ରେଳ ମନ୍ତ୍ରଣାଳୟ
15 ଯୋଡା ଟ୍ରେନ ପାଇଁ ଟିକେଟ ବୁକିଂ ପଦ୍ଧତିରେ ସଂଶୋଧନ କଲା ଭାରତୀୟ ରେଳ
• ଏସବୁ ଟ୍ରେନଗୁଡିକରେ ଆଗୁଆ ସଂରକ୍ଷଣ ଅବଧି 7 ରୁ 30 ଦିନକୁ ବୃଦ୍ଧି
• ଏହି ପରିବର୍ତ୍ତନ 24 ମେ’ ଠାରୁ ହେବାକୁ ଥିବା ବୁକିଂ ଏବଂ 31 ମେ’ ଠାରୁ ଚାଲିବାକୁ ଥିବା ଟ୍ରେନ ପାଇଁ ହେବ ଲାଗୁ
Posted On:
22 MAY 2020 8:04PM by PIB Bhubaneshwar
ମେ’ 12, 2020ରୁ ଭାରତୀୟ ରେଳ ପକ୍ଷରୁ 15 ଯୋଡା ସ୍ଵତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ କରାଯାଇଛି । ଯାତ୍ରୀମାନଙ୍କ ହିତକୁ ଦୃଷ୍ଟିରେ ରଖି ରେଳ ବିଭାଗ ଏହି ସ୍ଵତନ୍ତ୍ର ଟ୍ରେନଗୁଡିକର ବୁକିଂ ନିୟମାବଳୀରେ କେତେକ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି ।
ଏହିସବୁ ଟ୍ରେନ ପାଇଁ ଆଗୁଆ ସଂରକ୍ଷଣ ଅବଧି 7 ରୁ 30 ଦିନକୁ ବୃଦ୍ଧି କରାଯାଇଛି ।
ଏହିସବୁ ଟ୍ରେନଗୁଡିକରେ କୌଣସି ତତ୍କାଳ ବୁକିଂ ହୋଇପାରିବ ନାହିଁ ।
ଆରଏସି ଓ ୱେଟିଙ୍ଗ ଲିଷ୍ଟ ଟିକଟ ଆବଶ୍ୟକ ନିୟମାନୁସାରେ ହେବ । ତେବେ ୱେଟିଙ୍ଗ ଲିଷ୍ଟରେ ଥିବା ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିପାରିବେ ନାହିଁ ।
ଟ୍ରେନ ଛାଡିବାର 4 ଘଣ୍ଟା ପୂର୍ବରୁ ପ୍ରଥମ ଚାଟ ଓ 2 ଘଣ୍ଟା ପୂର୍ବରୁ ଦ୍ଵିତୀୟ ଚାଟ ବାହାରିବ । ପ୍ରଥମ ଓ ଦ୍ଵିତୀୟ ଚାଟ ଅବଧି ମଧ୍ୟରେ କରେଣ୍ଟ ବୁକିଂ ହୋଇପାରିବ । ଡାକଘର ସମେତ କମ୍ପ୍ୟୁଟରୀକୃତ ପିଆରଏସ କାଉଣ୍ଟରରେ ବୁକିଂ ହୋଇପାରିବ । ଏହାଛଡା ଲାଇସେନ୍ସ ପ୍ରାପ୍ତ ଯାତ୍ରୀ ସୁବିଧା ଟିକେଟ କେନ୍ଦ୍ର ଏବଂ ଅନଲାଇନ ଟିକେଟ, ସ୍ଵୀକୃତପ୍ରାପ୍ତ ଆଇଆରସିଟିସି ଏଜେଣ୍ଟ ଓ କମନ ସର୍ଭିସ ସେଣ୍ଟରରେ ମଧ୍ୟ ଟିକଟ ବୁକିଂ ହୋଇପାରିବ ।
ଏହି ନିୟମାବଳୀ 24 ମେ’ ଠାରୁ ହେବାକୁ ଥିବା ଟିକେଟ ବୁକିଂ ଏବଂ 31 ମେ’ ଠାରୁ ଚାଲିବାକୁ ଥିବା ଟ୍ରେନ ପାଇଁ ଲାଗୁ ହେବ ।
**********
(Release ID: 1626222)
Visitor Counter : 229