ପ୍ରତିରକ୍ଷା ମନ୍ତ୍ରଣାଳୟ

ଅପରେସନ ସମୁଦ୍ର ସେତୁ ଦ୍ଵିତୀୟ ପର୍ଯ୍ୟାୟ

ଭାରତୀୟ ନାଗରିକଙ୍କୁ ନେଇ ମାଲେରୁ ଆଇଏନଏସ ଜଳଶ୍ଵର ଯାତ୍ରାରମ୍ଭ

ପୋଷ୍ଟ କରାଯିବା ଦିନାଙ୍କ: 16 MAY 2020 11:25AM by PIB Bhubaneswar

ଅପରେସନ ସମୁଦ୍ର ସେତୁ କାର୍ଯ୍ୟକ୍ରମ ଅଧୀନରେ ଭାରତୀୟ ସାମୁଦ୍ରିକ ଜାହାଜ ଜଳଶ୍ଵ ଏହାର ଦ୍ଵିତୀୟ ଚରଣରେ 588 ଭାରତୀୟ ନାଗରିକଙ୍କୁ ପ୍ରତ୍ୟାବର୍ତ୍ତନ କରାଇବା ଲାଗି ମାଳଦୀପର ମାଲେ ବନ୍ଦରରୁ ମେ 15, 2020ରେ ଯାତ୍ରାରମ୍ଭ କରିଛି ଏହା ଆମ ନାଗରିକମାନଙ୍କୁ ସମୁଦ୍ରପଥରେ ଦେଶକୁ ଫେରାଇ ଆଣିବା ପାଇଁ ଭାରତୀୟ ନୌସେନାର ଅବଦାନ ଏହି 588 ଭାରତୀୟ ନାଗରିକଙ୍କ ମଧ୍ୟରେ 6 ଜଣ ପ୍ରତ୍ୟାଶୀ ମା’ ଏବଂ 21 ଜଣ ଶିଶୁ ଅନ୍ତର୍ଭୁକ୍ତ ।

ମାଲେରେ 30-40 ନଟ୍ ପର୍ଯ୍ୟନ୍ତ ବର୍ଷା ଏବଂ ପବନ ରହିଛି, ଜାହାଜ କର୍ମଚାରୀମାନେ ସବୁବେଳେ ସୁରକ୍ଷା ଏବଂ ଡାକ୍ତରୀ ପ୍ରୋଟୋକଲ ପାଳନ କରୁଥିବାବେଳେ ଯାତ୍ରୀମାନଙ୍କ ପାଇଁ ସମସ୍ତ ଔପଚାରିକତା ସଂପୂର୍ଣ୍ଣ ହୋଇଥିବା ସୁନିଶ୍ଚିତ କରିଥିଲେ ପ୍ରତିକୂଳ ପାଣିପାଗ ଜାହାଜରେ ହେବାକୁଥିବା ଯୋଜନାବଦ୍ଧ ପ୍ରକ୍ରିୟା ଏବଂ ଆବଶ୍ୟକ ବିଭିନ୍ନ ପ୍ରାକ-ପ୍ରତ୍ୟାବର୍ତ୍ତନ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରିଥିଲା

 

**********


(ରିଲିଜ ଆଡି: 1624457) ପରିଦର୍ଶକ କାଉଣ୍ଟର : 180