ଶକ୍ତି ମନ୍ତ୍ରଣାଳୟ

ଅକ୍ଷୟ ଉର୍ଜା ବ୍ୟବସାୟ ପାଇଁ କମ୍ପାନୀ ଗଢ଼ିବାକୁ ଏନଟିପିସି ଓ ଓଏନଜିସି ମଧ୍ୟରେ ଚୁକ୍ତି

• ଦୁଇ ମହାରତ୍ନ କମ୍ପାନୀ, ଅକ୍ଷୟ ଶକ୍ତି ଉତ୍ପାଦନର ସୁଯୋଗ, ପ୍ରକଳ୍ପ, ଶକ୍ତି ଭଣ୍ଡାରଣ ଏବଂ ସାମାଜିକ, ପରିବେଶ ଓ ଶାସନ ଅନୁକୂଳ ପ୍ରକଳ୍ପ ଉପରେ ଗୁରୁତ୍ୱ ଦେବେ

प्रविष्टि तिथि: 22 MAY 2020 12:37PM by PIB Bhubaneshwar

ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଅଧୀନ ଜାତୀୟ ତାପଜ ବିଦ୍ୟୁତ ନିଗମ (NTPC) ପେଟ୍ରୋଲିୟମ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧୀନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତୈଳ ପ୍ରାକୃତିକ ବାଷ୍ପ ନିଗମ (ONGC) ମଧ୍ୟରେ ଅକ୍ଷୟ ଶକ୍ତିର ଉତ୍ପାଦନ, ଭଣ୍ଡାରଣ ବ୍ୟବସାୟ କରିବାକୁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛିଭାରତ ସରକାରଙ୍କ ଏହି ଦୁଇ ମହାରତ୍ନ କମ୍ପାନୀ ଅକ୍ଷୟ ଶକ୍ତି କ୍ଷେତ୍ରରେ ପାଦ ଥାପିବାକୁ ଏକ ନୂଆ କମ୍ପାନୀ ଗଢ଼ିବେ

ଏହି ବୁଝାମଣା ପତ୍ରରେ ଏନଟିପିସିର ବ୍ୟାବସାୟିକ ନିର୍ଦ୍ଦେଶକ କେ ଗୁପ୍ତା ଏବଂ ଓଏନଜିସିର ଯୁଗ୍ମ ଉଦ୍ୟୋଗ ତଥା ବ୍ୟବସାୟ ବିକାଶ ବିଭାଗର କାର୍ଯ୍ୟକାରୀ ଆର୍ଥିକ ବ୍ୟାପାର ନିର୍ଦ୍ଦେଶକ ସୁଭାଷ କୁମାର ସ୍ୱାକ୍ଷର କରିଛନ୍ତିଏନଟିପିସିର ସିଏମଡି ଗୁରୁଦୀପ ସିଂହ ଏନଜିସିର ସିଏମଡି ଶଶୀ ଶଙ୍କର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏକ ଭର୍ଚ୍ଚୁଆଲ କନଫରେନ୍ସରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି

ଏହି ବୁଝାମଣା ଅନୁସାରେ ଦୁଇ ମହାରତ୍ନ କମ୍ପାନୀ ମିଳିତ ଉଦ୍ୟୋଗରେ ଭାରତ ବାହାରେ ସମୁଦ୍ର ଭିତରେ ପବନ କଳ ସ୍ଥାପନ ସହ ଅନ୍ୟାନ୍ୟ ଅଣପାରମ୍ପରିକ ଉତ୍ସରୁ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ପ୍ରକଳ୍ପ ସ୍ଥାପନ କରିବେଏହାଛଡା ଅକ୍ଷୟ ଶକ୍ତିର ଭଣ୍ଡାରଣ, -ମୋବିଲିଟ ଏବଂ ପରିବେଶ, ସାମାଜିକ ପ୍ରଶାସନିକ ଦୃଷ୍ଟିରୁ ଅନୁକୂଳ ଅକ୍ଷୟ ଶକ୍ତି ପ୍ରକଳ୍ପମାନ ହାତକୁ ନେବେ

ଏବେ ଏନଟିପିସି ପାଖରେ 920 ମେଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନର ସଂରଚନା ରହିଛିଏହାଛଡା ଏହି ନିଗମ ଏବେ 2300 ମେଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛିନୂଆ ମିଳିତ ପ୍ରୟାସ ଫଳରେ ଏନଟିପିସିର ଅକ୍ଷୟ ଶକ୍ତି ଉତ୍ପାଦନ ଦକ୍ଷତା ତ୍ୱରାନ୍ୱିତ ହେବ ଏବଂ ପ୍ରଥମ କରି ସମୁଦ୍ର ଭିତରେ ପ୍ରକଳ୍ପ ନିର୍ମାଣ କରି ଅକ୍ଷୟ ଶକ୍ତି ଉତ୍ପାଦନ କରିବଏନଟିପିସି ଭାରତର ସର୍ବବୃହତ ଶକ୍ତି ଉତ୍ପାଦନକାରୀ ସଂସ୍ଥା2032 ସୁଦ୍ଧା ଏହି ନିଗମ 32 ଜିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ କରିବାକୁ ଯେଉଁ ମହତାକାଂକ୍ଷୀ ଲକ୍ଷ୍ୟ ରଖିଛିଏହା ଦ୍ୱାରା ତାହା ପୂରଣ ହୋଇପାରିବ ବୋଲି ଆଶା ରଖିଛି

ଅପରପକ୍ଷରେ ଓଏନଜିସି ପାଖରେ ଏବେ 176 ମେଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନର ସାମର୍ଥ୍ୟ ବ୍ୟବସ୍ଥା ଅଛିସେଥି ମଧ୍ୟରେ 153 ମେଗାୱାଟ ପବନ 23 ମେଗାୱାଟ ସୌରଶକ୍ତିନୂଆ ବୁଝାମଣା ଦ୍ୱାରା ଓଏନଜିସି ଅକ୍ଷୟ ଶକ୍ତି ବ୍ୟବସାୟରେ ପାଦ ଥାପିବଏହାଛଡା 2040 ସୁଦ୍ଧା 10 ଜିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ କରିବାକୁ ଏହି ସଂସ୍ଥା ଯେଉଁ ଲକ୍ଷ୍ୟ ରଖିଛି ତାହାର ରୂପାୟନ କାର୍ଯ୍ୟ ତ୍ୱରାନ୍ୱିତ ହେବ

ଏନଟିପିସି ଗ୍ରୁପର ମୋଟ ଶକ୍ତି ଉତ୍ପାଦନ କ୍ଷମତା 62110 ମେଗାୱାଟଦେଶର ବିଭିନ୍ନ ସ୍ଥାନରେ ଏହାର 70ଟି ଶକ୍ତି ଉତ୍ପାଦନ କେନ୍ଦ୍ର ରହିଛିସେଥିରୁ 24ଟି କୋଇଲା ଚାଳିତ ହୋଇଥିବା ବେଳେ ସାତଟି ଗ୍ୟାସ ତରଳ ଇନ୍ଧନର ଯୌଗିକ ପ୍ରକି୍ରୟାରେ ଚାଲିଛିଏହା ବ୍ୟତୀତ ଏନଟିପିସିର ଗୋଟିଏ ଜଳବିଦ୍ୟୁତ, 13ଟି ଅକ୍ଷୟ ଶକ୍ତି କେନ୍ଦ୍ର 25ଟି ମିଳିତ ଉଦ୍ୟୋଗ ଶକ୍ତି କେନ୍ଦ୍ର କାର୍ଯ୍ୟକ୍ଷମ ଅଛି

 

*****************


(रिलीज़ आईडी: 1626107) आगंतुक पटल : 298
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Punjabi , Tamil , Telugu , Malayalam