ଉପରାଷ୍ଟ୍ରପତିଙ୍କ ସଚିବାଳୟ
ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା
Posted On:
06 MAY 2020 4:03PM by PIB Bhubaneshwar
ବୁଦ୍ଧ ପୂର୍ଣ୍ଣିମାର ଶୁଭ ଅବସରରେ ଦେଶବାସୀଙ୍କୁ ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କେୟା ନାଇଡୁ ଶୁଭେଚ୍ଛା ଜଣାଇଛନ୍ତି ।
ସେ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ,
“ବୁଦ୍ଧ ପୂର୍ଣ୍ଣିମାର ଶୁଭ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ।
ଭଗବାନ ବୁଦ୍ଧ ମାନବଜାତିକୁ ସତ୍ୟ, ଧର୍ମ ଏବଂ ସଚ୍ଚୋଟତାର ମାର୍ଗ ଅନୁସରଣ କରିବାକୁ ପ୍ରେରଣା ଦେଇଥିଲେ । ତାଙ୍କର ଶିକ୍ଷା ଆଧ୍ୟାତ୍ମିକ ଜାଗରଣ ମାଧ୍ୟମରେ ଲୋକଙ୍କୁ ମୁକ୍ତ କରିବାର ମାର୍ଗ ଦର୍ଶାଇଛି । ତାଙ୍କର ଶାନ୍ତି, ସତ୍ୟ ଏବଂ କରୁଣାର ବାର୍ତ୍ତା ଜଗତକୁ ଆଲୋକିତ କରିଛି ଏବଂ ଏହା ସବୁ ସମୟ ପାଇଁ ପ୍ରଯୁଜ୍ୟ ଅଟେ |
କୋଭିଡ-19ର ଏହି ମହାମାରୀ ସମୟରେ, ଆମେ ସମସ୍ତେ ସର୍ବଭାରତୀୟ ପ୍ରେମ, ସହନଶୀଳତା ଏବଂ କରୁଣାର ନୀତି ଅନୁସରଣ କରିବା ସହିତ ଆବଶ୍ୟକ କରୁଥିବା ଲୋକ ଏବଂ ଗରିବଙ୍କୁ ସାହାଯ୍ୟ କରିବା ଜରୁରି । ଆମେ ମଧ୍ୟ ଆଗଧାଡିର ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇବା ଆବଶ୍ୟକ, ଯେଉଁମାନେ କରୋନା ଭୂତାଣୁ ବିରୁଦ୍ଧରେ ଏହି ଯୁଦ୍ଧରେ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଉଛନ୍ତି” ।
**********
(Release ID: 1621711)
Visitor Counter : 196
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam