ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ବିଦେଶରେ ଫସି ରହିଥିବା ଭାରତୀୟ ନାଗରିକ ଏବଂ ଜରୁରି କାରଣରୁ ଭାରତ ବାହାରକୁ ଯିବା ଲାଗି ଚାହୁଁଥିବା ଲୋକଙ୍କ ପାଇଁ ଏସଓପି ଜାରି କଲା ଗୃହ ମନ୍ତ୍ରଣାଳୟ

Posted On: 05 MAY 2020 8:13PM by PIB Bhubaneshwar

ବିପର୍ଯ୍ୟୟ ପରିଚାଳନା ଆଇନ, 2005 ଅନୁଯାୟୀ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ଆହୁରି ଦୁଇ ସପ୍ତାହ ପର୍ଯ୍ୟନ୍ତ ଲକଡାଉନ ବଢ଼ାଇବା ଲାଗି 01.05.2020ରେ ଆଦେଶ ଓ ତତସଂକ୍ରାନ୍ତ ଗାଇଡଲାଇନ ଜାରି କରିଛନ୍ତି ଯାହାକି 4 ମେ, 2020ଠାରୁ ଲାଗୁ ହେବ। ଏହି ଆଦେଶରେ କୋଭିଡ-19 ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଅନ୍ତର୍ଜାତୀୟ ଯାତ୍ରାକୁ ନିଷିଦ୍ଧ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ନିଯୁକ୍ତି, ଅଧ୍ୟୟନ, ଇଣ୍ଟର୍ଣ୍ଣସିପ, ପର୍ଯ୍ୟଟନ, ବ୍ୟବସାୟ ଆଦି ବିଭିନ୍ନ କାରଣରୁ ଲକଡାଉନ ପୂର୍ବରୁ ବିଦେଶ ଯାତ୍ରା କରିଥିବା ବହୁସଂଖ୍ୟକ ଭାରତୀୟ ନାଗରିକ ସେଠାରେ ଅଟକି ରହିଯାଇଛନ୍ତି ଦୀର୍ଘଦିନ ଧରି ବିଦେଶରେ ଅନିଚ୍ଛାକୃତ ଭାବେ ରହିବା କାରଣରୁ ସେମାନେ ମାନସିକ ଚାପ ମଧ୍ୟରେ ରହିଛନ୍ତି ଓ ଭାରତକୁ ଫେରିବା ଲାଗି ବ୍ୟଗ୍ର ହେଉଛନ୍ତି। ଉପରୋକ୍ତ ମାମଲାଗୁଡ଼ିକ ବ୍ୟତୀତ ଅନ୍ୟ ଭାରତୀୟ ନାଗରିକମାନେ ଅଛନ୍ତି ଯେଉଁମାନେ ଜରୁରି ଚିକିତ୍ସା ଏବଂ ପରିବାର ସଦସ୍ୟଙ୍କ ପରଲୋକ କାରଣରୁ ଭାରତକୁ ଆସିବା ଲାଗି ଚାହୁଁଛନ୍ତି ଆହୁରି ଭାରତରେ ବହୁ ଲୋକ ଫସି ରହିଛନ୍ତି ଯେଉଁମାନେ ବିଭିନ୍ନ ଜରୁରି କାରଣରୁ ଭାରତ ବାହାରକୁ ଯିବା ଲାଗି ଚାହୁଁଛନ୍ତି।

ଏଭଳି ଲୋକମାନଙ୍କୁ ଯାତ୍ରା ସୁବିଧା ଯୋଗାଇ ଦେବା ନିମନ୍ତେ, ମନ୍ତ୍ରଣାଳୟ ପକ୍ଷରୁ ମାନକ ପରିଚାଳନା ପ୍ରୋଟୋକଲ (ଏସଓପି) ଜାରି କରାଯାଇଛି। ଭାରତ ଫେରିବାକୁ ଚାହୁଁଥିବା ଭାରତୀୟ ନାଗରିକ, ଦେଶ ବାହାରକୁ ଯିବାକୁ ଚାହୁଁଥିବା ଲୋକଙ୍କୁ ଯାତ୍ରା ସୁବିଧା ଯୋଗାଇ ଦେବା ନିମନ୍ତେ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବା ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ, ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ କର୍ତ୍ତୃପକ୍ଷଙ୍କୁ ଆଦେଶ ଦିଆଯାଇଛି

*********



(Release ID: 1621675) Visitor Counter : 212