ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ 
                
                
                
                
                
                
                    
                    
                        ଦେଶରେ ଗୋଷ୍ଠୀ ରେଡିଓ କେନ୍ଦ୍ର ସହ କଥା ହେବେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର
                    
                    
                        
                    
                
                
                    Posted On:
                21 MAY 2020 4:17PM by PIB Bhubaneshwar
                
                
                
                
                
                 
                ଏକ ଅନନ୍ୟ ଜନସମ୍ପର୍କ କାର୍ଯ୍ୟକ୍ରମ ସ୍ୱରୂପ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଆସନ୍ତାକାଲି (22.05.2020) ଦେଶର ଗୋଷ୍ଠୀ ବେତାର କେନ୍ଦ୍ର ସହ କଥାବାର୍ତ୍ତା କରିବେ । ସନ୍ଧ୍ୟା 7.00 ଟାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଦେଶର ଗୋଷ୍ଠୀ ବେତାର କେନ୍ଦ୍ର ଦ୍ଵାରା ପ୍ରସାରିତ ହେବ । ଏହି କଥାବାର୍ତ୍ତା ଉଭୟ ହିନ୍ଦୀ ଓ ଇଂରାଜୀରେ ପ୍ରସାରିତ ହେବ । ଶ୍ରୋତାମାନେ ଏଫଏମ ଗୋଲ୍ଡ (100.1 ମେଗାହାର୍ଜ) ଜରିଆରେ ସନ୍ଧ୍ୟା 7.30 ବେଳେ ହିନ୍ଦୀ ଓ ରାତ୍ର 09.10 ମିନିଟରେ ଇଂରାଜୀରେ ମନ୍ତ୍ରୀଙ୍କୁ ଶୁଣିପାରିବେ । କୋଭିଡ ସଂକ୍ରାନ୍ତ ଦେଶବ୍ୟାପୀ ସୂଚନା ପ୍ରଦାନ ପାଇଁ ସରକାର ସବୁ ବର୍ଗର ଜନସାଧାରଣଙ୍କୁ ସାମିଲ କରିବା ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦେଶବ୍ୟାପୀ ବର୍ତ୍ତମାନ 290ଟି ଗୋଷ୍ଠୀ ବେତାର କେନ୍ଦ୍ର ରହିଥିବା ବେଳେ ତୃଣମୂଳ ସ୍ତରରେ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ପାଇଁ ଏହା ଏକ ବଳିଷ୍ଠ ମାଧ୍ୟମ ବୋଲି ବିବେଚିତ ହୋଇଥାଏ । ଦେଶର ଦୂରଦୂରାନ୍ତର ଜନସାଧାରଣଙ୍କ ନିକଟରେ ପହଞ୍ଚିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି । 
ଦେଶରେ ପ୍ରଥମଥର ଲାଗି ଗୋଷ୍ଠୀ ବେତାର କେନ୍ଦ୍ର ଜରିଆରେ ଏକାସାଙ୍ଗରେ ମନ୍ତ୍ରୀ ସମ୍ବୋଧନ କରୁଛନ୍ତି । ଏହି କଥାବାର୍ତ୍ତା ବେଳେ ମନ୍ତ୍ରୀ ଗୋଷ୍ଠୀ ବେତାର କେନ୍ଦ୍ରଗୁଡ଼ିକ ପକ୍ଷରୁ ପଚାରାଯାଉଥିବା ପ୍ରଶ୍ନର ଉତ୍ତର ଦେବା କାର୍ଯ୍ୟକ୍ରମ ରହିଛି । 
 
**********
                
                
                
                
                
                (Release ID: 1625855)
                Visitor Counter : 292
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam