ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ହିତାଧିକାରୀଙ୍କୁ ଆଜିସୁଦ୍ଧା ବଣ୍ଟା ଯାଇଛି 6.8 କୋଟି ମାଗଣା ଏଲପିଜି ସିଲିଣ୍ଡର

Posted On: 21 MAY 2020 2:52PM by PIB Bhubaneshwar

କୋଭିଡ-19 ଦ୍ଵାରା ଅର୍ଥବ୍ୟବସ୍ଥାରେ ଦେଖାଦେଇଥିବା ପ୍ରଭାବକୁ ଦୃଷ୍ଟିରେ ରଖି, ଭାରତ ସରକାର ଗରିବଙ୍କ ପାଇଁ “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ” (ପିଏମଜିକେପି)ର ପ୍ରବର୍ତ୍ତନ କରିଛନ୍ତି ଏହି ଯୋଜନା ଅଧୀନରେ ଏପ୍ରିଲ 01, 2020ରୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ 8 କୋଟିରୁ ଅଧିକ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା (ପିଏମୟୁୱାଇ) ହିତାଧିକାରୀଙ୍କୁ 3 ମାସ ପାଇଁ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇ ଦେଇଆସୁଛି ପିଏମଜିକେପି ଅଧୀନରେ ପିଏମୟୁୱାଇ ହିତାଧିକାରୀଙ୍କୁ ତୈଳ ବିପଣନ କମ୍ପାନୀଗୁଡ଼ିକ (ଓଏମସି) ଏପ୍ରିଲ 2020 ମଧ୍ୟରେ 453.02 ଲକ୍ଷ ସିଲିଣ୍ଡର ବିତରଣ କରିଛନ୍ତି । ଏହି ପ୍ୟାକେଜ ଅଧୀନରେ 20.05.2020 ସୁଦ୍ଧା ପିଏମୟୁୱାଇ ହିତାଧିକାରୀଙ୍କୁ ଓଏମସି ସମୁଦାୟ 679.92 ସିଲିଣ୍ଡର ଯୋଗାଇ ଦେଇଛି । ଏଥିରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ହିତାଧିକାରୀମାନଙ୍କୁ ସେମାନଙ୍କ ବ୍ୟାଙ୍କ ଜମା ଖାତାରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ (ଡିବିଟି) ମାଧ୍ୟମରେ ଆଗୁଆ ଅର୍ଥ ପ୍ରଦାନ କରାଯାଇଥିଲା । କରୋନା ଯୋଦ୍ଧା କୁହାଯାଉଥିବା ଏଲପିଜି ସିଲିଣ୍ଡର ଯୋଗାଣ କର୍ମଚାରୀମାନେ ହିତାଧିକାରୀମାନଙ୍କୁ ସିଲିଣ୍ଡର ଯୋଗାଣ କରିବା ସହିତ ସେମାନଙ୍କୁ ସ୍ଵଚ୍ଛତା ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳି ବିଷୟରେ ସଚେତନ  କରାଉଛନ୍ତି ।  

 

**********

 



(Release ID: 1625845) Visitor Counter : 231