ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ

2019-20ରେ ଖଦୀ ଓ ଗ୍ରାମୋଦ୍ୟୋଗର କାରବାର ପାଖାପାଖି 90,000 କୋଟି ଟଙ୍କାରେ ପହଂଚିଛି

Posted On: 08 MAY 2020 5:28PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଗତ 5 ବର୍ଷରେ, ଭାରତରେ ବ୍ରାଣ୍ଡ୍ ଖଦୀର ସ୍ୱୀକୃତିକୁ ବ୍ୟାପକ ଭାବେ ଦେଖିବାକୁ ମିଳିଛି । ଯେତେବେଳେ କି ଖଦୀର ଉତ୍ପାଦନ, ଦୀର୍ଘକାଳୀନ ବିକାଶ ପାଇଁ ସବୁଠାରୁ ଅନୁକୂଳ ପର୍ଯ୍ୟାବରଣ ଉତ୍ପାଦ, ବିଗତ 5 ବର୍ଷରେ ଦୁଇ ଗୁଣରୁ ଅଧିକ ହୋଇ ସାରିଛି, ଅର୍ଥାତ 2015-16 ପରେ; ଏହି ଅବଧି ମଧ୍ୟରେ ଖଦୀର ବିକ୍ରିରେ ପ୍ରାୟ ତିନି ଗୁଣା ବୃଦ୍ଧି ଦେଖିବାକୁ ମିଳିଛି ।

ଏହିଭଳି ଭାବେ, ଗ୍ରାମୋଦ୍ୟୋଗ (ଭିଆଇ) କ୍ଷେତ୍ରର ଉତ୍ପାଦନ ଏବଂ ବିକ୍ରିରେ ମଧ୍ୟ ବିଗତ 5 ବର୍ଷରେ ପ୍ରାୟ 100%ର ଅଭୁତପୂର୍ବ ବୃଦ୍ଧି ଦେଖାଯାଇଛି ।

ବିଗତ ଏକ ବର୍ଷରେ ଖଦୀର କାରବାରର ପ୍ରଦର୍ଶନକୁ ଅବଲୋକନ କରି ଦେଖିବା ତ, ଏହା 2018-19ରେ 3215.13 କୋଟି ଟଙ୍କା ଥିଲା, ଯେଉଁଥିରେ 31%ର ବୃଦ୍ଧି ରେକର୍ଡ କରି, ଏହା 2019-20ରେ 4211.26 କୋଟି ଟଙ୍କା ହୋଇଗଲା । ଗ୍ରାମୋଦ୍ୟୋଗ ଉତ୍ପାଦର କାରବାର 2019-20ରେ 84, 675.39 କୋଟି ଟଙ୍କା ପର୍ଯ୍ୟନ୍ତ ପହଂଚିଗଲା, ଯାହା ବିଗତ ବର୍ଷ ତୁଳନାରେ 19%ରୁ ଅଧିକ ବୃଦ୍ଧି ରେକର୍ଡ କରିଛି, ଯାହାକି 2018-19ରେ 71,077 କୋଟି ଟଙ୍କା ଥିଲା ।

ବର୍ଷ 2019-20ରେ, ଖଦୀ ଏବଂ ଗ୍ରାମୋଦ୍ୟୋଗର ମୋଟ କାରବାର 88,887 କୋଟି ଟଙ୍କା ପର୍ଯ୍ୟନ୍ତ ପହଂଚିଛି ।

କେଭିଆଇସିର ଅଧ୍ୟକ୍ଷ, ଶ୍ରୀ ବିନୟ କୁମାର ସକ୍ସେନା ଖଦୀର ଅଭୁତପୂର୍ବ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶତତ ପ୍ରୟାସ, ଏମଏସଏମଇ ମନ୍ତ୍ରୀ ଶ୍ରୀ ନିତୀନ ଗଡ଼କରୀଙ୍କ ରଚନାତ୍ମକ ବିପଣନ ଚିନ୍ତାଧାରା ଏବଂ ବିଭିନ୍ନ ମନ୍ତ୍ରଣାଳୟର ସକ୍ରିୟ ସହଯୋଗକୁ ଶ୍ରେୟ ଦେଇଛନ୍ତି ।

ଶ୍ରୀ ସକ୍ସେନା କହିଛନ୍ତି, ‘ଖଦୀ ଉଦ୍ୟୋଗକୁ ପୁନର୍ଜୀବିତ କରିବା ପାଇଁ ସରକାରଙ୍କ ନିରନ୍ତର ପ୍ରୟାସ ଏବଂ ଖଦୀକୁ ଦୈନିକ ଜୀବନର ଆବଶ୍ୟକତା ଭାବେ ଆପଣାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିଜର ରେଡ଼ିଓ କାର୍ଯ୍ୟକ୍ରମ ମନ୍ କୀ ବାତ୍ସମେତ ବିଭିନ୍ନ ପ୍ଲାଟଫର୍ମ ମାଧ୍ୟମରେ ବାରମ୍ବାର ଅନୁରୋଧ କରିବାର ପରିଣାମ ସ୍ୱରୂପ, କେଭିଆଇସି ବିକାଶର ପଥରେ କ୍ରମାଗତ ଭାବରେ ଆଗକୁ ବଢ଼ି ଚାଲିଛି ।

ପରିସଂଖ୍ୟାନ ଅନୁସାରେ, 2015-16ରେ ଖଦୀର ଉତ୍ପାଦନ 1,066 କୋଟି ଟଙ୍କାର ହୋଇଥିଲା, ଯାହାକି 2019-20 ବର୍ଷରେ ବୃଦ୍ଧି ପାଇ 2,292.44 କୋଟି ହୋଇଗଲା, ଯାହାକି 115%ରୁ ଅଧିକ ବୃଦ୍ଧି ରେକର୍ଡ କଲା । ଅନ୍ୟ ପକ୍ଷରେ ଖଦୀର ବିକ୍ରି ମଧ୍ୟ ଆହୁରି ଅଧିକ ହେଲା । ଖଦୀ କପଡ଼ା ଉତ୍ପାଦର ବିକ୍ରି 2015-16ରେ 1,510 କୋଟି ଟଙ୍କାର ଥିଲା, ଯାହାକି 2019-20ରେ 179% ବୃଦ୍ଧି ପାଇ 4,211.26 କୋଟି ଟଙ୍କା ହୋଇଥିଲା ।

2015-16ରେ ଗ୍ରାମୋଦ୍ୟୋଗ ଉତ୍ପାଦଗୁଡ଼ିକର ଉତ୍ପାଦନ 33,425 କୋଟି ଟଙ୍କା ଥିଲା ଏବଂ ଏହି ଉତ୍ପାଦନ 2019-20ରେ 96% ବୃଦ୍ଧି ସହିତ 65,393.40 କୋଟି ଟଙ୍କା ହୋଇଗଲା । 2015-16ରେ ଗ୍ରାମୋଦ୍ୟୋଗର ଉତ୍ପାଦଗୁଡ଼ିକର ବିକ୍ରି 40,385 କୋଟି ଟଙ୍କା ଥିଲା, ଯେଉଁଥିରେ ପ୍ରାୟ 110% ବୃଦ୍ଧି ରେକର୍ଡ କରାଗଲା ଏବଂ ଏହା 2019-20ରେ 84,675.39 କୋଟି ଟଙ୍କା ହୋଇଗଲା ।

ଖଦୀ ପୋଷାକ ବ୍ୟତୀତ, ଗ୍ରାମ ଉଦ୍ୟୋଗ ଉତ୍ପାଦଗୁଡ଼ିକର ଏକ ବିସ୍ତୃତ ଶୃଙ୍ଖଳା ଯେପରିକି ସୌନ୍ଦର୍ଯ୍ୟ ପ୍ରସାଧନ, ସାବୁନ ଏବଂ ସାମ୍ପୋ, ଆୟୁର୍ବେଦିକ ଔଷଧ, ମହୁ, ତେଲ, ଚା’, ପାମ୍ପଡ଼, ହ୍ୟାଣ୍ଡ ସାନିଟାଇଜର, ମିଷ୍ଠାନ୍ନ, ଖାଦ୍ୟପଦାର୍ଥ ଏବଂ ଚମଡ଼ାର ସାମଗ୍ରୀ ମଧ୍ୟ ବହୁତ ବଡ଼ ମାତ୍ରାରେ ଦେଶ ବିଦେଶର ଉପଭୋକ୍ତାମାନଙ୍କୁ ଆକର୍ଷିତ କରିଛି । ଏହାର ପରିଣାମ ସ୍ୱରୂପ, ବିଗତ ପାଂଚ ବର୍ଷରେ ଗ୍ରାମୋଦ୍ୟୋଗ ଉତ୍ପାଦଗୁଡ଼ିକର ଉତ୍ପାଦନ ଏବଂ ବିକ୍ରିରେ ପ୍ରାୟ ଦୁଇ ଗୁଣା ବୃଦ୍ଧି ରେକର୍ଡ କରାଯାଇଛି ।

ଏହି କଥା ବିଶେଷ ଭାବେ ଧ୍ୟାନ ଦେବାର ଯୋଗ୍ୟ ଯେ କେଭିଆଇସି ବିଭିନ୍ନ ରାଜ୍ୟ ସରକାର, ସାର୍ବଜନିକ କ୍ଷେତ୍ରର କମ୍ପାନୀ ଯେପରିକି ଏୟାର ଇଣ୍ଡିଆ, ଆଇଓସି, ଓଏନଜିସି, ଆରଇସି ଏବଂ ଅନ୍ୟ କଲେଜ, ବିଶ୍ୱବିଦ୍ୟାଳୟ ଗୁଡ଼ିକରେ, ଭାରତୀୟ ରେଳ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସହଯୋଗ ଯୋଗାଡ଼ କରିବାରେ ନିରନ୍ତର ଭାବେ ପ୍ରଗତି କରିଛି । ଏହା ବ୍ୟତୀତ ଗ୍ରାମୋଦ୍ୟୋଗ କ୍ଷେତ୍ରରେ, କେଭିଆଇସି ମହୁମାଛି ପାଳନ, ମାଟିରେ ବାସନକୁସନ ତିଆରି ଏବଂ ବେକରି ଭଳି 150ରୁ ଅଧିକ କ୍ଷେତ୍ରରେ ନିଜସ୍ୱ କ୍ଷମତା ସହିତ ଉତ୍କୃଷ୍ଟ ଉତ୍ପାଦ କରୁଥିବା ଦାବୀ କରୁଛି ।

 

**********



(Release ID: 1622397) Visitor Counter : 215