ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଅଟକି ରହିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋଟୋକଲ

प्रविष्टि तिथि: 19 MAY 2020 1:14PM by PIB Bhubaneshwar

ଚଳିତ ମାସ 17 ତାରିଖରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସଂଶୋଧିତ ଲକଡାଉନ ନିର୍ଦ୍ଦେଶାବଳୀ ସହିତ ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଟ୍ରେନ ଯୋଗେ ଉଦ୍ଧାର ଅପସାରଣ ପାଇଁ ନୂଆ ସଂଶୋଧିତ ମାନକ ପରିଚାଳନା ବିଧି ବା ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋଟୋକଲ ଲାଗୁ କରାଯାଇଛିଏହି ସଂଶୋଧିତ ବ୍ୟବସ୍ଥାରେ ଅଟକି ରହିଥିବା ଶ୍ରମିକମାନଙ୍କୁ ନିମ୍ନରେ ପ୍ରଦତ୍ତ ନୀତି ଅନୁସାରେ ଟ୍ରେନ ଯୋଗେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯିବ

  • ରେଳବାଇ ମନ୍ତ୍ରଣାଳୟ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହ ପରାମର୍ଶ କରି ଶ୍ରମିକ ଏକ୍ସପ୍ରେସ ଚଳାଚଳ କରିବାକୁ ଅନୁମତି ପ୍ରଦାନ କରିବ
  • ଏଥିପାଇଁ ପ୍ରତ୍ୟେକ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ସରକାର ନୋଡାଲ ଅଧିକାରୀ ନିଯୁକ୍ତ କରିବେଏହି ନୋଡାଲ ଅଧିକାରୀ ନିଜ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କ ପ୍ରେରଣ ବ୍ୟବସ୍ଥା କରିବା ସହ ଅନ୍ୟ ରାଜ୍ୟରେ ଥିବା ନିଜର ଶ୍ରମିକଙ୍କୁ ଗ୍ରହଣ କରିବେ
  • ରାଜ୍ୟମାନଙ୍କର ଆବଶ୍ୟକତା ଅନୁସାରେ ରେଳବାଇ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଶ୍ରମିକ ଟ୍ରେନର ଚଳାଚଳ ତାରିଖ, ଗନ୍ତବ୍ୟ ରହଣି ଷ୍ଟେସନଗୁଡିକର ନାମ ଚୂଡାନ୍ତ କରିବ ସମ୍ପର୍କରେ ରେଳବାଇ ଆଗୁଆ ରାଜ୍ୟମାନଙ୍କୁ ଅବଗତ କରାଇ ଶ୍ରମିକଙ୍କ ପ୍ରେରଣ ଗ୍ରହଣ ବ୍ୟବସ୍ଥାର ସୁବନ୍ଦୋବସ୍ତ କରାଇବ
  • ଟ୍ରେନ ଚଳାଚଳର ସୂଚନା, ଟ୍ରେନରେ ପ୍ରବେଶ କରିବା ପାଇଁ ଆବଶ୍ୟକ ନୀତିନିୟମ, ଯାତ୍ରୀଙ୍କ ଗନ୍ତବ୍ୟ ସ୍ଥଳ, ଟ୍ରେନ ଭିତରେ ଯାତ୍ରୀସେବା, ଟିକଟ କ୍ରୟ ବିକ୍ରୟ ଆଦି ସମ୍ପର୍କରେ ରେଳମନ୍ତ୍ରଣାଳୟ ରାଜ୍ୟ ସରକାରମାନଙ୍କ ପରାମର୍ଶ କ୍ରମେ କରିବେ
  • ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରିବାକୁ ଥିବା ସବୁ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ ହେବଯେଉଁମାନଙ୍କର କୌଣସି ଅସୁସ୍ଥତାର ଲକ୍ଷଣ ନଥିବ କେବଳ ସେମାନେ ଯାତ୍ରା ପାଇଁ ଅନୁମତି ପାଇବେଶ୍ରମିକଙ୍କୁ ପଠାଉଥିବା ରାଜ୍ୟ ରେଳବାଇ ମନ୍ତ୍ରଣାଳୟ ଏହି କାର୍ଯ୍ୟ ନିଶ୍ଚିତ କରିବ
  • ସବୁ ଟ୍ରେନ ଯାତ୍ରୀଙ୍କୁ ଗାଡି ଚଢ଼ିବା ଯାତ୍ରା ସମୟରେ ସୂଚିତ ନିର୍ଦ୍ଦେଶାବଳୀକୁ କଡାକଡି ଭାବେ ପାଳନ କରିବାକୁ ହେବ
  • ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ସଂପୃକ୍ତ ଯାତ୍ରୀ/ଶ୍ରମିକ ସେହି ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ୱାସ୍ଥ୍ୟଗତ ନିୟମ ବିଧି ପାଳନ କରିବେ

 

****************

 


(रिलीज़ आईडी: 1625130) आगंतुक पटल : 305
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam