ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଔରଙ୍ଗାବାଦ ରେଳ ଦୁର୍ଘଟଣାରେ ଜୀବନହାନି ନେଇ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୋଷ୍ଟ କରାଯିବା ଦିନାଙ୍କ:
08 MAY 2020 10:45AM by PIB Bhubaneshwar
ମହାରାଷ୍ଟ୍ରର ଔରଙ୍ଗାବାଦଠାରେ ଏକ ରେଳ ଦୁର୍ଘଟଣାରେ ଘଟିଥିବା ଜୀବନହାନି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ମହାରାଷ୍ଟ୍ରର ଔରଙ୍ଗାବାଦଠାରେ ଘଟିଥିବା ରେଳ ଦୁର୍ଘଟଣାରେ ଜୀବନହାନି ନେଇ ମୁଁ ଗଭୀର ମର୍ମାହତ । ମୁଁ ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କ ସହ କଥା ହୋଇଛି ଏବଂ ସେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଏଥିପାଇଁ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି ।”
*************
(ରିଲିଜ ଆଡି: 1622135)
ପରିଦର୍ଶକ କାଉଣ୍ଟର : 165
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada