କ୍ୟାବିନେଟ

ପ୍ରବାସୀ/ଅସହାୟ ପ୍ରବାସୀଙ୍କୁ ଖାଦ୍ୟଶସ୍ୟ ବଣ୍ଟନ ପାଇଁ ‘ଆତ୍ମନିର୍ଭର ଭାରତ’ ପ୍ୟାକେଜକୁ କ୍ୟାବିନେଟ ମଞ୍ଜୁରି

प्रविष्टि तिथि: 20 MAY 2020 2:23PM by PIB Bhubaneshwar

କେନ୍ଦ୍ରୀୟ ପୁଲରୁ ପ୍ରାୟ 8 କୋଟି ପ୍ରବାସୀ/ଅସହାୟ ପ୍ରବାସୀ ପ୍ରତ୍ୟେକଙ୍କୁ ମାସକୁ 5 କିଲୋଗ୍ରାମ ଲେଖାଏଁ ଦୁଇମାସ ଲାଗି (ମେ ଏବଂ ଜୁନ, 2020) ମାଗଣାରେ ଖାଦ୍ୟ ସାମଗ୍ରୀ ପିଛିଲା ଭାବେ ବଣ୍ଟନ କରାଯିବ ଏହି ପ୍ରସ୍ତାବ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଅନୁମୋଦିତ ହୋଇଛି  

ଏହି ଖାଦ୍ୟ ସବସିଡି ବାବଦରେ ପ୍ରାୟ 2,982.27 କୋଟି ଟଙ୍କା ଖର୍ଚ୍ଚ ହେବ ଆହୁରି ମଧ୍ୟ ଆନ୍ତଃରାଜ୍ୟ ପରିବହନ ଏବଂ ପରିଚାଳନା ଖର୍ଚ୍ଚ ଏବଂ ଡିଲର ମାର୍ଜିନ/ଅତିରିକ୍ତ ଡିଲର ମାର୍ଜିନ ପାଇଁ ଖର୍ଚ୍ଚ ପ୍ରାୟ 127.25 କୋଟି ହେବ ଯାହା କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ବହନ କରିବେ ସେହି ଅନୁଯାୟୀ, ଭାରତ ସରକାରଙ୍କ ମୋଟ ସବସିଡି ପ୍ରାୟ 3,109.52 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି

କୋଭିଡ-19 ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିକ ଅସୁବିଧା ଦୃଷ୍ଟିରୁ ପ୍ରବାସୀ/ଅସହାୟ ପ୍ରବାସୀଙ୍କ ଦ୍ଵାରା ସମ୍ମୁଖୀନ ହେଉଥିବା ଦୁଃଖ କଷ୍ଟକୁ ଲାଘବ କରିବା ଲାଗି ଏହି ଆବଣ୍ଟନ କରାଯାଇଛି ।  

 

**********


(रिलीज़ आईडी: 1625465) आगंतुक पटल : 316
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam