ରେଳ ମନ୍ତ୍ରଣାଳୟ

ଦିନକୁ 145 ଶ୍ରମିକ ସ୍ପେଶାଲ ଟ୍ରେନ ଚଲାଉଛି ଭାରତୀୟ ରେଳ

• ଗୋଟିଏ ଦିନରେ 2 ଲକ୍ଷରୁ ଅଧିକ ପ୍ରବାସୀଙ୍କୁ ପରିବହନ କରି ମାଇଲଖୁଣ୍ଟ ସ୍ଥାପନ କଲା ରେଳ ବିଭାଗ
• “ଶ୍ରମିକ ସ୍ପେଶାଲ” ଟ୍ରେନ ଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ନିଜ ରାଜ୍ୟରେ ପହଞ୍ଚିଛନ୍ତି 12 ଲକ୍ଷରୁ ଅଧିକ ଯାତ୍ରୀ
• ପ୍ରବାସୀମାନଙ୍କ ଘର ବାହୁଡା ଲାଗି ଏପର୍ଯ୍ୟନ୍ତ 1000 ରୁ ଅଧିକ ଟ୍ରେନ ଚଳାଚଳ

Posted On: 15 MAY 2020 3:40PM by PIB Bhubaneshwar

ଗୃହ ମନ୍ତ୍ରଣାଳୟର ଆଦେଶ ପରେ ରେଳବାଇ ମେ’ 01, 2020 ଶ୍ରମ ଦିବସଅବସରରେ ଶ୍ରମିକ ସ୍ପେଶାଲଟ୍ରେନ ଚଳାଇବା ଆରମ୍ଭ କରିଛି ଲକଡାଉନ ଯୋଗୁଁ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କୁ  ନିଜ ରାଜ୍ୟରେ ପହଞ୍ଚାଇବା ଲାଗି ଏହା କାର୍ଯ୍ୟକାରୀ କରାଯାଇଛି

ଭାରତୀୟ ରେଳ ମେ’ 01, 2020ରେ 4ଟି ଟ୍ରେନରୁ ଆରମ୍ଭ କରି କେବଳ 15 ଦିନ ମଧ୍ୟରେ 1000ରୁ ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରିବାରେ ସଫଳ ହୋଇଛି ମେ’ 14, 2020ରେ ଏକ ଉଲ୍ଲେଖନୀୟ ସଫଳତା ସହ ଭାରତୀୟ ରେଳ ବିଭିନ୍ନ ରାଜ୍ୟରୁ ମୋଟ 145ଟି ଶ୍ରମିକ ସ୍ପେଶାଲ ଟ୍ରେନ ମାଧ୍ୟମରେ 2.10 ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ସେମାନଙ୍କ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିପାରିଛି

ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରୀ ଗଣନା 2 ଲକ୍ଷ ଅତିକ୍ରମ କରିଥିଲା

ପ୍ରାୟ 5000 ଯାତ୍ରୀଙ୍କୁ ନେଇ ମେ 01, 2020ରେ ଶ୍ରମିକ ସ୍ପେଶାଲ ଟ୍ରେନ ତା’ର ଚଳାଚଳ ଆରମ୍ଭ କରିଥିଲା

ଏହି ଶ୍ରମିକ ସ୍ପେଶାଲଟ୍ରେନ ଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ 12 ଲକ୍ଷରୁ ଅଧିକ ଯାତ୍ରୀ ନିଜ ରାଜ୍ୟରେ ପହଞ୍ଚିଛନ୍ତି

ଟ୍ରେନଗୁଡିକ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ଓଡିଶା, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରେ ପହଞ୍ଚିଥିଲା ।   

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ସହ ରେଳବାଇର ସମନ୍ୱୟରେ ଦିନକୁ 300ରୁ ଅଧିକ ଶ୍ରମିକ ସ୍ପେଶାଲଟ୍ରେନ୍ ଚଳାଇବା ପାଇଁ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ସମସ୍ତ ପ୍ରବାସୀମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ପ୍ରୟାସ କରାଯାଉଛି

ଉଭୟ ଯାତ୍ରୀ ପଠାଉଥିବା ଏବଂ ସେମାନଙ୍କୁ ଗ୍ରହଣ କରୁଥିବା ରାଜ୍ୟମାନଙ୍କ ସମ୍ମତି କ୍ରମେ ରେଳବାଇ ଏହି ଶ୍ରମିକ ସ୍ପେଶାଲଟ୍ରେନଗୁଡିକ ଚଳାଚଳ କରୁଛି ଟ୍ରେନରେ ଯାତ୍ରା କରିବା ପୂର୍ବରୁ ଯାତ୍ରୀମାନଙ୍କର ସଠିକ ସ୍କ୍ରିନିଂ ସୁନିଶ୍ଚିତ କରାଯାଉଛି । ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ମାଗଣା ଭୋଜନ ଏବଂ ପାଣି ଦିଆଯାଉଛି

 

**********

 


(Release ID: 1624198)