ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ

କୋଭିଡ-19 ପରିସ୍ଥିତି ସତ୍ଵେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ଅଭିଯୋଗ ପ୍ରକୋଷ୍ଠ ଦ୍ଵାରା 581 ମାମଲାର ଫଇସଲା

• ତୃଣମୂଳ ସ୍ତରରେ ଥିବା ପରିସ୍ଥିତିର ଆକଳନ ପାଇଁ ବିଭାଗ ସହ ସଂଶ୍ଳିଷ୍ଟ ସଂସ୍ଥା ଓ ସଙ୍ଗଠକଙ୍କ ସହ ଶ୍ରୀମତୀ ହରସିମରତ କୌର ବାଦଲଙ୍କ ନିୟମିତ ଭିଡିଓ କନଫରେନ୍ସ

प्रविष्टि तिथि: 30 MAY 2020 2:50PM by PIB Bhubaneshwar

କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ଅଭିଯୋଗ ପ୍ରକୋଷ୍ଠ ପାଇଥିବା 585ଟି ମାମଲା ମଧ୍ୟରୁ 581ଟି ମାମଲାର ସମୟୋଚିତ ସମାଧାନ କରିଛି ଏଥିପାଇଁ ଗଠିତ ଟାସ୍କ ଫୋର୍ସ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଅର୍ଥ ଓ ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ସମେତ ଅନ୍ୟାନ୍ୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ଏହା କରିପାରିଛି ଏହି ଟାସ୍କ ଫୋର୍ସ ମଧ୍ୟ ବିଭିନ୍ନ ଅଗ୍ରଣୀ ଶିଳ୍ପ ସଂଘ ଓ ବିଭିନ୍ନ ରାଜ୍ୟରେ ଥିବା ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥାଗୁଡ଼ିକ ସହ ଯୋଗାଯୋଗରେ ରହିଛି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଥିବା ସବୁ ପ୍ରକାରର ଆପତ୍ତି ଅଭିଯୋଗ, କୋଭିଡ-19 ଜନିତ ଲକଡାଉନ ଯୋଗୁଁ ଉତ୍ପାଦନ ଓ ଯୋଗାଣ ବ୍ୟାହତ ସମସ୍ୟାଗୁଡିକୁ  covidgrievance-mofpi[at]gov[dot]in ଇ-ମେଲ ଜରିଆରେ ପଠାଯାଇପାରିବ

ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଓ ଇନଭେଷ୍ଟ ଇଣ୍ଡିଆର ସଦସ୍ୟମାନଙ୍କୁ ନେଇ ବିଭାଗ ପକ୍ଷରୁ ଏକ ଉତ୍ସର୍ଗୀକୃତ ଟାସ୍କ ଫୋର୍ସ ଓ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି ଶିଳ୍ପ ପ୍ରତିଷ୍ଠାନଗୁଡିକ ସିଧାସଳଖ କିମ୍ବା ଏହାର ସଂଘ ଜରିଆରେ ଅଭିଯୋଗ ପ୍ରକୋଷ୍ଠକୁ ଜଣାଇପାରିବେ ଅଭିଯୋଗ ପ୍ରକୋଷ୍ଠ ଦ୍ଵାରା ନିମ୍ନଲିଖିତ ମୁଖ୍ୟ ବିଷୟ ଉପରେ ଅଭିଯୋଗ ଗ୍ରହଣ କରାଯାଇଛି -  

  1. ଲକଡାଉନ ଯୋଗୁଁ ପ୍ଳାଣ୍ଟ ସଟଡାଉନ  
  2. ପଣ୍ୟାଗାର ସଟଡାଉନ ଜନିତ ସମସ୍ୟା
  3. ଶ୍ରମିକ ଅଭାବ
  4. କର୍ମଚାରୀ ଓ ଶ୍ରମିକମାନଙ୍କ ଯାତାୟାତରେ ବାଧା

ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ହରସିମରତ କୌର ବାଦଲଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଶିଳ୍ପ ସଂଘ, ଶୀତଳ ଭଣ୍ଡାର କର୍ତ୍ତୃପକ୍ଷ ଓ ରପ୍ତାନିକାରୀମାନଙ୍କ ସହ ଭିଡିଓ କନଫରେନ୍ସ ସମ୍ମିଳନୀ ଆୟୋଜନ କରାଯାଇ ତୃଣମୂଳ ସ୍ତରରେ ସମସ୍ୟାର ଉତ୍ସ ଖୋଜାଯାଇଛି

ଭିଡିଓ କନଫରେନ୍ସ ସମ୍ମିଳନୀର ମତ ବିନିମୟ କାଳରେ ଶୀତଳ ଭଣ୍ଡାରଗୁଡିକ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାଗୁଡ଼ିକର ତୁରନ୍ତ ପନ୍ଥା ବାହାର କରାଯାଇଛି ପରିସ୍ଥିତି ସ୍ଵାଭାବିକ ହେବା ସହ ଖାଦ୍ୟ ଓ ଏଥିସହିତ ସଂଶ୍ଳିଷ୍ଟ ଶିଳ୍ପାନୁଷ୍ଠାନରେ ସମ୍ଭାବ୍ୟ ପଦକ୍ଷେପ ନେଇ ମଧ୍ୟ ଆଲୋଚନା କରାଯାଇଛି । ଚାଷୀମାନେ ଯେପରି ଉପକୃତ ହୁଅନ୍ତି ସେଥିପାଇଁ ଅମଳ ହୋଇଥିବା କୃଷିଜାତ ସାମଗ୍ରୀ ଯେପରି ଶିଳ୍ପାନୁଷ୍ଠାନଗୁଡିକୁ ଶୀଘ୍ର ପଠାଯାଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । କୋଭିଡ-19 ପରିସ୍ଥିତି ଦ୍ଵାରା ଯେପରି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ବିଶେଷ ପ୍ରଭାବିତ ନହୁଏ ସେଥିନେଇ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି ।

 

**********


(रिलीज़ आईडी: 1627994) आगंतुक पटल : 306
इस विज्ञप्ति को इन भाषाओं में पढ़ें: Punjabi , English , Urdu , Marathi , हिन्दी , Assamese , Tamil , Telugu , Kannada , Malayalam