ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

କୋଭିଡ-19 କାରଣରୁ ଭାରତରେ ଅଟକି ରହିଥିବା ବିଦେଶୀ ନାଗରିକମାନଙ୍କୁ ଦୂତାବାସ ସେବାକୁ ମଞ୍ଜୁରି

• ଭାରତରେ ଅନ୍ତର୍ଜାତୀୟ ବିମାନ ସେବା ଉପରୁ ନିଷିଦ୍ଧାଦେଶ ଉଠିବା ତାରିଖଠାରୁ 30 ଦିନ ପର୍ଯ୍ୟନ୍ତ ମିଳିବ ଏହି ସୁବିଧା

Posted On: 05 MAY 2020 8:03PM by PIB Bhubaneshwar

କୋଭିଡ-19 ମହାମାରୀ ବ୍ୟାପିବା ଫଳରେ ଜାରି ହୋଇଥିବା ଯାତ୍ରା କଟକଣା କାରଣରୁ ଭାରତରେ ଅଟକି ରହିଥିବା ବିଦେଶୀ ନାଗରିକମାନଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିଃଶୁଳ୍କ ଦୂତାବାସ ସେବା ଯୋଗାଇ ଦିଆଯାଇଥିଲା ଏହି ସୁବିଧା ମେ 3, 2020 ପର୍ଯ୍ୟନ୍ତ ଉଦ୍ଦିଷ୍ଟ ଥିଲା

ଉପରୋକ୍ତ ପ୍ରସଙ୍ଗକୁ ବିଚାର କରିବା ପରେ ଏହି ଅବଧିକୁ ବଢ଼ାଇବା ଲାଗି ନିଷ୍ପତ୍ତି ନିଆଯାଇଛି ଭାରତରେ ଅଟକି ରହିଥିବା ନାଗରିକମାନେ ଅଧିକ ଅବଧି ପାଇଁ ବିଦେଶୀ କ୍ଷେତ୍ରୀୟ ପଞ୍ଜିକରଣ ଅଧିକାରୀ/ବିଦେଶୀ ପଞ୍ଜିକରଣ ଅଧିକାରୀମାନଙ୍କ ଠାରୁ ଦୂତାବାସ ସେବା ପାଇପାରିବେ

ଭାରତ ସରକାର ଅନ୍ତର୍ଜାତୀୟ ଯାତ୍ରାକୁ ନିଷିଦ୍ଧ କରିଥିବା କାରଣରୁ 1.2.2020 ମଧ୍ୟରାତ୍ରି ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ବିଦେଶୀ ନାଗରିକମାନଙ୍କର ଭିସା ଅବଧି ଶେଷ ହୋଇଯାଇଛି କିମ୍ବା ଶେଷ ହେବାକୁ ଯାଉଛି ସେମାନଙ୍କୁ ନିୟମିତ ଭିସା, ଇ-ଭିସା କିମ୍ବା ଅଧିକ ଅବଧି ପର୍ଯ୍ୟନ୍ତ ରହିବା ନିମନ୍ତେ ନିଃଶୁଳ୍କ ଦୂତାବାସ ସୁବିଧା ଯୋଗାଇ ଦିଆଯିବ ଏଥିପାଇଁ ବିଦେଶୀ ନାଗରିକମାନେ ଅନଲାଇନ ଆବେଦନ ଦାଖଲ କରିପାରିବେ

ଏହି ଅବଧି ବୃଦ୍ଧି ସୁବିଧା ଭାରତରକୁ ଅନ୍ତର୍ଜାତୀୟ ବିମାନ ଯାତ୍ରା କଟକଣା ଉଚ୍ଛେଦ ହେବା ପରଠାରୁ 30 ଦିନ ପର୍ଯ୍ୟନ୍ତ ବିଦେଶୀ ନାଗରିକମାନଙ୍କୁ ଯୋଗାଇ ଦିଆଯିବ ଏଥିପାଇଁ ସମ୍ପୃକ୍ତ ନାଗରିକମାନଙ୍କୁ କୌଣସି ଶୁଳ୍କ କିମ୍ବା ଜୋରିମାନା ଦେବାକୁ ପଡ଼ିବ ନାହିଁ ଯଦି ସେମାନେ ଚାହୁଁଛନ୍ତି, ତା’ହେଲେ ଏପରି ବିଦେଶୀ ନାଗରିକମାନଙ୍କୁ ଦେଶ ଛାଡ଼ିବା ଲାଗି ମଧ୍ୟ ଏହି ଆଧାରରେ ସୁବିଧା ଯୋଗାଇ ଦିଆଯିବ

 

*********

 



(Release ID: 1621671) Visitor Counter : 213