ରେଳ ମନ୍ତ୍ରଣାଳୟ 
                
                
                
                
                
                
                    
                    
                        ଭାରତୀୟ ରେଳ ଦ୍ଵାରା ମେ’ 11, 2020 ସୁଦ୍ଧା ଦେଶବ୍ୟାପୀ 468 ଶ୍ରମିକ ସ୍ଵତନ୍ତ୍ର ଟ୍ରେନ ଚଳାଚଳ
                    
                    
                        •	ଓଡିଶାରେ ପହଞ୍ଚିଲା 25ଟି ଟ୍ରେନ
•	ଯାତ୍ରୀଙ୍କ ପାଇଁ ମାଗଣା ଖାଦ୍ୟ ଓ ପାନୀୟ ବ୍ୟବସ୍ଥା 
•	କେବଳ ଯାତ୍ରୀ ପଠାଉଥିବା ଏବଂ ଗ୍ରହଣ କରୁଥିବା ରାଜ୍ୟ ଦ୍ଵାରା ସମ୍ମତି ଆଧାରରେ ହେଉଛି ରେଳ ଚଳାଚଳ 
•	ସାମାଜିକ ଦୂରତା ରକ୍ଷା କରି ପ୍ରତି ଟ୍ରେନରେ ଯାତ୍ରା କରୁଛନ୍ତି 1200 ଯାତ୍ରୀ  
                    
                
                
                    Posted On:
                11 MAY 2020 11:29AM by PIB Bhubaneshwar
                
                
                
                
                
                
                ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଦେଶବ୍ୟାପୀ ଫସି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଲୋକମାନଙ୍କ ଯାତାୟାତ ଲାଗି ରେଳ ମନ୍ତ୍ରଣାଳୟ “ଶ୍ରମିକ ସ୍ଵତନ୍ତ୍ର” ଟ୍ରେନ ଚଳାଚଳ କରୁଛି । 
ମେ’ 11, 2020 ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟରୁ ମୋଟ 468ଟି ଶ୍ରମିକ ସ୍ଵତନ୍ତ୍ର ଟ୍ରେନ ଚଲାଯାଇଛି । ଏଥିମଧ୍ୟରୁ 363ଟି ଟ୍ରେନ ଗନ୍ତବ୍ୟ ସ୍ତଳରେ ପହଞ୍ଚିସାରିଛି ଏବଂ 105ଟି ଟ୍ରେନ ଯାତ୍ରା କରୁଛି । 
ଏହି 363ଟି ଟ୍ରେନ ମଧ୍ୟରୁ ଓଡିଶାରେ ବର୍ତ୍ତମାନ ସୁଦ୍ଧା ମୋଟ 25ଟି ଟ୍ରେନ ପହଞ୍ଚିସାରିଛି । ଆନ୍ଧ୍ରପ୍ରଦେଶରେ ଗୋଟିଏ, ବିହାରରେ 100ଟି, ହିମାଚଳପ୍ରଦେଶରେ ଗୋଟିଏ, ଝାଡଖଣ୍ଡରେ 22ଟି, ମଧ୍ୟପ୍ରଦେଶରେ 3ଟି, ମହାରାଷ୍ଟ୍ରରେ 3ଟି, ରାଜସ୍ଥାନରେ 4ଟି, ତେଲଙ୍ଗାନାରେ 2ଟି, ଉତ୍ତରପ୍ରଦେଶରେ 172ଟି, ପଶ୍ଚିମବଙ୍ଗରେ 2ଟି ଓ ତାମିଲନାଡୁରେ ଗୋଟିଏ ଟ୍ରେନ ପହଞ୍ଚି ସାରିଛି । 
ଏହି ଟ୍ରେନ ମାଧ୍ୟମରେ ତିରୁଚିରାପଲ୍ଲୀ, ଟିଟିଲାଗଡ, ବରଉଣୀ, ଖାଣ୍ଡୱା, ଜଗନ୍ନାଥପୁର, ଖୋର୍ଦ୍ଧା ରୋଡ, ପ୍ରୟାଗରାଜ, ଛାପ୍ରା, ବଲିୟା, ଗୟା, ପୁର୍ଣ୍ଣିଆ, ବାରଣାସୀ, ଦରଭଙ୍ଗା, ଗୋରଖପୁର, ଲକ୍ଷ୍ନୌ, ଯୌନପୁର, ହଟିଆ, ବସ୍ତି, କଟୀହାର, ଦାନପୁର, ମୁଜାଫରପୁର ଓ ସହର୍ସା ଆଦି ପ୍ରମୁଖ ସ୍ଥାନରେ ପ୍ରବାସୀଙ୍କୁ ପହଞ୍ଚାଯାଇଛି । 
ପ୍ରତି ଟ୍ରେନରେ ସାମାଜିକ ଦୂରତା ରକ୍ଷା କରି ପ୍ରାୟ 1200 ଯାତ୍ରୀଙ୍କୁ ଅଣାଯାଇଛି । ଟ୍ରେନ ଯାତ୍ରା ପୂର୍ବରୁ ପ୍ରତ୍ୟେକ ଯାତ୍ରୀଙ୍କୁ ସ୍କ୍ରିନିଙ୍ଗ କରାଯାଇଛି । ଯାତ୍ରା ସମୟରେ ସମସ୍ତଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଛି । 
 
**********
 
                
                
                
                
                
                (Release ID: 1622901)
                Visitor Counter : 275
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam