ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆନ୍ତର୍ଜାତିକ ନର୍ସ ଦିବସରେ ନର୍ସମାନଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 12 MAY 2020 5:05PM by PIB Bhubaneshwar

ଆନ୍ତର୍ଜାତିକ ନର୍ସ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନର୍ସମାନଙ୍କୁ କୃତଜ୍ଞତା ଜଣାଇଛନ୍ତି

ଆମ ପୃଥିବୀକୁ ସୁସ୍ଥ ରଖିବା ପାଇଁ ଦିନରାତି କାର୍ଯ୍ୟ କରୁଥିବା ନର୍ସମାନଙ୍କୁ କୃତଜ୍ଞତା ଜଣାଇବା ଲାଗି ଆନ୍ତର୍ଜାତିକ ନର୍ସ ଦିବସ ହେଉଛି ଏକ ସ୍ଵତନ୍ତ୍ର ଦିବସ ବର୍ତ୍ତମାନ, ସେମାନେ କୋଭିଡ-19କୁ ପରାସ୍ତ କରିବା ଦିଗରେ ବହୁତ ବଡ କାମ କରୁଛନ୍ତି ଆମେ ନର୍ସ ଏବଂ ସେମାନଙ୍କ ପରିବାର ପ୍ରତି ବିଶେଷ କୃତଜ୍ଞ

ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଦ୍ୱାରା ଅନୁପ୍ରାଣିତ, ଆମର ପରିଶ୍ରମୀ ନର୍ସିଂ କର୍ମଚାରୀ ସେବା ଓ କରୁଣାର ପ୍ରତୀକ ଆଜି ଆମେ ନର୍ସମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ ଜାରି ରଖିବାକୁ ଆମର ପ୍ରତିବଦ୍ଧତାକୁ ଦୋହରାଇଛୁ ଏବଂ ଏହି କ୍ଷେତ୍ର ପ୍ରତି ଅଧିକ ଧ୍ୟାନ ଦିଆଯିବ ଯାହାଦ୍ଵାରା ସେବା ପ୍ରଦାନକାରୀଙ୍କ ଅଭାବ ରହିବ ନାହିଁ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

 

**********


(रिलीज़ आईडी: 1623321) आगंतुक पटल : 271
इस विज्ञप्ति को इन भाषाओं में पढ़ें: Manipuri , English , Urdu , Marathi , हिन्दी , Bengali , Assamese , Punjabi , Gujarati , Tamil , Telugu , Kannada , Malayalam