ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଚାର୍ଲ୍ସ ମିସେଲଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

Posted On: 07 MAY 2020 7:33PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଚାର୍ଲ୍ସ ମିସେଲଙ୍କ ସହିତ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି

ଦୁଇ ନେତା ଭାରତ ଏବଂ ୟୁରୋପୀୟ ସଂଘରେ ଉପୁଜିଥିବା କୋଭିଡ-19 ମହାମାରୀର ପରିସ୍ଥିତି ଏବଂ ପ୍ରତିକ୍ରିୟା ଉପରେ ଆଲୋଚନା କରିଥିଲେ ମହାମାରୀକୁ ସାମନା କରିବା ଲାଗି ଅତ୍ୟାବଶ୍ୟକ ଫାର୍ମାସ୍ୟୁଟିକାଲ ଦ୍ରବ୍ୟର ଯୋଗାଣ ନିଶ୍ଚିତ କରିବା ନେଇ ପାରସ୍ପରିକ ସହଯୋଗକୁ ସେମାନେ ପ୍ରଶଂସା କରିଥିଲେ    

ନେତାଦ୍ୱୟ କୋଭିଡ-19 ସଂକ୍ରମଣ ଜନିତ ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ କ୍ଷେତ୍ରରେ ଦେଖାଦେଇଥିବା ଜଟିଳ ପରିସ୍ଥିତିକୁ ପ୍ରଭାବଶାଳୀ ଢଙ୍ଗରେ ସମାଧାନ କରିବା ପାଇଁ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ସମନ୍ୱୟର ଗୁରୁତ୍ୱକୁ ଜରୁରି ମନେକରିଥିଲେ

ଭାରତ-ୟୁରୋପୀୟ ସଂଘ ମଧ୍ୟରେ ରଣନୈତିକ ଭାଗିଦାରୀକୁ ମଜବୁତ କରିବାକୁ ଉଭୟେ ସେମାନଙ୍କ ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିଥିଲେ ପରବର୍ତ୍ତୀ ଭାରତ-ୟୁରୋପୀୟ ସଂଘ  ଶିଖର ସମ୍ମିଳନୀ ବୈଠକ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ପ୍ରସ୍ତୁତ କରିବାକୁ ଉଭୟ ଦେଶର ଅଧିକାରୀମାନେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସହମତି ପ୍ରକାଶ କରିଥିଲେ

କୋଭିଡ-19 ସଙ୍କଟର ମୁକାବିଲା ଲାଗି ଦୁଇ ନେତା ଯୋଗାଯୋଗରେ ରହିବାକୁ ସହମତ ହୋଇଥିଲେ

 

**********



(Release ID: 1622033) Visitor Counter : 195