ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ହିତାଧିକାରୀମାନଙ୍କ ମଧ୍ୟରେ ଖାଦ୍ୟଶସ୍ୟ ବଣ୍ଟନ କାର୍ଯ୍ୟକୁ ରାଜ୍ୟମାନେ ସୁନିଶ୍ଚିତ କରିବା ଉଚିତ

• ଦେଶରେ କେହି ଯେଭଳି ଭୋକିଲା ନ ରହନ୍ତି: ଶ୍ରୀ ରାମ ବିଳାଶ ପାସୱାନ
• କୋଭିଡ଼-19 ବୈଶ୍ୱିକ ମହାମାରୀ ସମୟରେ ଖାଦ୍ୟଶସ୍ୟ ବଣ୍ଟନ କ୍ଷେତ୍ରରେ ଏଫସିଆଇ ଜୀବନରେଖା ପାଲଟିଛି: ଶ୍ରୀ ପାସୱାନ
• ରାଜ୍ୟ/କେନ୍ଦ୍ରଶାସିତ କ୍ଷେତ୍ରର ଖାଦ୍ୟ ମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ବୈଠକ କଲେ ଶ୍ରୀ ପାସୱାନ
• ଏନଏଫଏସଏ, ପିଏମଜିକେଏୱାଇ, ଆତ୍ମନିର୍ଭର ଭାରତ ପ୍ୟାକେଜ ଏବଂ ଏକ ରାଷ୍ଟ୍ର ଏକ ରାସନ କାର୍ଡ଼ କାର୍ଯ୍ୟକ୍ରମ ସଂପର୍କରେ କଲେ ସମୀକ୍ଷା

प्रविष्टि तिथि: 22 MAY 2020 5:37PM by PIB Bhubaneshwar

କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ରାମ ବିଳାସ ପାସୱାନ ଆଜି ରାଜ୍ୟ କେନ୍ଦ୍ରଶାସିତ କ୍ଷେତ୍ରର ଖାଦ୍ୟ ସାଧାରଣ ବଣ୍ଟନ ମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଛନ୍ତିଏହି ବୈଠକରେ ମନ୍ତ୍ରୀ ଶ୍ରୀ ପାସୱାନ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କରେ ଖାଦ୍ୟ ସାଧାରଣ ବଣ୍ଟନ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମମାନ କୋଭିଡ଼-19 ମହାମାରୀ ସମୟରେ କିଭଳି ଭାବେ ପ୍ରବର୍ତ୍ତନ କରାଯାଉଛି ସେ ସଂପର୍କରେ ସମୀକ୍ଷା କରିଥିଲେଦେଶର ବିଭିନ୍ନ ରାଜ୍ୟର ଖାଦ୍ୟ ମନ୍ତ୍ରୀମାନେ ଏଭଳି ଲକଡାଉନ ସମୟରେ କେନ୍ଦ୍ର, ଭାରତୀୟ ଖାଦ୍ୟ ନିଗମ (FCI), ଏବଂ ନାଫେଡ଼ ପକ୍ଷରୁ ଯୋଗାଇ ଦିଆଯାଉଥିବା ଖାଦ୍ୟଶସ୍ୟ ଡ଼ାଲି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପାସୱାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ।  ଆତ୍ମ ନିର୍ଭର ଭାରତ ଏବଂ ପିଏମଜିକେଏୱାଇ ପ୍ୟାକେଜ୍ମାଧ୍ୟମରେ ରାଜ୍ୟମାନଙ୍କୁ ଏଭଳି ଖାଦ୍ୟଶସ୍ୟ ଡ଼ାଲି ଯୋଗାଇ ଦିଆଯାଉଛିବିଶେଷ କରି ପାର୍ବତ୍ୟାଞ୍ଚଳ କ୍ଷେତ୍ରର ରାଜ୍ୟ, ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଂଜ ଭଳି ରାଜ୍ୟମାନେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିମାନ, ଜଳପଥ ଏବଂ ରେଳ ଯୋଗେ କରୋନା ମହାମାରୀ ଲକଡାଉନ୍ସମୟରେ ଏଭଳି ଅତ୍ୟାବଶ୍ୟକ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଥିବାରୁ ସେମାନଙ୍କର କୃତଜ୍ଞତା ପ୍ରକଟ କରିଥିଲେ

ଏହି କାର୍ଯ୍ୟକ୍ରମକୁ ପ୍ରବର୍ତ୍ତନ କରିବାରେ ସହଯୋଗ କରିଥିବାରୁ ଶ୍ରୀ ପାସୱାନ ରାଜ୍ୟମାନଙ୍କୁ ପ୍ରଶଂସା କରି କହିଥିଲେ ଯେ ଗରିବ ତଥା ଦୁର୍ବଳ ଶ୍ରେଣୀର ଶ୍ରମିକମାନଙ୍କୁ ଖାଦ୍ୟଶସ୍ୟ ଡ଼ାଲି ଯୋଗାଇ ଦେବାରେ ସେମାନଙ୍କ ସହଯୋଗ ବାସ୍ତବିକ୍ପ୍ରଶଂସନୀୟଏକ ରାଷ୍ଟ୍ର ଏକ ରାସନ୍କାର୍ଡ଼ ପ୍ରୟାସରେ ଆଗକୁ ଆଗେଇ ଯିବାରେ ମଧ୍ୟ ସେମାନଙ୍କ ସହଯୋଗ ଅବ୍ୟାହତ ରହିବ ବୋଲି ସେ ଆଶା ପ୍ରକଟ କରିଥିଲେରାଜ୍ୟମାନଙ୍କରେ ଏବେ ଖାଦ୍ୟଶସ୍ୟ ସଂଗ୍ରହ ସନ୍ତୋଷଜନକ ଭାବେ ଜାରି ରହିଥିବାରୁ ମନ୍ତ୍ରୀ ଶ୍ରୀ ପାସୱାନ ସନ୍ତୋଷ ବ୍ୟକ୍ତ କରିଥିଲେ

ଏହି ସମୀକ୍ଷା କାଳରେ ଶ୍ରୀ ପାସୱାନ ରାଜ୍ୟ କେନ୍ଦ୍ରଶାସିତ କ୍ଷେତ୍ରର ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ଯେ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଯେଭଳି ସୁଚାରୁ ରୂପେ ଚାଲେ ତାହା ସୁନିଶ୍ଚିତ କରାଯିବା ଉଚିତତାହା ହେଲେ ଦେଶରେ କେହି ଜଣେ ହେଲେ ଲୋକ ଭୋକିଲା ରହିବେ ନାହିଁ ସେ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ଓଡ଼ିଶା ପଶ୍ଚିମବଙ୍ଗ ଭଳି ରାଜ୍ୟମାନେ ଝଡ଼ବାତ୍ୟାଅମ୍ଫନଦ୍ୱାରା ଆକ୍ରାନ୍ତ ହୋଇଛିଏଭଳି ପ୍ରାକୃତିକ ବିପଦ ଦ୍ୱାରା ଆକ୍ରାନ୍ତ ଲୋକମାନଙ୍କ ସହାୟତା ନିମନ୍ତେ ଉପଯୁକ୍ତ ସେବା ଯୋଗାଇ ଦିଆଯିବା ଆବଶ୍ୟକଭାରତୀୟ ଖାଦ୍ୟ ନିଗମ (FCI) ଏବେ ସାରା ଦେଶରେ ଖାଦ୍ୟଶସ୍ୟ ବଣ୍ଟନ କ୍ଷେତ୍ରରେ ଜୀବନରେଖାରେ ପରିଣତ ହୋଇଛିସଡ଼କ, ରେଳ ଏବଂ ବିମାନରେ ସେଠାରୁ ଖାଦ୍ୟଶସ୍ୟ ଦେଶସାରା ବଣ୍ଟନ କରାଯାଉଛିଏହି ଅବସରରେ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରମାନେ କିଭଳି ଭାବେ ଖାଦ୍ୟଶସ୍ୟ ଡ଼ାଲି ଆଦି ବଣ୍ଟନ କରୁଛନ୍ତି ସେ ସଂପର୍କରେ ସବିଶେଷ ବିବରଣୀ ପ୍ରାପ୍ତ ହୋଇଥିଲାପ୍ରତ୍ୟେକ ରାଜ୍ୟ ଦିଗରେ ହାସଲ କରିଥିବା ସଫଳତା ଏବଂ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ସେ ଅବଗତ ହୋଇଥିଲେଏକ ରାଷ୍ଟ୍ର ଏକ ରାସନ୍କାର୍ଡ଼ (ONOS) ଯୋଜନା ପ୍ରବର୍ତ୍ତନ ସଂପର୍କରେ ମଧ୍ୟ ମନ୍ତ୍ରୀ ଶ୍ରୀ ପାସୱାନ ରାଜ୍ୟମାନଙ୍କ ପ୍ରଗତି ସଂପର୍କରେ ବୁଝିଥିଲେ

ଆତ୍ମନିର୍ଭର ଭାରତ ପ୍ୟାକେଜ୍‌:

ଖାଦ୍ୟ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଏବେ ସୁଦ୍ଧା ଆତ୍ମନିର୍ଭର ଭାରତ ପ୍ୟାକେଜ ଅଧୀନରେ ରାଜ୍ୟମାନଙ୍କୁ 8 ଲକ୍ଷ ମେଟ୍ରିକ୍ଟନ୍ଗହମ/ଚାଉଳ ଏବଂ 39,000 ମେଟ୍ରିକ୍ଟନ୍ଡ଼ାଲିଜାତୀୟ ଶସ୍ୟ ଯୋଗାଇ ଦିଆଯାଇଛି ଯାହାକି ପ୍ରବାସୀ ଶ୍ରମିକମାନଙ୍କ ମଧ୍ୟରେ ବଣ୍ଟନ ପାଇଁ ଉଦ୍ଦିଷ୍ଟବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ମୁଣ୍ଡପିଛା ପ୍ରତି ମାସରେ 5 କିଲୋଗ୍ରାମ ଗହମ/ଚାଉଳ ମାଗଣାରେ କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତିଆଠକୋଟି ପ୍ରବାସୀ ଶ୍ରମିକ ଏହାଦ୍ୱାରା ଉପକୃତ ହେଉଛନ୍ତିସେହିଭଳି ପରିବାର ପିଛା ମାସକୁ 1 କିଲୋଗ୍ରାମ ଡ଼ାଲି ହିସାବରେ ଦୁଇମାସ (ମେ ଏବଂ ଜୁନ୍2020) ପାଇଁ ମାଗଣାରେ ଡାଲି ମଧ୍ୟ ଯୋଗାଇ ଦିଆଯାଉଛି ଏଥିରେ 1.96 କୋଟି ପ୍ରବାସୀ ଶ୍ରମିକ ପରିବାର ଯେଉଁମାନେ କି ଏନଏଫଏସଏ କିମ୍ବା ରାଜ୍ୟ/କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କର କୌଣସି ସାଧାରଣ ବଣ୍ଟନ ଯୋଜନାରେ ସାମିଲ ହୋଇନାହାନ୍ତି ସେମାନେ ଉପକୃତ ହେଉଛନ୍ତିଏହି ଖାଦ୍ୟଶସ୍ୟ ବଣ୍ଟନ କାର୍ଯ୍ୟକ୍ରମ ଜୁନ 15, 2020 ସୁଦ୍ଧା ଶେଷ ହେବା ଆଶା କରାଯାଉଛିଶ୍ରୀ ପାସୱାନ କହିଲେ ଯେ  ଆତ୍ମ ନିର୍ଭର ଭାରତ କାର୍ଯ୍ୟକ୍ରମ ଅଧୀନରେ ବଣ୍ଟନ ସକାଶେ 17ଟି ରାଜ୍ୟ ଏବେ ସୁଦ୍ଧା ସେମାନଙ୍କ କୋଟା ଖାଦ୍ୟଶସ୍ୟ ଉଠାଇ ସାରିଛନ୍ତିଏହି ଯୋଜନା ମାଧ୍ୟମରେ ହରିଆଣା ତ୍ରିପୁରା ଭଳି ରାଜ୍ୟ ଖାଦ୍ୟଶସ୍ୟ ବଣ୍ଟନ ମଧ୍ୟ ଆରମ୍ଭ କରିଛନ୍ତି ।  ଏହି ଯୋଜନା ପାଇଁ 3500 କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ଯାହାକି କେନ୍ଦ୍ର ସରକାର ବହନ କରିବେଏପରିକି ରାଜ୍ୟ ଭିତରେ, ଡ଼ିଲରମାନଙ୍କ ମାର୍ଜିନ ସମେତ ସବୁ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେଏଥିପାଇଁ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରର ସରକାରମାନଙ୍କୁ ହିତାଧିକାରୀମାନଙ୍କ ତାଲିକା ଅଗ୍ରୀମ ଭାବେ ଦେବାକୁ ପଡ଼ିବତେବେ ସେମାନେ ଏହି ବଣ୍ଟନ ରିପୋର୍ଟ ଜୁଲାଇ 15, 2020 ସୁଦ୍ଧା କେନ୍ଦ୍ରକୁ ପଠାଇବାକୁ ସେ ଅନୁରୋଧ କରିଥିଲେ

ପିଏମ- ଜିକେଏୱାଇ ଯୋଜନା:

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ- ଜିକେଏୱାଇ) ଅଧୀନରେ ଅତିରିକ୍ତ ଖାଦ୍ୟଶସ୍ୟ ଦେଶର 80 କୋଟି ଲୋକଙ୍କୁ ବଣ୍ଟନ କରାଯାଉଛିସମସ୍ତ ରାଜ୍ୟ କେନ୍ଦ୍ରଶାସିତ କ୍ଷେତ୍ରର ଏନଏଫଏସଓ ହିତାଧିକାରୀମାନେ ଅପ୍ରେଲ ଠାରୁ ଜୁନ୍2020 ତିନିମାସ ପର୍ଯ୍ୟନ୍ତ ଏହି ଖାଦ୍ୟଶସ୍ୟ ପାଇବେ ଏବଂ ଏଥିରେ ଡ଼ିବିଟି ମୋଡ଼ରେ ଥିବା କେନ୍ଦ୍ରଶାସିତ କ୍ଷେତ୍ରମାନେ ମଧ୍ୟ ସାମିଲ

ଶ୍ରୀ ପାସୱାନ କହିଲେ ଯେ ପିଏମଜିକେଏୱାଇ ଅଧୀରେ ଅପ୍ରେଲ 2020 ପାଇଁ ଉଦ୍ଦିଷ୍ଟ ଥିବା 90% ଖାଦ୍ୟଶସ୍ୟ ସମସ୍ତ ରାଜ୍ୟରେ (କେବଳ ପଞ୍ଜାବ, ସିକିମ, ଦିଲ୍ଲୀ, ମଧ୍ୟ ପ୍ରଦେଶ ଝାଡ଼ଖଣ୍ଡ ରାଜ୍ୟ ଯେଉଁଠାରେ କି  ଅପ୍ରେଲ ପାଇଁ 75%ରୁ କମ୍ପରିମାଣର ଖାଦ୍ୟଶସ୍ୟ ବଣ୍ଟାଯାଇଛି ) ବଣ୍ଟନ ସରିଛିଚଳିତ ମାସ ପାଇଁ ରାଜ୍ୟମାନେ ପାଖାପାଖି 61% ଖାଦଶସ୍ୟ ବାଣ୍ଟି ସାରିଛନ୍ତିଦିଲ୍ଲୀ, ପଶ୍ଚିମବଙ୍ଗ, ମଣିପୁର, କେରଳ ବିହାର ମେ ମାସ ପାଇଁ ଖାଦ୍ୟଶସ୍ୟ ବଣ୍ଟନ ଆରମ୍ଭ କରିନାହାନ୍ତି ଅଥବା ଏହି ବଣ୍ଟନ ଏବେ 10%ରୁ କମ୍ରହିଛି

ପିଏମ- ଜିକେଏୱାଇ ଅଧୀନରେ ଡ଼ାଲିଜାତୀୟ ଶସ୍ୟ ବଣ୍ଟନ:

ପିଏମ-ଜିକେଏୱାଇ ଯୋଜନାରେ ଆଗାମୀ ତିନିମାସ ପାଇଁ ମୋଟ 5.87 ଲକ୍ଷ ମେଟ୍ରିକ୍ଟନ୍ଡ଼ାଲିଜାତୀୟ ଶସ୍ୟ ଆବଶ୍ୟକନାଫେଡ଼୍ ସୂଚନା ଅନୁସାରେ 4.05 ଲକ୍ଷ ମେଟ୍ରିକ ଟନ୍ଡ଼ାଲିଜାତୀୟ ଶସ୍ୟ ଏପର୍ଯ୍ୟନ୍ତ ପ୍ରେରଣ କରାଯାଇସାରିଛିରାଜ୍ୟମାନେ 3.02 ଲକ୍ଷ ମେଟ୍ରିକ୍ଟନ୍ଡ଼ାଲିଜାତୀୟ ଶସ୍ୟ ପାଇ ସାରିଛନ୍ତି ଏବଂ ପ୍ରାୟ 1.27 ଲକ୍ଷ ମେଟ୍ରିକ୍ଟନ୍ଡାଲିଜାତୀୟ ଶସ୍ୟ 21ଟି ରାଜ୍ୟ 5ଟି କେନ୍ଦ୍ରଶାସିତ କ୍ଷେତ୍ରରେ ବଣ୍ଟା ଯାଇସାରିଛିଏଥିପାଇଁ 5,000 କୋଟି ଟଙ୍କା ବ୍ୟୟଭାର ବହନ କରିବାକୁ ପଡ଼ୁଛି ଯାହାକି ଭାରତ ସରକାର ବହନ କରୁଛନ୍ତି ବୋଲି ଶ୍ରୀ ପାସୱାନ କହିଥିଲେ

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ:

ଶ୍ରୀ ପାସୱାନ କହିଲେ ଯେ ଏନଏଫଏସଏ ଅଧୀନରେ ଅପ୍ରେଲ 2020ରେ ମାସିକିଆ ଖାଦ୍ୟଶସ୍ୟର 93% ମଂଜୁର କରାଯାଇଛିମେ ମାସ ପାଇଁ ମଂଜୁର ଖାଦ୍ୟଶସ୍ୟର ମୋଟ ପରିମାଣର 75% ମଂଜୁର କରାଯାଇଛି ଏବଂ ତାହା ଏବେ ରାଜ୍ୟମାନେ ବଣ୍ଟନ କରୁଛନ୍ତି

ଏକ ରାଷ୍ଟ୍ର ଏକ ରାସନ କାର୍ଡ଼ ଯୋଜନା:

ଏକ ରାଷ୍ଟ୍ର ଏକ ରାସନ କାର୍ଡ଼ (ଓଏନଓସି) ଯୋଜନା ଅଧୀନରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ହିତାଧିକାରୀମାନେ ସେମାନଙ୍କର ରାସନ ଯେକୌଣସି ଏଫପିଏସ ଦୋକାନରୁ ବାୟୋମେଟ୍ରିକ୍ତନଖି ପରେ ପାଇପାରିବେଏକ ରାଷ୍ଟ୍ର ଏକ ରାସନ୍କାର୍ଡ଼ ବ୍ୟବସ୍ଥାରେ ମେ 1, 2020 ସୁଦ୍ଧା 17ଟି ରାଜ୍ୟ/କେନ୍ଦ୍ରଶାସିତ କ୍ଷେତ୍ରକୁ ଯୋଡ଼ାଯାଇ ସାରିଛିଅନ୍ୟ ତିନୋଟି ରାଜ୍ୟ କେନ୍ଦ୍ରଶାସିତ କ୍ଷେତ୍ର ଯଥା ଓଡିଶା, ନାଗାଲାଣ୍ଡ ଏବଂ ମିଜୋରାମ ଏହି ଯୋଜନା ସହ ଜୁନ୍2020ରେ ସଂଯୁକ୍ତ ହେବାକୁ ଯାଉଛନ୍ତିଅଗଷ୍ଟ 2020ରେ ଉତ୍ତରାଖଣ୍ଡ, ସିକିମ ମଣିପୁର ଏହି ଅନଲାଇନ୍ପ୍ଲାଟଫର୍ମରେ ସାମିଲ ହେବେଏହି ଯୋଜନାରେ ମୋଟ 23ଟି ରାଜ୍ୟ କେନ୍ଦ୍ରଶାସିତ କ୍ଷେତ୍ର ସାମିଲ ହେବେସରକାର ଓଏନଓସି ଯୋଜନା ମାଧ୍ୟମରେ ମାର୍ଚ୍ଚ 31, 2021 ସୁଦ୍ଧା ଦେଶର ସମସ୍ତ ରାଜ୍ୟ କେନ୍ଦ୍ରଶାସିତ କ୍ଷେତ୍ରଙ୍କୁ ସାମିଲ କରିବାର ଯୋଜନା ରଖିଛନ୍ତି ବୋଲି ଶ୍ରୀ ପାସୱାନ ସୂଚାଇଥିଲେ

ଖାଦ୍ୟଶସ୍ୟ ସଂଗ୍ରହ:

(ଗହମ/ ଧାନ)

ଏହି ଭିଡ଼ିଓ କନଫରେନ୍ସିଂ ବେଳେ ଅଧିକାରୀମାନେ ସୂଚୀତ କରିଥିଲେ ଯେ ମେ 21, 2020 ସୁଦ୍ଧା ପୁନଃପୌନିକ ଭାବେ 2020-21 ପାଇଁ ଆରଏମଏସରେ 319.95 ଲକ୍ଷ ମେଟ୍ରିକ୍ଟନ୍ଗହମ ସଂଗୃହୀତ ହୋଇଛି2019-20ର ଏହି ସମୟରେ 326.15 ଲକ୍ଷ ମେଟ୍ରିକ୍ଟନ୍ଗହମ ସଂଗୃହୀତ ହୋଇଥିଲାଗତ ବର୍ଷ ତୁଳନାରେ ଚଳିତ ବର୍ଷ ଗହମ ସଂଗ୍ରହ ମାତ୍ରା 1.90% ହ୍ରାସ ପାଇଛିକାରଣ କୋଭିଡ଼-19 ଯୋଗୁ ଗହମ ସଂଗ୍ରହ ବିଳମ୍ବରେ ଆରମ୍ଭ ହୋଇଛିଏହା ବ୍ୟତୀତ, ସଂଗ୍ରହ କାର୍ଯ୍ୟ ଯଥେଷ୍ଟ ସତର୍କତାମୂଳକ ବ୍ୟବସ୍ଥା ମଧ୍ୟରେ ଏବଂ ମଣ୍ଡିରେ ସାମାଜିକ ଦୂରତା ରକ୍ଷା ମାଧ୍ୟମରେ ସଂପାଦନ କରାଯାଉଛିଶ୍ରୀ ପାସୱାନ କହିଲେ ଯେ ସଂଗ୍ରହକୁ ଅନୁପାତ ଅନୁସାରେ ହିସାବ କଲେ, ଚଳିତ ଋତୁରେ ଯେଉଁ 400 ଲକ୍ଷ ମେଟ୍ରିକ୍ଟନ୍ଗହମ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହା ପୂରଣ ହୋଇପାରିବ

ତେଣୁ 21, 2020 ସୁଦ୍ଧା, କେଏମଏସରେ ପୁନପୌନିକ ଧାନ ସଂଗ୍ରହ ପରିମାଣ 460.89 ଲକ୍ଷ ମେଟ୍ରିକ୍ଟନ୍ଛୁଇଁଛିଯାହାକି 2018-19 ବର୍ଷରେ 407.86 ଲକ୍ଷ ମେଟ୍ରିକ୍ଟନ୍ହୋଇଥିଲା ତାହା ଚଳିତ ବର୍ଷ ଠାରୁ 13% କମ୍ଥିଲା

ଶ୍ରୀ ପାସୱାନ କହିଲେ ଯେ ଲକଡାଉନ୍ଯୋଗୁ ଧାନ ସଂଗ୍ରହ କାର୍ଯ୍ୟ ବେଶ ସମସ୍ୟା ଭିତରେ ସଂପାଦନ କରିବାକୁ ପଡ଼ିଛିତେବେ ଏହି ସଂଗ୍ରହ ମାତ୍ରା ବେଶ୍ଉତ୍ସାହଜନକଏଥିପାଇଁ ଭାରତ ସରକାର ଏବଂ ରାଜ୍ୟ ସରକାରମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ତଥା ଟିମ୍ୱାର୍କ ଯୋଗୁ ତାହା ସମ୍ଭବପର ହୋଇଛିକେନ୍ଦ୍ରୀୟ ଭଣ୍ଡାରକୁ ଏତେ ମାତ୍ରାର ଖାଦ୍ୟଶସ୍ୟ ଆସିବା ଦ୍ୱାରା, ଏଫସିଆଇ ଗୋଦାମରେ ନୂତନ ଖାଦ୍ୟଶସ୍ୟ ଭରପୂର ହେବଏହା ଦ୍ୱାରା ବର୍ତ୍ତମାନ ଭଳି ସଂକଟର ଘଡ଼ିରେ ଲୋକମାନଙ୍କ ଆବଶ୍ୟକତା ପୂରଣ କରିବା ସକାଶେ ଆବଶ୍ୟକ ଅତିରିକ୍ତ ଖାଦ୍ୟଶସ୍ୟ ମଧ୍ୟ ଯୋଗାଇ ଦିଆଯିବଏଫସିଆଇରେ ଅତି ସହଜରେ 600 ଲକ୍ଷ ମେଟ୍ରିକ୍ଟନ୍ପର୍ଯ୍ୟନ୍ତ ଖାଦ୍ୟଶସ୍ୟ ଭଣ୍ଡାର ବ୍ୟବସ୍ଥା ରହିଛିଏନଏଫଏସଏ ଏବଂ ଅନ୍ୟାନ୍ୟ ଜନହିତକର ଯୋଜନା ସକାଶେ ମାସିକ ପ୍ରାୟ 60 ଲକ୍ଷ ମେଟ୍ରିକ୍ଟନ୍ଖାଦ୍ୟଶସ୍ୟ ଆବଶ୍ୟକ ପଡ଼ିଥାଏ

ଖାଦ୍ୟ ସବସିଡ଼ି:

ଶ୍ରୀ ପାସୱାନ କହିଲେ ଯେ ଜାନୁଆରୀ 01, 2020 ସୁଦ୍ଧା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ମୋଟ 28,847 କୋଟି ଟଙ୍କାର ସବସିଡ଼ି ଯୋଗାଇ ଦିଆଯାଇଛିଗତବର୍ଷ ଏହି ସମୟରେ 12,356 କୋଟି ଟଙ୍କାର ସବସିଡ଼ି ପ୍ରଦାନ କରାଯାଇଥିଲାତେଣୁ ଗତ ବର୍ଷ ତୁଳନାରେ ଚଳିତ ବର୍ଷର ସବସିଡ଼ି ଦୁଇଗୁଣରୁ ଅଧିକଖାଦ୍ୟଶସ୍ୟ ସଂଗ୍ରହ ପ୍ରକ୍ରିୟାକୁ ବିକେନ୍ଦ୍ରୀକରଣ କରିବା ଦିଗରେ ରାଜ୍ୟ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ତାଙ୍କ ବିଭାଗ ସଂପୂର୍ଣ୍ଣ ରୂପେ ସହଯୋଗ କରୁଛି ବୋଲି ଶ୍ରୀ ପାସୱାନ ସୂଚାଇଥିଲେ

 

********************


(रिलीज़ आईडी: 1626433) आगंतुक पटल : 412
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Punjabi , Tamil , Telugu , Kannada