ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବାରେ ବସ ଓ କାର ଚାଳକ ସଂଘକୁ ପୂର୍ଣ୍ଣ ସହାୟତା ପ୍ରଦାନ ଲାଗି କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କ ଆଶ୍ଵାସନା

Posted On: 06 MAY 2020 4:18PM by PIB Bhubaneshwar

ସରକାର ବସ ଓ କାର ଚାଳକମାନଙ୍କ ସମସ୍ତ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି ଏବଂ ତାହାକୁ ଦୂର କରିବା ପାଇଁ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜପଥ ତଥା ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ସାରାଦେଶର ବସ ଓ କାର ଚାଳକମାନଙ୍କୁ ଆଶ୍ଵାସନା ପ୍ରଦାନ କରି ଶ୍ରୀ ଗଡକରୀ କହିଛନ୍ତି ଯେ, ସେ ନିୟମିତ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ କୋଭିଡ-19 ମହାମାରୀ ସମୟରେ ଅର୍ଥନୀତିରେ ସୁଧାର ଆଣିବା ଲାଗି ସମସ୍ତ ପ୍ରେଚେଷ୍ଟା ଜାରି ରହିଛି ଭିଡିଓ କନଫରେନ୍ସ ଜରିଆରେ ଭାରତୀୟ ବସ ଓ କାର ଚାଳକ ସଙ୍ଘକୁ ସମ୍ବୋଧିତ କରି ଶ୍ରୀ ଗଡକରୀ କହିଥିଲେ ଯେ, ଯାତାୟାତ ବ୍ୟବସ୍ଥାର ପୁନଃ ଆରମ୍ଭ ଦେଶବ୍ୟାପୀ ଜନସାଧାରଣଙ୍କ ଆତ୍ମବିଶ୍ଵାସ ବୃଦ୍ଧି କରିବ ସେ କହିଲେ ଯେ, ଖୁବ ଶୀଘ୍ର ନିର୍ଦ୍ଧାରିତ ମାର୍ଗଦର୍ଶିକା ସହ ସାର୍ବଜନୀନ ଯାତାୟାତ ସେବା ଆରମ୍ଭ ହେବ ।  ବସ ଏବଂ କାର ଯାତାୟାତ ସମୟରେ ସାମାଜିକ ଦୂରତା ରକ୍ଷା କରିବା ତଥା ଅନ୍ୟାନ୍ୟ ସୁରକ୍ଷା ପଦକ୍ଷେପ ଯେପରିକି, ହାଣ୍ଡ ୱାସ, ସାନିଟାଇଜର, ମାସ୍କ ଆଦିର ବ୍ୟବହାର ଉପରେ ସେ ଗୁରୁତ୍ଵାରୋପ କରିଥିଲେ । ମନ୍ତ୍ରୀ ଶ୍ରୀ ଗଡକରୀ କହିଥିଲେ ଯେ, ସେ ଏହି ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଅସୁବିଧା ସମ୍ପର୍କରେ ସେ ଅବଗତ ଅଛନ୍ତି ଏବଂ ଏସବୁ ସମସ୍ୟାର ସମାଧାନ ଲାଗି ସମସ୍ତ ଅଂଶୀଦାରଙ୍କୁ ଏକାଠି ହୋଇ କାମ କରିବାକୁ ପଡିବ । କରୋନା ସଂକ୍ରମଣ ଲାଗି ଚୀନରୁ ଅନେକ ନିବେଶକ ବିମୁଖ ହେଉଛନ୍ତି ଏବଂ ଏହା ଭାରତ ପାଇଁ ଏକ ଭଲ ବାଣିଜ୍ୟିକ ସୁଯୋଗ ସୃଷ୍ଟି କରିଛି ବୋଲି ସେ କହିଥିଲେ । ଆନ୍ତର୍ଜାତିକ ନିବେଶକମାନଙ୍କୁ ଭାରତରେ ନିବେଶ କରିବା ଲାଗି ଆମନ୍ତ୍ରଣ କରିବାକୁ ସେ ଭାରତୀୟ ବସ ଓ କାର ସଂଘକୁ ପରାମର୍ଶ ଦେଇଥିଲେ ।

ଉଭୟ ସରକାର ଓ ଶିଳ୍ପ ଜଗତର ମିଳିତ ଉଦ୍ୟମରେ ଆମେ କରୋନାକୁ ପରାସ୍ତ କରିବା ଏବଂ ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ଆଣିପାରିବା ବୋଲି ଶ୍ରୀ ଗଡକରୀ କହିଥିଲେ ।

 

**********

 



(Release ID: 1621714) Visitor Counter : 181