ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

ଲକଡାଉନ ଯୋଗୁ ବକେୟା ଜମା ବିଳମ୍ବିତ ହୋଇଥିଲେ ଇପିଏଫ ଓ ଏମପି ଆଇନ, 1952 ଅଧୀନରେ ଆସୁଥିବା ପ୍ରତିଷ୍ଠାନଗୁଡ଼ିକୁ ଜୋରିମାନାରୁ ରିହାତି

ପୋଷ୍ଟ କରାଯିବା ଦିନାଙ୍କ: 15 MAY 2020 5:14PM by PIB Bhubaneswar

କୋଭିଡ-19 ମହାମାରୀ ଏବଂ ଏଥିଯୋଗୁ ଲାଗୁ ହୋଇଥିବା ଲକଡାଉନ କାରଣରୁ ବିଭିନ୍ନ ପ୍ରତିଷ୍ଠାନ ସମସ୍ୟା ଦେଇ ଗତି କରୁଛନ୍ତି । ସେମାନଙ୍କ ପାଇଁ ସ୍ବାଭାବିକ ଭାବେ କାର୍ଯ୍ୟ କରିବା ଏବଂ ବୈଧାନିକ ଯୋଗଦାନ ନିର୍ଦ୍ଧାରିତ ସମୟରେ ପରିଶୋଧ କରିବାରେ ଅସୁବିଧା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଇପିଏଫ ଏବଂ ଏମପି ଆଇନ, 1952 ଅଧୀନରେ ଆସୁଥିବା ପ୍ରତିଷ୍ଠାନଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ବକେୟା ଜମା ପଇଠ କରିନପାରିବା ଲାଗି ଜୋରିମାନାରୁ ରିହାତି ଦେବା ଲାଗି ନିଷ୍ପତ୍ତି ନିଆଯାଇଛି ।

ଇପିଏଫଓ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ପରିଚାଳନାଗତ କିମ୍ବା ଆର୍ଥିକ କାରଣରୁ ଉତ୍ପନ୍ନ ହୋଇଥିବା ବିଳମ୍ବକୁ ଦୋଷ ବୋଲି ଗ୍ରହଣ କରାଯିବ ନାହିଁ ଏବଂ ଏପରି ବିଳମ୍ବ ନିମନ୍ତେ କୌଣସି ଦଣ୍ଡନୀୟ ଜୋରିମାନା ଲାଗୁ କରାଯିବ ନାହିଁ ।

ଇପିଏଫଓର କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡ଼ିକୁ 15.05.2020 ଏ ସଂକ୍ରାନ୍ତରେ ଏକ ସର୍କୁଲାର ଜାରି କରାଯାଇଛି । ଏହି ସର୍କୁଲାରରେ ନିର୍ଦ୍ଦେଶ ଦିଆଯାଇଛି ଯେ ଏପରି ମାମଲାରେ ଦଣ୍ଡନୀୟ ଜୋରିମାନ ଆଦାୟ ଲାଗି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଏହା ଇପିଏଫଓର ୱେବସାଇଟ ହୋମ ପେଜରେ ଟ୍ୟାବ “କୋଭିଡ-19” ଅନ୍ତର୍ଗତ ଉପଲବ୍ଧ ।

ଉପରୋକ୍ତ ପଦକ୍ଷେପ ଇପିଏଫ ଅନ୍ତର୍ଗତ କଭର ହେଉଥିବା 6.5 ଲକ୍ଷ ପ୍ରତିଷ୍ଠାନ ପାଇଁ ମାନଦଣ୍ଡ ଅନୁପାଳନକୁ ସହଜ କରିବ ଏବଂ ସେମାନଙ୍କୁ ଦଣ୍ଡନୀୟ ଜୋରିମାନା କାରଣରୁ ହେଉଥିବା ଦେୟତାରୁ ସୁରକ୍ଷିତ ରଖିବ।

 

***********


(ରିଲିଜ ଆଡି: 1624157) ପରିଦର୍ଶକ କାଉଣ୍ଟର : 336