ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ

ରୁଷ ଶକ୍ତି ମନ୍ତ୍ରୀ ଆଲେକ୍ସଜାଣ୍ଡର ନୋଭାକୋଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା

• ହାଇଡ୍ରୋକାର୍ବନ କ୍ଷେତ୍ରକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ
• ରୁଷରୁ ଭାରତକୁ କୋକିଂ କୋଲ ଆମଦାନୀକୁ ବଢାଇବା ଦିଗରେ ଆଲୋଚନା

Posted On: 07 MAY 2020 10:12AM by PIB Bhubaneshwar

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମେ’ 06, 2020ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୁଷିଆର ଶକ୍ତି ମନ୍ତ୍ରୀ ମିଷ୍ଟର ଆଲେକ୍ସଜାଣ୍ଡର ନୋଭାକଙ୍କ ସହ ଆଲୋଚନା କରିଛନ୍ତି ତୈଳ ଓ ବାଷ୍ପ କ୍ଷେତ୍ର ଏବଂ କୋକିଂ କୋଇଲା |

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଋଷର ଉର୍ଜା ମନ୍ତ୍ରୀ ଆଲେକ୍ସଜାଣ୍ଡର ନୋଭାକଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ।

ଏହି ଅବସରରେ ଉଭୟ ମନ୍ତ୍ରୀ କରୋନା ମହାମାରୀ କାରଣରୁ ବିଶ୍ୱ ଉର୍ଜା ବିଶେଷ ଭାବରେ ତୈଳ ଏବଂ ଗ୍ୟାସ ଉପରେ ପଡିଥିବା ପ୍ରଭାବ ଉପରେ ଆଲୋଚନା କରଥିବା ଜଣାପଡିଛି ।

ଏହି ଆଲୋଚନା କାଳରେ ଦୁଇ ମନ୍ତ୍ରୀ ଭାରତ ଓ ଋଷ ମଧ୍ୟରେ ଦ୍ୱିପାକ୍ଷିକ ଉର୍ଜା ସହଯୋଗର ସମୀକ୍ଷା କରିଥିଲେ ଏବଂ ହାଇଡ୍ରୋକାର୍ବନ କ୍ଷେତ୍ରକୁ ମଜବୁତ୍ କରିବା ସହ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ ଏବଂ ଦ୍ୱିପାକ୍ଷିକ ପୁଞ୍ଜିନିବେଶ କରିବା ଉପରେ ଆଲୋଚନା କରିଥିଲେ ।

ଋଷରୁ ଭାରତକୁ କୋକିଂ କୋଲ ଆମଦାନୀକୁ ବଢାଇବା ଦିଗରେ ଉଭୟ ଆଲୋଚନା କରିଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ମାସରେ ରୋଜନେଫ୍ଟ ଏବଂ ଆଇଓସିଏଲ ଚୁକ୍ତି ଅନୁଯାୟୀ ପ୍ରଥମ ଥର ଋଷରୁ ପାରାଦୀପ ବନ୍ଦରରେ ଅଶୋଧିତ ତୈଳ ପହଁଚିଥିଲା ।

 

**********



(Release ID: 1621983) Visitor Counter : 178