ପର୍ଯ୍ୟଟନ ମନ୍ତ୍ରଣାଳୟ
ହୋଟେଲଗୁଡ଼ିକର ବର୍ଗୀକରଣ ଓ ଅନୁମୋଦନର ଅବଧିକୁ ଜୁନ 30 ପର୍ଯ୍ୟନ୍ତ ବଢାଇଲା ପର୍ଯ୍ୟଟନ ମନ୍ତ୍ରଣାଳୟ
• ଟ୍ରାଭେଲ ଏଜେଣ୍ଟ, ପର୍ଯ୍ୟଟନ ସଞ୍ଚାଳକ ଏବଂ ପର୍ଯ୍ୟଟନ ଓ ପରିବହନ ସଞ୍ଚାଳକମାନଙ୍କୁ 6 ମାସ ପାଇଁ ମହଲତ
Posted On:
26 MAY 2020 12:57PM by PIB Bhubaneshwar
ପର୍ଯ୍ୟଟନ ମନ୍ତ୍ରଣାଳୟ ବିଭିନ୍ନ ଶ୍ରେଣୀର ପର୍ଯ୍ୟଟକମାନଙ୍କ ରହିବା କ୍ଷମତାକୁ ବିଚାରକୁ ନେଇ ହୋଟେଲଗୁଡ଼ିକୁ ତାରକା ମାନ୍ୟତା ପ୍ରଦାନ କରିଥାଏ । ଏହି ପଦ୍ଧତି ଅନୁସାରେ ହୋଟେଲଗୁଡିକୁ ଏକ ତାରକାରୁ ତିନି ତାରକା, ଚାରି ତାରକାରୁ ପାଞ୍ଚ ତାରକା ମଦ ଏବଂ ବିନା ମଦ ସହିତ, ପଞ୍ଚତାରକା ଡିଲକ୍ସ, ହେରିଟେଜ, ହେରିଟେଜ କ୍ଲାସିକ, ହେରିଟେଜ ଗ୍ରାଣ୍ଡ, ଆପାର୍ଟମେଣ୍ଟ ହୋଟେଲ, ହୋମ ଷ୍ଟେ ଓ ଗେଷ୍ଟ ହାଉସ ଭାବେ ବର୍ଗୀକରଣ କରିଥାଏ । ଏହି ବର୍ଗୀକରଣ ଓ ପ୍ରମାଣପତ୍ରର ଅବଧି 5 ବର୍ଷ ପାଇଁ ବୈଧ ରହିଥାଏ । ବର୍ତ୍ତମାନ ସମୟରେ କୋଭିଡ-19 ବୈଶ୍ଵିକ ମହାମାରୀ ଯୋଗୁଁ ହୋଟେଲ ଶିଳ୍ପ ଗୁରୁତର ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଏହାକୁ ବିଚାରକୁ ନେଇ ଅନୁମୋଦନ ଓ ପ୍ରମାଣନ ବୈଧତାର ଅବଧିକୁ ଜୁନ 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ଟ୍ରାଭେଲ ଏଜେଣ୍ଟ, ପର୍ଯ୍ୟଟକ ଅପରେଟର, ଦୁଃସାହସିକ ପର୍ଯ୍ୟଟନ ଅପରେଟର, ପର୍ଯ୍ୟଟକ ପରିବହନ ଅପରେଟର ପ୍ରଭୃତିଙ୍କୁ ମଧ୍ୟ ଅନୁମତିପତ୍ର ପ୍ରଦାନ ପାଇଁ ମନ୍ତ୍ରଣାଳୟର ଯୋଜନା ରହିଛି । ଏହା ପର୍ଯ୍ୟଟନର ଗୁଣାତ୍ମକ ମାନ ବୃଦ୍ଧି ସହ ଦେଶରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ କରିବ । ଲକଡାଉନ ଯୋଗୁଁ ବିଭିନ୍ନ ନିରୀକ୍ଷଣ ଓ ଯାଞ୍ଚ କାର୍ଯ୍ୟ ବନ୍ଦ ରହିଥିବାରୁ ପର୍ଯ୍ୟଟନ ମନ୍ତ୍ରଣାଳୟ ଏସମସ୍ତଙ୍କୁ 6 ମାସର ମହଲତ ଦେବାକୁ କେତେକ ସର୍ତ୍ତରେ ଏହାକୁ ସ୍ଥିର କରିଛି ।
- ପୂର୍ବ ଅନୁମତି ବା ଅନୁମୋଦନର ଅବଧି ମାର୍ଚ୍ଚ 20 ତାରିଖ ମଧ୍ୟରେ ଶେଷ ହୋଇଥିବ ବା ମନ୍ତ୍ରଣାଳୟ ପକ୍ଷରୁ ନିରୀକ୍ଷଣ ଓ ଯାଞ୍ଚ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିବ ।
- ବର୍ତ୍ତମାନ ବା ପୂର୍ବ ଅନୁମୋଦନର ଅବଧି ସମାପ୍ତି ପୂର୍ବରୁ ଯଦି ସେମାନେ ନବୀକରଣ ପାଇଁ ଆବେଦନ କରିଥିବେ, ତା’ହେଲେ ଏହି ସର୍ତ୍ତରେ ମହଲତ ଦିଆଯିବ ।
**********
(Release ID: 1627008)
Visitor Counter : 327
Read this release in:
Telugu
,
English
,
Urdu
,
Hindi
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Malayalam