ରସାୟନ ଓ ସାର ମନ୍ତ୍ରଣାଳୟ
                
                
                
                
                
                
                    
                    
                        ଆମଦାନିକାରୀଙ୍କ ଦ୍ଵାରା ଏନ-95 ମାସ୍କର ମୂଲ୍ୟ ହ୍ରାସ
                    
                    
                        •	ମାସ୍କର ଉତ୍ପାଦନକାରୀ ଓ ଯୋଗାଣକାରୀଙ୍କ ଉଦ୍ଦେଶ୍ୟରେ ଏନପିପିଏ ଦ୍ଵାରା ଜାରି ମାର୍ଗଦର୍ଶିକା ଯୋଗୁଁ ଏହା ସମ୍ଭବ 
                    
                
                
                    Posted On:
                25 MAY 2020 5:28PM by PIB Bhubaneshwar
                
                
                
                
                
                
                ଭାରତ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ 1955 ଜରିଆରେ ଏନ-95 ମାସ୍କକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବିଜ୍ଞପ୍ତି ଜାରି କରିଛନ୍ତି । ସେ ଦୃଷ୍ଟିରୁ ଏହାର ବେଆଇନ ମହଜୁଦ ଓ କଳାବଜାରୀ ଆଇନ ଦ୍ଵାରା ଏକ ଦଣ୍ଡନୀୟ ଅପରାଧ ଭାବେ ବିବେଚିତ ହୋଇଥାଏ । ଏହାର ବେଆଇନ ମହଜୁଦ ଓ କଳାବଜାରୀ ରୋକିବା ପାଇଁ ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ ବା ଏନପିପିଏ, ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ 2005 ବଳରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିରାପଦ ମାସ୍କ, ହ୍ୟାଣ୍ଡ ସାନିଟାଇଜର ଏବଂ ଗ୍ଲୋବ୍ସର ଯୋଗାଣ ଯେପରି ସେଥିରେ ମୁଦ୍ରିତ ପାଇକାରୀ ଦରରୁ ଅଧିକ ନହୁଏ ସେଥିପାଇଁ ଗତ ମାର୍ଚ୍ଚ 13ରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । 
ଦେଶରେ ଏନ-95 ମାସ୍କର ଅଧିକ ମୂଲ୍ୟରେ ବିକ୍ରି, ବେଆଇନ ମହଜୁଦ ଓ କଳାବଜାରୀ ସଂକ୍ରାନ୍ତରେ ଅଭିଯୋଗମାନ ହସ୍ତଗତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଏନପିପିଏ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଔଷଧ ନିୟନ୍ତ୍ରକ ଓ ପ୍ରଶାସକମାନଙ୍କୁ ବିହିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମିଳିଥିବା ସୂଚନା ଅନୁସାରେ କେତେକ ସ୍ଥାନରେ ଚଢାଉ କରାଯାଇ ବେଆଇନ ମହଜୁଦକାରୀ ଓ କଳାବଜାରୀରେ ସମ୍ପୃକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନ-95 ମାସ୍କର ସରକାରୀ ଦର ସେଥିରେ ମୁଦ୍ରଣ କରିବା ପାଇଁ ବମ୍ବେ ହାଇକୋର୍ଟରେ ଏକ ଜନସ୍ଵାର୍ଥ ମାମଲା ମଧ୍ୟ ଦାଏର ହୋଇଛି । ଦେଶରେ ଏନ-95 ମାସ୍କର ପର୍ଯ୍ୟାପ୍ତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାର ଅହରହ ଉଦ୍ୟମ କରୁଛନ୍ତି । ସେ ଦୃଷ୍ଟିରୁ ସରକାର ରପ୍ତାନିକାରୀ, ଉତ୍ପାଦନକାରୀ ଓ ବିତରକମାନଙ୍କ ପାଖରୁ ବ୍ୟବସାୟିକ ଦରରେ ସିଧାସଳଖ କିଣୁଛନ୍ତି । ଏନ-95 ମାସ୍କର ମୂଲ୍ୟହ୍ରାସ ପାଇଁ ଏନପିପିଏ ହସ୍ତକ୍ଷେପ କରିବା ଫଳରେ ଦେଶରେ ଏହା ସୂଲଭ ମୂଲ୍ୟରେ ଉପଲବ୍ଧ ହେଉଛି । ଗତ 21ତାରିଖ ଦିନ ଏନପିପିଏ, ଉତ୍ପାଦନକାରୀ, ରପ୍ତାନିକାରୀ ଓ ବିତରକମାନଙ୍କ ପାଇଁ ଏକ ମାର୍ଗଦର୍ଶିକା ଜାରି କରି ଏହାକୁ ସୁଲଭ ମୂଲ୍ୟରେ ବଜାରରେ ଉପଲବ୍ଧ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଏହାଛଡା ଏନପିପିଏ ବମ୍ବେ ହାଇକୋର୍ଟରେ ଏନ-95 ମାସ୍କର ଚାହିଦା ଓ ଯୋଗାଣ ମଧ୍ୟରେ ଏକ ସମନ୍ଵୟ ରକ୍ଷା କରିବା ପାଇଁ ବିତରକ, ଉତ୍ପାଦନକାରୀ ଓ ରପ୍ତାନିକାରୀଙ୍କୁ ପରାମର୍ଶ ଦେବା ସହ ସ୍ଵେଚ୍ଛାକୃତ ଭାବେ ଦର ହ୍ରାସ କରିବା ପାଇଁ ପରାମର୍ଶ ଦେଇଥିବା ଜଣାଇଛି । ଦୈନିକ ଟାଇମ୍ସ ଅଫ ଇଣ୍ଡିଆ ଖବର କାଗଜରେ ଏନପିପିଏର ଧାର୍ଯ୍ୟ ମୂଲ୍ୟ ମାସ୍କ କିଣୁଥିବା ମୂଲ୍ୟର 3ଗୁଣ ଅଧିକ ଖବରକୁ ଏନପିପିଏ ଅଗ୍ରାହ୍ୟ କରିଛି । ସରକାରଙ୍କ କ୍ରୟ ମୂଲ୍ୟ ସମ୍ପର୍କରେ ଯେଉଁ ଖବର ପ୍ରକାଶିତ ହୋଇଛି ତାହା କପୋଳକଳ୍ପିତ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଏନପିପିଏ କହିଛି ।  
ପ୍ରମୁଖ ଏନ-95 ମାସ୍କ ଉତ୍ପାଦନକାରୀ ଓ ରପ୍ତାନିକାରୀଙ୍କୁ ମାର୍ଗଦର୍ଶିକା ଜାରି ପରେ ଏହାର ମୂଲ୍ୟ ଶତକଡା 47 ଭାଗ ହ୍ରାସ ପାଇବା ସହ ଦେଶରେ ଏହା ସୁଲଭ ମୂଲ୍ୟରେ ମିଳିପାରୁଛି । ଜନସ୍ଵାର୍ଥ ଦୃଷ୍ଟିରୁ ଅନ୍ୟାନ୍ୟ ଉତ୍ପାଦନକାରୀ ଓ ରପ୍ତାନିକାରୀମାନେ ସରକାରଙ୍କ ପରାମର୍ଶ ମାନି ଏହାର ମୂଲ୍ୟ ହ୍ରାସ କରିବେ ବୋଲି ଆଶା କରାଯାଉଛି । 
 
**********
 
                
                
                
                
                
                (Release ID: 1626782)
                Visitor Counter : 392
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam