ୍ତି ସେ ନେଇ ସମଗ୍ର ଦେଶ ଅବଗତ ଅଛନ୍ତି । ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ନିରାପଦରେ ସେମାନଙ୍କ ଘରେ ପହଞ୍ଚାଇବା ସହ ସେମାନଙ୍କ ଜିଲ୍ଲା ସଙ୍ଗରୋଧରେ ରଖାଇବାର ବ୍ୟବସ୍ଥା କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି  

ପ୍ରଧାନମନ୍ତ୍ରୀ ଏକ ନୂତନ ସମାଧାନର ପନ୍ଥା ବର୍ତ୍ତମାନ ପାଇଁ ଏକ ଆହ୍ଵାନ ସଦୃଶ୍ୟ ବୋଲି କହିଛନ୍ତି ସେ କହିଛନ୍ତି ଯେ, ସରକାର ଏଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ନିକଟରେ ସରକାର ନେଇଥିବା କେତେକ ନିଷ୍ପତ୍ତି ଗ୍ରାମାଞ୍ଚଳରେ ରୋଜଗାର, ଆତ୍ମନିଯୁକ୍ତି ଏବଂ କ୍ଷୁଦ୍ର ଶିଳ୍ପର ବିକାଶ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିଛି ଆତ୍ମନିର୍ଭର ଭାରତ ଅଭିଯାନ ଚଳିତ ଦଶନ୍ଧିରେ ଦେଶ ପାଇଁ ଅନେକ ସଫଳତା ଆଣିଦେବ ବୋଲି ସେ ଆଶା ପୋଷଣ କରିଛନ୍ତି

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ବର୍ତ୍ତମାନର କରୋନା ବୈଶ୍ଵିକ ମହାମାରୀ କାଳରେ ସବୁଆଡେ ଲୋକମାନେ ଯୋଗ ଏବଂ ଆୟୁର୍ବେଦ ବିଷୟରେ ଅଧିକରୁ ଅଧିକ ଶୁଣିବାକୁ ଏବଂ ଜାଣିବାକୁ ଇଚ୍ଛା ପ୍ରକଟ କରୁଛନ୍ତି । ଯୋଗ, ରୋଗ ପ୍ରତିରୋଧକ ଶକ୍ତି ଓ ଏକତାର ପରିଚାୟକ ବୋଲି ସେ କହିଛନ୍ତି । କରୋନା ଭୂତାଣୁ ଶ୍ଵାସକ୍ରିୟା ପଦ୍ଧତିକୁ ବିଶେଷ କ୍ଷତିଗ୍ରସ୍ତ କରୁଥିବାରୁ ଯୋଗ ଏଦିଗରେ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଉଠିଛି । ଯୋଗରେଥିବା ବିଭିନ୍ନ କିସମର ପ୍ରାଣାୟମ ଯୋଗୁଁ ଶ୍ଵାସ ଯନ୍ତ୍ର ମଜବୁତ ହେବା ସହ ଏହା ଦୀର୍ଘସ୍ଥାୟୀ ହେବାରେ ସହାୟକ ହୋଇଥାଏ  

ପ୍ରଧାନମନ୍ତ୍ରୀ ଆୟୁଷ ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ହେବାକୁ ଥିବା ‘ମାଇ ଲାଇଫ, ମାଇ ଯୋଗ’ ଆନ୍ତର୍ଜାତିକ ଭିଡିଓ ବ୍ଲଗ ପ୍ରତିଯୋଗୀତା ନିମନ୍ତେ ଭିଡିଓ ଚିତ୍ର ପଠାଇବା ପାଇଁ ଜନସାଧାରଙ୍କୁ ନିବେଦନ କରିଛନ୍ତି ଆଗକୁ ଆସୁଥିବା ଆନ୍ତର୍ଜାତିକ ଯୋଗ ଦିବସରେ ସଂଶ୍ଳିଷ୍ଟ ହେବା ପାଇଁ ସମସ୍ତଙ୍କୁ ଏହି ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି  

କରୋନା ବୈଶ୍ଵିକ ମହାମାରୀର ମୁକାବିଲା ଦିଗରେ ସରକାରଙ୍କ ଉଦ୍ୟମର ପ୍ରଶଂସା କରି ଆୟୁଷ୍ମାନ ଭାରତ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ଏକ କୋଟିରୁ ଊର୍ଦ୍ଧ୍ଵ ହୋଇପାରିଥିବା ସେ କହିଛନ୍ତି । ସେ ମଧ୍ୟ ଏହାର ହିତାଧିକାରୀଙ୍କ ସମତେ ମହାମାରୀ କାଳରେ ରୋଗୀମାନଙ୍କୁ ସେବା ପ୍ରଦାନ କରୁଥିବା ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ଗୋଟିଏ ପଟରେ କରୋନା ଭୂତାଣୁ ବିରୁଦ୍ଧରେ ସଂଗ୍ରାମ କରୁଥିବା ବେଳେ ଅନ୍ୟ ପଟେ ଅମ୍ଫନ ମହାବାତ୍ୟାର ମଧ୍ୟ ସାମନା କରୁଛୁ । ମହାବାତ୍ୟା ଅମ୍ଫନର ମୁକାବିଲା ଲାଗି ଅଦମ୍ୟ ସାହସିକତା ପ୍ରଦର୍ଶନ କରିଥିବା ଓଡିଶା ଓ ପଶ୍ଚିମବଙ୍ଗ ଜନସାଧାରଣଙ୍କୁ ପ୍ରଶଂସା କରିଛନ୍ତି । ଏହି ଦୁଇ ରାଜ୍ୟର ଚାଷୀମାନଙ୍କ ପ୍ରଭୂତ କ୍ଷତି ପାଇଁ ସମବେଦନା ପ୍ରକାଶ କରିବା ସହ ଏଭଳି ପରିସ୍ଥିତିକୁ ସାମନା କରିବାରେ ସେମାନଙ୍କ ଦୃଢ ସଂକଳ୍ପ ପ୍ରଶଂସନୀୟ ବୋଲି ସେ କହିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ, ମହାବାତ୍ୟା ବ୍ୟତୀତ ଦେଶର କେତେକ ଭାଗ ପଙ୍ଗପାଳ ଆକ୍ରମଣର ଶିକାର ହୋଇଛି । ଏହାର ମୁକାବିଲା ପାଇଁ ସରକାର ଆହୋରାହ ଉଦ୍ୟମ ଜାରି ରଖିଛନ୍ତି ଓ ସାଧାରଣ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ବୋଲି ସେ କହିଛନ୍ତି । ଅଧିକ ଶସ୍ୟ ହାନି ନହେବା ଲାଗି କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାର, କୃଷି ବିଭାଗ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଅତ୍ୟାଧୁନିକ ପଦ୍ଧତିରେ ଏହାର ନିରାକରଣ ଦିଗରେ ଲାଗିପଡିଛନ୍ତି ।

ବର୍ତ୍ତମାନ ପିଢିର ଲୋକମାନେ ପାଣିକୁ କିପରି ବଞ୍ଚାଇବେ ସେ ଦିଗରେ ଚିନ୍ତା କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି ।  ବର୍ଷା ଜଳ ସଂରକ୍ଷଣକୁ ଗୁରୁତ୍ଵ ଦେବା ସହ ଜଳ ସଂରକ୍ଷଣ ଉପରେ ସମସ୍ତେ ପ୍ରୟାସ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେ ମଧ୍ୟ ଦେଶବାସୀଙ୍କୁ ପ୍ରକୃତିର ରକ୍ଷା କରିବା ସହ ପରିବେଶ ଦିବସରେ ଅଧିକରୁ ଅଧିକ ବୃକ୍ଷ ରୋପଣ ପାଇଁ ସଂକଳ୍ପ ନେବାକୁ ଆହ୍ଵାନ ଦେଇଛନ୍ତି । ସେ କହିଛନ୍ତି ଯେ, ଲକଡାଉନ ଜୀବନର ଗତିକୁ ସାମାନ୍ୟ ଶିଥିଳ କରିଥିଲେ ମଧ୍ୟ ପ୍ରକୃତି ଓ ଜୀବଜନ୍ତୁଙ୍କ ରକ୍ଷା ପାଇଁ ଏକ ସୁଯୋଗ ଆଣିଦେଇଛି । ପରିଶେଷରେ ସେ କହିଛନ୍ତି ଯେ, ଅସାବଧାନତା ଓ ଖାମଖିଆଲ ମନୋଭାଗ ଜୀବନର କୌଣସି ବିକଳ୍ପ ହୋଇ ନପାରେ କରୋନା ବିରୁଦ୍ଧରେ ସଂଗ୍ରାମ ଏବେ ମଧ୍ୟ ଜାରି ରହିଛି  

 

**********


(Release ID: 1628203) Visitor Counter : 286