ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ଦେଶରେ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀର ନିରନ୍ତର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ବ୍ୟବହାର ହେଉଛି 490 ଲାଇଫ ଲାଇନ ଉଡାଣ ବିମାନ

Posted On: 09 MAY 2020 3:06PM by PIB Bhubaneshwar

ଲାଇଫଲାଇନ ଉଡାଣ ଅଧୀନରେ 490 ଏୟାର ଇଣ୍ଡିଆ, ଆଲାଏନ୍ସ ଏୟାର, ଇଣ୍ଡିଆନ ଏୟାର ଫୋର୍ସ ଏବଂ ଘରୋଇ ବିମାନ ଚଳାଚଳ କରୁଛି ସେଥିମଧ୍ୟରୁ 289 ଟି ବିମାନ ଏୟାର ଇଣ୍ଡିଆ ଏବଂ ଆଲାଏନ୍ସ ଏୟାର ଦ୍ୱାରା ପରିଚାଳିତ ହେଉଛି ଗତକାଲି ଭାରତୀୟ ବାୟୁସେନାର 8ଟି ବିମାନ ପରିଚାଳନା କରୁଥିବା ବେଳେ ଆଲାଏନ୍ସ ଏୟାର ଦ୍ଵାରା 2ଟି ବିମାନ ପରିଚାଳିତ ହେଉଛି ଲାଇଫଲାଇନ ବିମାନଗୁଡ଼ିକ ବର୍ତ୍ତମାନ ସୁଦ୍ଧା 4,73,609 କିଲୋମିଟର ଦୂରତା ଅତିକ୍ରମ କରିସାରିଲେଣି କୋଭିଡ-19 ବିରୋଧରେ ଭାରତର ଲଢେଇରେ ସହାୟତା କରିବା ପାଇଁ ଦେଶର ଦୂରବର୍ତ୍ତୀ ଅଞ୍ଚଳକୁ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ ଯୋଗାଇବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଏହି ବିମାନଗୁଡିକ ପରିଚାଳିତ ହେଉଛି

ପବନ ହଂସ ଲିମିଟେଡ ସମେତ ହେଲିକପ୍ଟର ସେବା ଦ୍ଵାରା ଜମ୍ମୁ-କଶ୍ମୀର, ଲଦାଖ ଏବଂ ଉତ୍ତର ପୂର୍ବାଞ୍ଚଳକୁ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସାମଗ୍ରୀ ଓ ରୋଗୀମାନଙ୍କୁ ପରିବହନ କରାଯାଉଛି ।  ପବନ ହଂସ 8 ମେ’ 2020 ସୁଦ୍ଧା 2.32 ଟନ କାର୍ଗୋ ସହିତ 8,001 କିଲୋମିଟର ରାସ୍ତା ଅତିକ୍ରମ କରିଛି

ଘରୋଇ କାର୍ଗୋ ଅପରେଟର ସ୍ପାଇସଜେଟ, ବ୍ଲୁ ଡାର୍ଟ, ଇଣ୍ଡିଗୋ ଏବଂ ଭିସ୍ତାରା ସଂସ୍ଥାଗୁଡ଼ିକ ବ୍ୟବସାୟିକ ଭିତ୍ତିରେ କାର୍ଗୋ ବିମାନ ପରିଚାଳନା କରୁଛନ୍ତି 24 ମାର୍ଚ୍ଚରୁ 8 ମଇ 2020 ମଧ୍ୟରେ, ସ୍ପାଇସଜେଟ୍ 15,46,809 କିଲୋମିଟର ଉଡାଣ ଭାରି 6,587 ଟନ ସାମଗ୍ରୀ ପରିବହନ କରିଛି ସେଥିମଧ୍ୟରୁ 337ଟି ଅନ୍ତର୍ଜାତୀୟ ମାଲ ପରିବହନ ବିମାନ ଅନ୍ତର୍ଭୁକ୍ତ ମାର୍ଚ୍ଚ 25 ରୁ 8 ମଇ 2020 ମଧ୍ୟରେ, ବ୍ଲୁ ଡାର୍ଟ 3,55,515 କିଲୋମିଟର ଦୂରତା ବିଶିଷ୍ଟ 311 କାର୍ଗୋ ବିମାନ ସାହାଯ୍ୟରେ 5,231 ଟନ୍ ସାମଗ୍ରୀ ବିତରଣ କରିଛି, ଯେଉଁଥିରେ 16ଟି ଅନ୍ତର୍ଜାତୀୟ କାର୍ଗୋ ବିମାନ ରହିଥିଲା ସେହିପରି ଇଣ୍ଡିଗୋ 3 ଏପ୍ରିଲରୁ 8 ମଇ ମଧ୍ୟରେ 121 କାର୍ଗୋ ବିମାନ ପରିଚାଳନା କରି 1,96,263 କିଲୋମିଟର ଦୂରତା ଅତିକ୍ରମ କରିବା ସହିତ ପ୍ରାୟ 585 ଟନ ମାଲ ପରିବହନ କରିପାରିଛି ଏଥିରେ 46ଟି ଅନ୍ତର୍ଜାତୀୟ ବିମାନ ଅନ୍ତର୍ଭୁକ୍ତ ଏହା ମଧ୍ୟରେ ସରକାରଙ୍କ  ମାଗଣା ଚିକିତ୍ସା ସାମଗ୍ରୀ ମଧ୍ୟ ରହିଛି ଭିସ୍ତାରା 19 ଏପ୍ରିଲରୁ 8 ମେ ମଧ୍ୟରେ 23ଟି କାର୍ଗୋ ବିମାନ ପରିଚାଳନା କରି 32,321 କିଲୋମିଟର ଦୂରତା ଅତିକ୍ରମ କରି ପ୍ରାୟ 32 ଟନ ମାଲ ପରିବହନ କରିପାରିଛି

ଔଷଧ, ଚିକିତ୍ସା ଉପକରଣ ଏବଂ କୋଭିଡ-19 ରିଲିଫ ସାମଗ୍ରୀ ବିତରଣ ପାଇଁ ପୂର୍ବ ଏସିଆ ସହିତ ଏକ କାର୍ଗୋ ଏୟାର ବ୍ରିଜ ପ୍ରତିଷ୍ଠା କରାଯାଇଥିଲା ଏୟାର ଇଣ୍ଡିଆ ଆଣିଥିବା ମେଡିକାଲ ମାଲଗୁଡିକର ମୋଟ ପରିମାଣ ହେଉଛି 1075 ଟନ ଗ୍ୱାଙ୍ଗଝୋ ଏବଂ ସାଂଘାଇରୁ ପ୍ରାୟ 131 ଟନ ଏବଂ ହଂକଂରୁ 24 ଟନ ମାଲ ବ୍ଲୁ ଡାର୍ଟ ଦ୍ଵାରା ଏପ୍ରିଲ 14 ରୁ ମେ 8, 2020 ମଧ୍ୟରେ ପରିବହନ କରାଯାଇଥିଲା ସ୍ପାଇସ ଜେଟ ସାଂଘାଇ ଓ ଗ୍ୱାଙ୍ଗଝୋରୁ 205 ଟନ ଏବଂ 8 ମଇ 2020 ସୁଦ୍ଧା ହଂକଂ ଏବଂ ସିଙ୍ଗାପୁରରୁ 21 ଟନ ଚିକିତ୍ସା ସାମଗ୍ରୀ ଉଠାଇଛି

 

**********



(Release ID: 1622530) Visitor Counter : 192