ଶକ୍ତି ମନ୍ତ୍ରଣାଳୟ

କୋଭିଡ-19 ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଖାଦ୍ୟ ପ୍ୟାକେଟ ଯୋଗାଇବ ପାୱାର ଫାଇନାନ୍ସ କର୍ପୋରେସନ

Posted On: 27 MAY 2020 5:24PM by PIB Bhubaneshwar

କୋଭିଡ-19 ମହାମାରୀର ମୁକାବିଲା ପାଇଁ ଆଉ ଏକ ପଦକ୍ଷେପ ସ୍ୱରୂପ ଶକ୍ତି ମନ୍ତ୍ରଣାଳୟ ଏବଂ କେନ୍ଦ୍ରୀୟ ପିଏସୟୁ ପାୱାର ଫାଇନାନ୍ସ କର୍ପୋରେସନ ଲିମିଟେଡ (ପିଏଫସି) କରୋନା ଯୁଦ୍ଧରେ ନିୟୋଜିତ ଆଗଧାଡିର ଯୋଦ୍ଧାଙ୍କୁ ସ୍ୱଚ୍ଛ ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇବା ଲାଗି ଏସିଆର ବୃହତ୍ତମ ଖାଦ୍ୟ କମ୍ପାନୀ ତାଜସାଟ୍ସ ସହିତ ଚୁକ୍ତି କରିଛନ୍ତି  ପିଏଫସି ନୂଆଦିଲ୍ଲୀର ଡକ୍ଟର ରାମ ମନୋହର ଲୋହିଆ ହସ୍ପିଟାଲରେ କୋଭିଡ-19 ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପ୍ୟାକିଙ୍ଗ ମଧ୍ୟାହ୍ନ ଭୋଜନ ବାକ୍ସ ପ୍ରଦାନ କରିବ

ଏହି ଅନୁଯାୟୀ 25 ମେ’ 2020ରୁ ଆରମ୍ଭ ହେଉଥିବା 60 ଦିନର ଅବଧି ପାଇଁ ଡଃ ରାମ ମନୋହର ଲୋହିଆ ହସ୍ପିଟାଲର ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଉଚ୍ଚମାନର ତଥା ସ୍ୱଚ୍ଛ ଖାଦ୍ୟ (ପ୍ୟାକ ହୋଇଥିବା ମଧ୍ୟାହ୍ନ ଭୋଜନ ବାକ୍ସ) ଯୋଗାଇବା ନିମନ୍ତେ କମ୍ପାନୀ ତାଜଷ୍ଟାଟ୍ସକୁ ପ୍ରାୟ 64 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆଦିଲ୍ଲୀର ଡକ୍ଟର ରାମ ମନୋହର ଲୋହିଆ ହସ୍ପିଟାଲକୁ କୋଭିଡ-19 ଚିକିତ୍ସା ପାଇଁ ଉତ୍ସର୍ଗୀକୃତ ଡାକ୍ତରଖାନା ଭାବେ ଚୟନ କରିଛି ଯେଉଁଠାରେ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନେ କୋଭିଡ-19 ରୋଗୀଙ୍କୁ ଦିନରାତି ଚିକିତ୍ସା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି

ପୂର୍ବରୁ ପିଏଫସି କୋଭିଡ-19 ଲଢେଇକୁ ସମର୍ଥନ କରି ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ 200 କୋଟି ଟଙ୍କାର ଅର୍ଥ ପ୍ରଦାନ କରିଛି । ପିଏଫସିର କର୍ମଚାରୀମାନେ ମଧ୍ୟ ଏଥିରେ ସହଯୋଗ କରି ସେମାନଙ୍କର ଗୋଟିଏ ଦିନର ଦରମା ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ପ୍ରଦାନ କରିଛନ୍ତି  ଏଥିସହିତ ପିଏଫସି ଉତ୍ତରପ୍ରଦେଶର ସିଦ୍ଧାର୍ଥ ନଗର ଏବଂ ବୁଲନ୍ଦସହର ଜିଲ୍ଲା କଲେକ୍ଟରମାନଙ୍କୁ 50 ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବା ସହିତ ରାଜସ୍ଥାନ କୋଟାର ଭାରତୀୟ ରେଡ କ୍ରସ ସୋସାଇଟିକୁ ଚିକିତ୍ସା ଉପକରଣ ଯୋଗାଇବାରେ 50 ଲକ୍ଷ ଟଙ୍କାର ଅର୍ଥ ସହଯୋଗ କରିଛି

**********


(Release ID: 1627335)