କ୍ୟାବିନେଟ
ଜମ୍ମୁ ଓ କଶ୍ମୀର (ବିକେନ୍ଦ୍ରୀକରଣ ଓ ନିଯୁକ୍ତି) ଆଇନ ପରିପ୍ରେକ୍ଷୀରେ ଜମ୍ମୁ ଓ କଶ୍ମୀର ପୁନର୍ଗଠନ (ରାଜ୍ୟ ଆଇନ ଗ୍ରହଣ) ଦ୍ଵିତୀୟ ଆଦେଶନାମା 2020 ଜାରି ପାଇଁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
Posted On:
20 MAY 2020 2:12PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜମ୍ମୁ ଓ କଶ୍ମୀର (ବିକେନ୍ଦ୍ରୀକରଣ ଓ ନିଯୁକ୍ତି ) ଆଇନ ପରିପ୍ରେକ୍ଷୀରେ କାର୍ଜୋତ୍ତର ଭାବେ ଜମ୍ମୁ ଓ କଶ୍ମୀର ପୁନର୍ଗଠନ (ରାଜ୍ୟ ଆଇନ ଗ୍ରହଣ) ଦ୍ଵିତୀୟ ଆଦେଶନାମା 2020 ଜାରି ପାଇଁ ମଞ୍ଜୁରି ପ୍ରଦାନ କରାଯାଇଛି । ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଆଇନ 2019ର ଧାରା 96 ଅନୁସାରେ ଏହା ଜାରି କରିବା ନିମନ୍ତେ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଛି । ଏହି ଆଦେଶନାମାକୁ ଆହୁରି ପରିବର୍ତ୍ତିତ କରାଯାଇଛି ଯେ ଜମ୍ମୁ ଓ କଶ୍ମୀର କେନ୍ଦ୍ର ଶାସିତ କ୍ଷେତ୍ରରେ ସମସ୍ତ ସ୍ତରର ଚାକିରି ସକାଶେ ଡୋମିସାଇଲ୍ ସର୍ତ୍ତାବଳୀ ପ୍ରଯୁଜ୍ୟ ହେବ ଯାହାକି ଜମ୍ମୁ ଓ କଶ୍ମୀର ସିଭିଲ ସର୍ଭିସ୍ (ବିକେନ୍ଦ୍ରୀକରଣ ଏବଂ ନିଯୁକ୍ତି ) ଆଇନ ( ଆଇନ ସଂଖ୍ୟା. 16, 2010) ଅନୁସାରେ ବିନିର୍ଦ୍ଦିଷ୍ଟ କରାଯାଇଛି ।
ଏହି ଆଦେଶନାମା ବିଶେଷ ଭାବେ ଜମ୍ମୁ ଓ କଶ୍ମୀର କେନ୍ଦ୍ରଶାସିତ କ୍ଷେତ୍ରରେ ସମସ୍ତ ପ୍ରକାର ନିଯୁକ୍ତି ନିମନ୍ତେ ବିନିର୍ଦ୍ଦିଷ୍ଟ ବାସାଧିକାର ପାଇଁ ପ୍ରଯୁଜ୍ୟ ହେବ ।
**********
(Release ID: 1625537)
Visitor Counter : 176
Read this release in:
English
,
Urdu
,
Hindi
,
Marathi
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam