ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ

ପାଇପଲାଇନ ପ୍ରକଳ୍ପରେ ଆତ୍ମନିର୍ଭର ଭାରତକୁ ଏକ ମୂଳଦୁଆ କରିବା ପାଇଁ 8 ହଜାର କୋଟି ଟଙ୍କା ପ୍ରକଳ୍ପର ସମୀକ୍ଷା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ

Posted On: 22 MAY 2020 1:46PM by PIB Bhubaneshwar

କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାୟ 8000 କୋଟି ଟଙ୍କା ମୂଲ୍ୟର ପାଇପଲାଇନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ତୈଳ ଏବଂ ଗ୍ୟାସ କମ୍ପାନୀ ଦ୍ଵାରା ଏହି ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ହେଉଛି ଏବଂ ଏଗୁଡିକ ବିଭିନ୍ନ ପର୍ଯ୍ୟାୟରେ ରହିଛି । ଆତ୍ମନିର୍ଭର ଭାରତ ଯୋଜନା ଉପରେ ଗୁରୁତ୍ୱ ଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ପ୍ରକଳ୍ପଗୁଡିକର ସମ୍ପୂର୍ଣ୍ଣ ସ୍ୱଦେଶୀକରଣ ପାଇଁ ଆହ୍ଵାନ ଦେଇଛନ୍ତି ।

ସେପ୍ଟେମ୍ବର 2020 ସୁଦ୍ଧା ଘରୋଇ ବିଡରଙ୍କ ଠାରୁ 1 ଲକ୍ଷ ଟନ ଷ୍ଟିଲ୍ କ୍ରୟ ପାଇଁ GAIL (GAIL) 1000 କୋଟିରୁ ଅଧିକ ଲାଇନପାଇପ ଟେଣ୍ଡର ପ୍ରକ୍ରିୟାକରଣ କରିବ । ଏହା ଅଧୀନରେ 800 କିଲୋମିଟର ଲାଇନ ପାଇପ ନିର୍ମାଣ ପାଇଁ ଇସ୍ପାତ ଯୋଗାଇ ଦିଆଯିବ ।  ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ପରିମାଣ ଦ୍ୱିଗୁଣିତ ହେବ ବୋଲି ଆଶା କରାଯାଉଛି । ଏହା ମେକ ଇନ ଇଣ୍ଡିଆ ପଦକ୍ଷେପକୁ ପ୍ରୋତ୍ସାହିତ କରିବ ଏବଂ ଆତ୍ମନିର୍ଭରଶୀଳ ଭାରତର ଅନୁସରଣକୁ ଉତ୍ସାହିତ କରିବ ।

ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା, JHBDPL ପାଇପଲାଇନର ପ୍ରକଳ୍ପ କାର୍ଯ୍ୟ ଲକଡାଉନ ପରେ ଦ୍ରୁତ ଗତିରେ ଅଗ୍ରଗତି କରୁଛି | ଏହି ପାଇପଲାଇନ କେନ୍ଦ୍ରୀୟ ପ୍ରାକୃତିକ ବାଷ୍ପ ପାଇପଲାଇନ କରିଡର ଦେଇ ପୂର୍ବ ଭାରତକୁ ପଶ୍ଚିମ ସହିତ ସଂଯୋଗ କରିବ । ଏହା ଦେଶରେ ବାଷ୍ପ ଭିତ୍ତିକ ଅର୍ଥବ୍ୟବସ୍ଥାକୁ ବୃଦ୍ଧି କରିବ ।

ଇଣ୍ଡିଆନ ଅଏଲ ଦକ୍ଷିଣ ଭାରତରେ 1450 କିଲୋମିଟର ଲମ୍ବା ପ୍ରାକୃତିକ ବାଷ୍ପ ପାଇପଲାଇନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି ଯାହାର ପ୍ରକଳ୍ପ ମୂଲ୍ୟ 6025 କୋଟି ଟଙ୍କା ରହିଛି । ଏହି ପ୍ରକଳ୍ପର ପ୍ରାୟ 1.65 ଲକ୍ଷ MT ଇସ୍ପାତ ପାଇପ ବ୍ୟବହାର କରିବାର କ୍ଷମତା ରହିଛି, ଯାହାର ମୂଲ୍ୟ ପ୍ରାୟ 2060 କୋଟି ଟଙ୍କା ହେବ । ଏହି ପ୍ରକଳ୍ପ ମଧ୍ୟ ଆତ୍ମନିର୍ଭର ଭାରତ  ଅଭିଯାନ ସହିତ ମେଳ ଖାଉଛି ।

ଇନ୍ଦ୍ରଧନୁଷ ଗ୍ୟାସ ଗ୍ରୀଡ ଲିମିଟେଡ ଉତ୍ତର-ପୂର୍ବରେ ଏକ ପ୍ରାକୃତିକ ବାଷ୍ପ ପାଇପଲାଇନ ଗ୍ରୀଡ ବିକାଶ କରୁଛି । ଏହି ପାଇପଲାଇନ ଗ୍ରୀଡ ସମସ୍ତ ଉତ୍ତର-ପୂର୍ବ ରାଜ୍ୟକୁ ନିରବଚ୍ଛିନ୍ନ ପ୍ରାକୃତିକ ବାଷ୍ପ ଯୋଗାଣ ନିଶ୍ଚିତ କରିବ, ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଏବଂ ଭାରତରେ ବାଷ୍ପ ଭିତ୍ତିକ ଅର୍ଥବ୍ୟବସ୍ଥାକୁ ଆଗକୁ ବଢାଇବାରେ ସାହାଯ୍ୟ କରିବ । IGGL ଜୁଲାଇ 2020 ସୁଦ୍ଧା ପ୍ରାୟ 73000 MT ଇସ୍ପାତ କ୍ରୟ ପାଇଁ 950 କୋଟିରୁ ଅଧିକ ଟେଣ୍ଡର ପ୍ରକ୍ରିୟାକରଣ କରୁଛି । ଏହି ପ୍ରକ୍ରିୟା ଘରୋଇ ବିଡରଙ୍କ ଠାରୁ 550 କିଲୋମିଟର ଲାଇନ ପାଇପ ଇସ୍ପାତ ଯୋଗାଣ ପାଇଁ ଉଦ୍ଦିଷ୍ଟ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ପରିମାଣ ଦ୍ୱିଗୁଣିତ ହେବ ବୋଲି ଆଶା କରାଯାଉଛି ।

 

**********



(Release ID: 1626257) Visitor Counter : 224