ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ବିଶାଖାପାଟଣା ଗ୍ୟାସ ଲିକ ଦୁର୍ଘଟଣାର ସମୀକ୍ଷା ବୈଠକ

Posted On: 08 MAY 2020 6:14PM by PIB Bhubaneshwar

ଗତକାଲି ଘଟିଥିବା ବିଶାଖାପାଟଣା ଗ୍ୟାସ ଲିକ ଦୁର୍ଘଟଣା ଏବଂ ଏଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିବା ଲାଗି ଆଜି ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି (ଏନସିଏମସି)ର ବୈଠକ କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଘଟଣାସ୍ଥଳରୁ ଲୋକମାନଙ୍କୁ ଉଦ୍ଧାର କରିବା ଏବଂ ପ୍ଳାଣ୍ଟରୁ ଗ୍ୟାସ ଲିକକୁ ରୋକିବା ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆନ୍ଧ୍ରପ୍ରଦେଶର ମୁଖ୍ୟସଚିବ ସୂଚନା ଦେଇଥିଲେ । ପ୍ଲାଣ୍ଟ ଟ୍ୟାଙ୍କଗୁଡିକରୁ ଗ୍ୟାସ ଲିକକୁ ରୋକିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯାଇଛି ଏହି ଗ୍ୟାସ ଲିକ ଦୁର୍ଘଟଣାର ସ୍ୱାସ୍ଥ୍ୟ ଉପରେ ରହିଥିବା ଦୀର୍ଘସୂତ୍ରୀ ପ୍ରଭାବଗୁଡିକୁ ମଧ୍ୟ ଆଲୋଚନା କରାଯାଇଥିଲା ।

କ୍ୟାବିନେଟ ସଚିବ ବର୍ତ୍ତମାନର ପରିସ୍ଥିତି, ପ୍ରସ୍ତୁତି, ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଉପରେ ନଜର ରଖିବା ସହିତ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକ କରୁଥିବା ସମସ୍ତ ସହାୟତା ଯୋଗାଇ ଦିଆଯିବାକୁ ନିର୍ଦ୍ଦେଶ ଦେଇଥିଲେ ରାସାୟନିକ ନିରାପତ୍ତା ଓ  ଶିଳ୍ପ ପ୍ରକ୍ରିୟା ସମ୍ପର୍କରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଶେଷଜ୍ଞ ଓ ପ୍ଳାଣ୍ଟ ଅଧିକାରୀଙ୍କ ସହ ପରାମର୍ଶ କରାଯିବ ଏବଂ ଆବଶ୍ୟକ ଅନୁଯାୟୀ ସହାୟତା ପ୍ରଦାନ କରାଯିବ ସେହିପରି ସ୍ଵାସ୍ଥ୍ୟଗତ ସମସ୍ୟା ନେଇ ଡାକ୍ତରୀ ବିଶେଷଜ୍ଞଙ୍କ ସହିତ ପରାମର୍ଶ ମଧ୍ୟ କରାଯିବ

ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ, ରସାୟନ ଓ ପେଟ୍ରୋକେମିକାଲ୍ସ ଏବଂ ଫାର୍ମାସ୍ୟୁଟିକାଲ୍ସ ମନ୍ତ୍ରଣାଳୟର ସଚିବ, ଏନଡିଆରଏଫ ଏବଂ ଡିଜିଏଚଏସର ମହାନିର୍ଦ୍ଦେଶକ ଏମ୍ସର ନିର୍ଦ୍ଦେଶକ ତଥା ଗୃହ ମନ୍ତ୍ରଣାଳୟ ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନେ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ବିଶାଖାପାଟଣା ଜିଲ୍ଲା ଅଧିକାରୀଙ୍କ ସହ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଯୋଡି ହୋଇଥିଲେ

 

**********



(Release ID: 1622254) Visitor Counter : 154