ରେଳ ମନ୍ତ୍ରଣାଳୟ

15 ଯୋଡା ଟ୍ରେନ ପାଇଁ ଟିକେଟ ବୁକିଂ ପଦ୍ଧତିରେ ସଂଶୋଧନ କଲା ଭାରତୀୟ ରେଳ

• ଏସବୁ ଟ୍ରେନଗୁଡିକରେ ଆଗୁଆ ସଂରକ୍ଷଣ ଅବଧି 7 ରୁ 30 ଦିନକୁ ବୃଦ୍ଧି
• ଏହି ପରିବର୍ତ୍ତନ 24 ମେ’ ଠାରୁ ହେବାକୁ ଥିବା ବୁକିଂ ଏବଂ 31 ମେ’ ଠାରୁ ଚାଲିବାକୁ ଥିବା ଟ୍ରେନ ପାଇଁ ହେବ ଲାଗୁ

ପୋଷ୍ଟ କରାଯିବା ଦିନାଙ୍କ: 22 MAY 2020 8:04PM by PIB Bhubaneshwar

ମେ’ 12, 2020ରୁ ଭାରତୀୟ ରେଳ ପକ୍ଷରୁ 15 ଯୋଡା ସ୍ଵତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ କରାଯାଇଛି ଯାତ୍ରୀମାନଙ୍କ ହିତକୁ ଦୃଷ୍ଟିରେ ରଖି ରେଳ ବିଭାଗ ଏହି ସ୍ଵତନ୍ତ୍ର ଟ୍ରେନଗୁଡିକର ବୁକିଂ ନିୟମାବଳୀରେ କେତେକ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି

ଏହିସବୁ ଟ୍ରେନ ପାଇଁ ଆଗୁଆ ସଂରକ୍ଷଣ ଅବଧି 7 ରୁ 30 ଦିନକୁ ବୃଦ୍ଧି କରାଯାଇଛି

ଏହିସବୁ ଟ୍ରେନଗୁଡିକରେ କୌଣସି ତତ୍କାଳ ବୁକିଂ ହୋଇପାରିବ ନାହିଁ

ଆରଏସି ଓ ୱେଟିଙ୍ଗ ଲିଷ୍ଟ ଟିକଟ ଆବଶ୍ୟକ ନିୟମାନୁସାରେ ହେବ । ତେବେ ୱେଟିଙ୍ଗ ଲିଷ୍ଟରେ ଥିବା ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିପାରିବେ ନାହିଁ

ଟ୍ରେନ ଛାଡିବାର 4 ଘଣ୍ଟା ପୂର୍ବରୁ ପ୍ରଥମ ଚାଟ ଓ 2 ଘଣ୍ଟା ପୂର୍ବରୁ ଦ୍ଵିତୀୟ ଚାଟ ବାହାରିବ । ପ୍ରଥମ ଓ ଦ୍ଵିତୀୟ ଚାଟ ଅବଧି ମଧ୍ୟରେ କରେଣ୍ଟ ବୁକିଂ ହୋଇପାରିବ ଡାକଘର ସମେତ କମ୍ପ୍ୟୁଟରୀକୃତ ପିଆରଏସ କାଉଣ୍ଟରରେ ବୁକିଂ ହୋଇପାରିବ ଏହାଛଡା ଲାଇସେନ୍ସ ପ୍ରାପ୍ତ ଯାତ୍ରୀ ସୁବିଧା ଟିକେଟ କେନ୍ଦ୍ର ଏବଂ ଅନଲାଇନ ଟିକେଟ, ସ୍ଵୀକୃତପ୍ରାପ୍ତ ଆଇଆରସିଟିସି ଏଜେଣ୍ଟ ଓ କମନ ସର୍ଭିସ ସେଣ୍ଟରରେ ମଧ୍ୟ ଟିକଟ ବୁକିଂ ହୋଇପାରିବ

ଏହି ନିୟମାବଳୀ 24 ମେ’ ଠାରୁ ହେବାକୁ ଥିବା ଟିକେଟ ବୁକିଂ ଏବଂ 31 ମେ’ ଠାରୁ ଚାଲିବାକୁ ଥିବା ଟ୍ରେନ ପାଇଁ ଲାଗୁ ହେବ

 

**********


(ରିଲିଜ ଆଡି: 1626222) ପରିଦର୍ଶକ କାଉଣ୍ଟର : 247