ପ୍ରତିରକ୍ଷା ମନ୍ତ୍ରଣାଳୟ

ମିଶନ ସାଗର- ମରିସସର ଲୁଇସ ବନ୍ଦରରେ ପହଞ୍ଚିଲା ଆଇଏନଏସ କେଶରୀ

प्रविष्टि तिथि: 23 MAY 2020 8:31PM by PIB Bhubaneshwar

ମିଶନ ସାଗରର ଅଂଶବିଶେଷ ସ୍ଵରୂପ ଭାରତୀୟ ନୌସେନା ଜାହାଜ କେଶରୀ 23 ମେ, 2020ରେ ମରିସସର ଲୁଇସ ବନ୍ଦରରେ ପ୍ରବେଶ କରିଛି କୋଭିଡ-19 ମହମାରୀ ମୁକାବିଲା ନିମନ୍ତେ ଭାରତ ସରକାର ବନ୍ଧୁ ରାଷ୍ଟ୍ରଗୁଡ଼ିକୁ ସହଯୋଗ ଯୋଗାଇ ଦେଉଛନ୍ତି। ଏହାର ଅଂଶବିଶେଷ ସ୍ଵରୂପ ଭାରତୀୟ ନୌସେନାର କେଶରୀ ଜାହାଜ ମରିସସ ଲୋକମାନଙ୍କ ପାଇଁ କୋଭିଡ ସଂକ୍ରାନ୍ତ ଜରୁରି ଔଷଧ ଏବଂ ଆୟୁର୍ବେଦ ଔଷଧର ଏକ ସ୍ଵତନ୍ତ୍ର କନସାଇନମେଣ୍ଟ ନେଇ ସେଠାରେ ପହଞ୍ଚିଛି।

ଏହା ବ୍ୟତୀତ ଭାରତୀୟ ନୌସେନା ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ନେଇ ଏକ 14 ଜଣିଆ ଟିମ ଏହି ଜାହାଜରେ ମରିସସ ଗସ୍ତ କରିଛନ୍ତି ଏମାନେ ସେମାନଙ୍କର ମରିସସ ପ୍ରତିପକ୍ଷଙ୍କ ସହିତ କାମ କରିବେ ଏବଂ କୋଭିଡ-19 ଜରୁରିକାଳୀନ ସହଯୋଗ ଯୋଗାଇ ଦେବେ। ଏହି ଡାକ୍ତରୀ ଟିମରେ ଜଣେ ଭେଷଜ ବିଶେଷଜ୍ଞ, ଜଣେ ଶ୍ଵାସରୋଗ ବିଶେଷଜ୍ଞ ଏବଂ ଜଣେ ନିଶ୍ଚେତକ ବିଶେଷଜ୍ଞ ରହିଛନ୍ତି।

23 ମେ 2020ରେ ଭାରତ ସରକାରଙ୍କ ପକ୍ଷରୁ ମରିସସ ସରକାରଙ୍କୁ ଔଷଧ ପ୍ରଦାନର ଏକ ବିଧିବଦ୍ଧ ସମାରୋହ ଅନୁଷ୍ଠିତ ହୋଇଥିଲା। ମରିସସ ସରକାରଙ୍କ ପକ୍ଷରୁ ସ୍ଵାସ୍ଥ୍ୟମନ୍ତ୍ରୀ ଡ. କୈଳାସ ଜଗତପାଲ ଏହି ମେଡ଼ିସିନ ସାମଗ୍ରୀକୁ ଗ୍ରହଣ କରିଥିଲେ। ଭାରତ ପକ୍ଷରୁ ମରିସସରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ମହାମହିମ ଶ୍ରୀ ତନ୍ମୟ ଲାଲ ପ୍ରତିନିଧିତ୍ଵ କରିଥିଲେ ଏହି ଅବସରରେ ଭାରତୀୟ ନୌସେନା ଜାହାଜ କେଶରୀର କମାଣ୍ଡିଂ ଅଫିସର ମୁକେଶ ତୟାଲ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ।

କୋଭିଡ-19 ମହାମାରୀ ସମୟରେ ମରିସସକୁ ସହାୟତା କରିବା ଲାଗି ଭାରତ ସରକାରଙ୍କ ପ୍ରୟାସର ଏହା ହେଉଛି ଏକ ଅଂଶବିଶେଷ। ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ “ସମସ୍ତଙ୍କ ପାଇଁ ନିରାପତ୍ତା ଓ ଅଭିବୃଦ୍ଧି –‘ସାଗର’କୁ କାର୍ଯ୍ୟକାରୀ କରିବା ଲାଗି ମିଶନ ସାଗର ଆରମ୍ଭ କରାଯାଇଛି। କୋଭିଡ-19 ମହାମାରୀ ମୁକାବିଲା ଲାଗି ଭାରତ ମହାସାଗର କ୍ଷେତ୍ରର ରାଷ୍ଟ୍ରଗୁଡ଼ିକୁ ଏହି ମିଶନ ଜରିଆରେ ଭାରତ ସରକାରଙ୍କୁ ସହାୟତା ଯୋଗାଇ ଦିଆଯାଉଛି । ବୈଦେଶିକ ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କ ଅନ୍ୟ ଏଜେନ୍ସି ସହ ସମନ୍ଵୟ ରକ୍ଷା କରି ଏହି ଅଭିଯାନ ଜାରି ରହିଛି।

 

**********


(रिलीज़ आईडी: 1626484) आगंतुक पटल : 439
इस विज्ञप्ति को इन भाषाओं में पढ़ें: Assamese , English , Urdu , हिन्दी , Marathi , Manipuri , Punjabi , Tamil , Telugu