ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

ଲକଡାଉନ ଯୋଗୁ ବକେୟା ଜମା ବିଳମ୍ବିତ ହୋଇଥିଲେ ଇପିଏଫ ଓ ଏମପି ଆଇନ, 1952 ଅଧୀନରେ ଆସୁଥିବା ପ୍ରତିଷ୍ଠାନଗୁଡ଼ିକୁ ଜୋରିମାନାରୁ ରିହାତି

ପୋଷ୍ଟ କରାଯିବା ଦିନାଙ୍କ: 15 MAY 2020 5:14PM by PIB Bhubaneswar

କୋଭିଡ-19 ମହାମାରୀ ଏବଂ ଏଥିଯୋଗୁ ଲାଗୁ ହୋଇଥିବା ଲକଡାଉନ କାରଣରୁ ବିଭିନ୍ନ ପ୍ରତିଷ୍ଠାନ ସମସ୍ୟା ଦେଇ ଗତି କରୁଛନ୍ତି ସେମାନଙ୍କ ପାଇଁ ସ୍ବାଭାବିକ ଭାବେ କାର୍ଯ୍ୟ କରିବା ଏବଂ ବୈଧାନିକ ଯୋଗଦାନ ନିର୍ଦ୍ଧାରିତ ସମୟରେ ପରିଶୋଧ କରିବାରେ ଅସୁବିଧା ଦେଖାଦେଇଛି ଏହାକୁ ଦୃଷ୍ଟିରେ ରଖି ଇପିଏଫ ଏବଂ ଏମପି ଆଇନ, 1952 ଅଧୀନରେ ଆସୁଥିବା ପ୍ରତିଷ୍ଠାନଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ବକେୟା ଜମା ପଇଠ କରିନପାରିବା ଲାଗି ଜୋରିମାନାରୁ ରିହାତି ଦେବା ଲାଗି ନିଷ୍ପତ୍ତି ନିଆଯାଇଛି

ଇପିଏଫଓ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ପରିଚାଳନାଗତ କିମ୍ବା ଆର୍ଥିକ କାରଣରୁ ଉତ୍ପନ୍ନ ହୋଇଥିବା ବିଳମ୍ବକୁ ଦୋଷ ବୋଲି ଗ୍ରହଣ କରାଯିବ ନାହିଁ ଏବଂ ଏପରି ବିଳମ୍ବ ନିମନ୍ତେ କୌଣସି ଦଣ୍ଡନୀୟ ଜୋରିମାନା ଲାଗୁ କରାଯିବ ନାହିଁ

ଇପିଏଫଓର କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡ଼ିକୁ 15.05.2020 ସଂକ୍ରାନ୍ତରେ ଏକ ସର୍କୁଲାର ଜାରି କରାଯାଇଛି ଏହି ସର୍କୁଲାରରେ ନିର୍ଦ୍ଦେଶ ଦିଆଯାଇଛି ଯେ ଏପରି ମାମଲାରେ ଦଣ୍ଡନୀୟ ଜୋରିମାନ ଆଦାୟ ଲାଗି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ଏହା ଇପିଏଫଓର ୱେବସାଇଟ ହୋମ ପେଜରେ ଟ୍ୟାବକୋଭିଡ-19” ଅନ୍ତର୍ଗତ ଉପଲବ୍ଧ

ଉପରୋକ୍ତ ପଦକ୍ଷେପ ଇପିଏଫ ଅନ୍ତର୍ଗତ କଭର ହେଉଥିବା 6.5 ଲକ୍ଷ ପ୍ରତିଷ୍ଠାନ ପାଇଁ ମାନଦଣ୍ଡ ଅନୁପାଳନକୁ ସହଜ କରିବ ଏବଂ ସେମାନଙ୍କୁ ଦଣ୍ଡନୀୟ ଜୋରିମାନା କାରଣରୁ ହେଉଥିବା ଦେୟତାରୁ ସୁରକ୍ଷିତ ରଖିବ

 

***********


(ରିଲିଜ ଆଡି: 1624157) ପରିଦର୍ଶକ କାଉଣ୍ଟର : 321