ଉପରାଷ୍ଟ୍ରପତିଙ୍କ ସଚିବାଳୟ

ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 06 MAY 2020 4:03PM by PIB Bhubaneswar

ବୁଦ୍ଧ ପୂର୍ଣ୍ଣିମାର ଶୁଭ ଅବସରରେ ଦେଶବାସୀଙ୍କୁ ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କେୟା ନାଇଡୁ ଶୁଭେଚ୍ଛା ଜଣାଇଛନ୍ତି

ସେ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ,

ବୁଦ୍ଧ ପୂର୍ଣ୍ଣିମାର ଶୁଭ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା

ଭଗବାନ ବୁଦ୍ଧ ମାନବଜାତିକୁ ସତ୍ୟ, ଧର୍ମ ଏବଂ ସଚ୍ଚୋଟତାର ମାର୍ଗ ଅନୁସରଣ କରିବାକୁ ପ୍ରେରଣା ଦେଇଥିଲେ ତାଙ୍କର ଶିକ୍ଷା ଆଧ୍ୟାତ୍ମିକ ଜାଗରଣ ମାଧ୍ୟମରେ ଲୋକଙ୍କୁ ମୁକ୍ତ କରିବାର ମାର୍ଗ ଦର୍ଶାଇଛି ତାଙ୍କର ଶାନ୍ତି, ସତ୍ୟ ଏବଂ କରୁଣାର ବାର୍ତ୍ତା ଜଗତକୁ ଆଲୋକିତ କରିଛି ଏବଂ ଏହା ସବୁ ସମୟ ପାଇଁ ପ୍ରଯୁଜ୍ୟ ଅଟେ |

କୋଭିଡ-19ର ଏହି ମହାମାରୀ ସମୟରେ, ଆମେ ସମସ୍ତେ ସର୍ବଭାରତୀୟ ପ୍ରେମ, ସହନଶୀଳତା ଏବଂ କରୁଣାର ନୀତି ଅନୁସରଣ କରିବା ସହିତ ଆବଶ୍ୟକ କରୁଥିବା ଲୋକ ଏବଂ ଗରିବଙ୍କୁ ସାହାଯ୍ୟ କରିବା ଜରୁରି ଆମେ ମଧ୍ୟ ଆଗଧାଡିର ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇବା ଆବଶ୍ୟକ, ଯେଉଁମାନେ କରୋନା ଭୂତାଣୁ ବିରୁଦ୍ଧରେ ଏହି ଯୁଦ୍ଧରେ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଉଛନ୍ତି”

 

**********


(ରିଲିଜ ଆଡି: 1621711) ପରିଦର୍ଶକ କାଉଣ୍ଟର : 212