ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-19 ନେଇ ଅନୁଷ୍ଠିତ ନାମ କଣ୍ଟାକ୍ଟ ଗ୍ରୁପ୍ ଭିଡିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 04 MAY 2020 10:00PM by PIB Bhubaneshwar

ଅଧ୍ୟକ୍ଷ ମହୋଦୟ,   

ମାନ୍ୟବରବୃନ୍ଦ,

ଏହି ଭର୍ଚୁଆଲ ସମ୍ମିଳନୀ ଆୟୋଜନ କରିଥିବାରୁ ମୁଁ ମାନ୍ୟବର ରାଷ୍ଟ୍ରପତି ଇଲହାମ୍ ଅଲିୟେଭଙ୍କୁ ଧନ୍ୟବାଦ ଜଣାଉଛିପ୍ରଥମେ ସାରା ବିଶ୍ୱରେ କୋଭିଡ-19 ଯୋଗୁ ନିଜର ପ୍ରିୟଜନଙ୍କୁ ହରାଇଥିବା ବ୍ୟକ୍ତିବିଶେଷଙ୍କୁ ମୁଁ ମୋର ସମବେଦନା ଜଣାଉଛି

ଆଜି ମାନବସମାଜ ବହୁ ଦଶନ୍ଧି ପରେ ଏକ ଗୁରୁତର ସଙ୍କଟର ସାମନା କରୁଛିଏଭଳି ସମୟରେ ବିଶ୍ୱ ସଂହତିକୁ ପ୍ରୋତ୍ସାହିତ କରିବାରେ ନନ ଆଲାଇନ ମୁଭମେଣ୍ଟ (ନାମ) ସହାୟତା କରିପାରିବନାମ ଅନେକ ସମୟରେ ବିଶ୍ୱର ନୈତିକ ସ୍ୱର ହୋଇଛିଏହି ଭୂମିକାକୁ ଧରି ରଖିବା ପାଇଁ ନାମ ନିଶ୍ଚିତ ସାମଗ୍ରିକ ପ୍ରଚେଷ୍ଟା କରିବ

ମାନ୍ୟବରବୃନ୍ଦ,

ବିଶ୍ୱର ଏକ ଷଷ୍ଠାଂଶ ଲୋକ ଭାରତରେ ବାସ କରନ୍ତିଆମେ ଏକ ବିକାଶଶୀଳ ରାଷ୍ଟ୍ର ଏବଂ ଏକ ମୁକ୍ତ ସମାଜକିଭଳି ଗଣତନ୍ତ୍ର, ଶୃଙ୍ଖଳା ଉପଯୁକ୍ତ ନିଷ୍ପତି ଏକ ବାସ୍ତବ ଜନ ଆନ୍ଦୋଳନ ସୃଷ୍ଟି କରିପାରେ, ଏହି ସଙ୍କଟ ବେଳେ ଆମେ ତାହା ଦେଖାଇଛୁ

ଭାରତର ନାଗରିକ ସମାଜ ସାରା ବିଶ୍ୱକୁ ଗୋଟିଏ ପରିବାର ଭାବେ ଦେଖିଥାଏଯେଭଳି ଆମେ ନିଜର ନାଗରିକଙ୍କ ଯତ୍ନ ନେଇଥାଉ, ସେଭଳି ଆମେ ଅନ୍ୟ ରାଷ୍ଟ୍ରକୁ ମଧ୍ୟ ସହାୟତାର ହାତ ବଢ଼ାଉଛୁକୋଭିଡ-19ର ମୁକାବିଲା ଉଦ୍ଦେଶ୍ୟରେ ଆମେ ନିକଟ ପଡ଼ୋଶୀଙ୍କ ସହ ସମନ୍ୱୟ ରକ୍ଷା କରୁଛୁ ଭାରତର ଡାକ୍ତରୀ ବିଶେଷଜ୍ଞତାକୁ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ସେୟାର କରିବାକୁ ଆମେ ଅନଲାଇନ୍ ଟ୍ରେନିଂ ଆୟୋଜନ କରୁଛୁଭାରତ ସାରା ବିଶ୍ୱ ପାଇଁ ଏକ ଫାର୍ମାସୀ ମୁଖ୍ୟତଃ ଶସ୍ତା ମେଡିସିନ୍ କ୍ଷେତ୍ର ଭାବେ ବିବେଚିତ ହୋଇଛି

ଆମର ନିଜସ୍ୱ ଚାହିଦା ସତ୍ତ୍ୱେ, ଆମେ 59ଟି ନାମ ସଦସ୍ୟ ସମେତ 123ଟି ପାର୍ଟନର ରାଷ୍ଟ୍ରକୁ ଔଷଧ ମେଡିକାଲ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିଛୁ

କରୋନା ପ୍ରତିକାର ଟିକା ବିକାଶ ପାଇଁ ଆମେ ବେଶ ସକ୍ରିୟ ରହିଛୁଭାରତରେ ବିଶ୍ୱର ସର୍ବପୁରାତନ ଆୟୁର୍ବେଦ ଔଷଧ ବ୍ୟବସ୍ଥା ରହିଛିଲୋକମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ଉଦ୍ଦେଶ୍ୟରେ ଆମେ ସରଳ ଆୟୁର୍ବେଦିକ ଘରୋଇ ଉପଚାରକୁ ମାଗଣାରେ ସେୟାର କରିଛୁ

ମାନ୍ୟବରବୃନ୍ଦ,

ଏବେ ସାରା ବିଶ୍ୱ କୋଭିଡ-19 ବିରୋଧରେ ଲଢ଼େଇ ଜାରି ରଖିଥିବା ବେଳେ ଅନ୍ୟ କିଛି ଲୋକ ଆତଙ୍କବାଦ ଭଳି ଭୟାନକ ଭୂତାଣୁ ସଂକ୍ରମଣ କରିବାରେ ଲାଗିଛନ୍ତି

ସମାଜ ରାଷ୍ଟ୍ରକୁ ବିଭାଜନ କରିବା ପାଇଁ ମିଥ୍ୟା ଖବର, ଜାଲ ଭିଡିଓ ଛାଡ଼ୁଛନ୍ତିକିନ୍ତୁ ଆଜି ମୁଁ କେବଳ ଗୋଟିଏ ଦିଗ ଉପରେ ଗୁରୁତ୍ୱାରୋପ କରିବାକୁ ଚାହୁଁଛି

କିଭଳି ଆମେ ଏକ ଆନ୍ଦୋଳନ ଭାବେ ଏକାଠି ହୋଇ ବିଶ୍ୱ ଲଢ଼ୁଥିବା ଏହି ସ୍ୱାସ୍ଥ୍ୟ ସଙ୍କଟରେ ସହାୟତା କରିପାରିବା

ମାନ୍ୟବରବୃନ୍ଦ,

କୋଭିଡ-19 ଆମକୁ ଏବେକାର ଆନ୍ତର୍ଜାତିକ ବ୍ୟବସ୍ଥାରେ ଆମର ସୀମା ଦେଖାଇଦେଇଛିକୋଭିଡ ପରବର୍ତ୍ତୀ ଦୁନିଆରେ ଆମକୁ ନ୍ୟାୟ, ସମାନତା ମାନବତା ଆଧାରରେ ଗ୍ଲୋବାଲାଇଜେସନର ନୂଆ ଟେମ୍ପଲେଟ୍ ଦରକାର ହେବ

ଆମକୁ ଏଭଳି ଆନ୍ତର୍ଜାତିକ ଅନୁଷ୍ଠାନ ଦରକାର ଯାହାକି ଆଜିର ଦୁନିଆର ଅଧିକ ପ୍ରତିନିଧିତ୍ୱ କରୁଥିବଆମେ କେବଳ ଆର୍ଥିକ ଅଭିବୃଦ୍ଧିକୁ ଗୁରୁତ୍ୱ ଦେଲେ ଚଳିବନି, ମାନବ ମଙ୍ଗଳକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ପଡ଼ିବଏଭଳି ପଦକ୍ଷେପରେ ଭାରତ ଦୀର୍ଘଦିନ ହେଲା ଚାମ୍ପିଅନ୍ ରହିଛି

ସମଗ୍ର ମାନବଜାତିର ଶାରିରୀକ ମାନସିକ ସ୍ଥିତିରେ ସୁଧାର ଆଣିବାକୁ ଆନ୍ତର୍ଜାତିକ ଯୋଗ ଦିବସ, ଦୁନିଆକୁ ଜଳବାୟୁ ପରିବର୍ତ୍ତନ ଜନିତ ରୋଗରୁ ରକ୍ଷା କରିବା ଲକ୍ଷ୍ୟରେ ଆନ୍ତର୍ଜାତିକ ସୌର ମେଂଟ ଏବଂ ଜଳବାୟୁ ବିପର୍ଯ୍ୟୟ ସ୍ଥିତିରୁ ରକ୍ଷା କରିବାକୁ ବିପର୍ଯ୍ୟୟ ପ୍ରଶମନ ଭିତିଭୂମି ମେଂଟ ଭଳି ପଦକ୍ଷେପ ନିଆଯାଇଛି

ବହୁ ରାଷ୍ଟ୍ର ସାମରିକ ଡ୍ରିଲ କରୁଛନ୍ତିକିନ୍ତୁ ଭାରତ ବିପର୍ଯ୍ୟୟ ପରିଚାଳନା ଡ୍ରିଲ ଭଳି କାର୍ଯ୍ୟକ୍ରମ ଆୟୋଜନ କରୁଛି

ମାନ୍ୟବରବୃନ୍ଦ,

ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ସ୍ୱାସ୍ଥ୍ୟ କ୍ଷମତା ନିର୍ମାଣ କରିବା ଉଦ୍ଦେଶ୍ୟରେ ନାମ ଆନ୍ତର୍ଜାତିକ ସମୁଦାୟ WHOକୁ ଆହ୍ୱାନ ଦେବା ଉଚିତସମସ୍ତଙ୍କ ପାଇଁ ନ୍ୟାୟସଙ୍ଗତ, ଶସ୍ତା ଉପଯୁକ୍ତ ସ୍ୱାସ୍ଥ୍ୟ ଉତ୍ପାଦ ଟେକ୍ନୋଲଜିକୁ ଆମେମାନେ ସୁନିଶ୍ଚିତ କରିବା ଉଚିତ

ସମସ୍ତ ନାମ ରାଷ୍ଟ୍ରସମୂହ ପାଇଁ ଆମେ ଏକ ପ୍ଲାଟଫର୍ମ ବିକାଶ କରିବା ଉଚିତ, ଯେଉଁଥିରେ ଆମର ଅଭିଜ୍ଞତା, ସର୍ବୋତ୍ତମ ପ୍ରାକ୍ଟିସ୍, ସଙ୍କଟ ପରିଚାଳନା ପ୍ରୋଟୋକଲ, ଗବେଷଣା ସମ୍ବଳକୁ ସେୟାର କରାଯାଇପାରିବ

ମାନ୍ୟବରବୃନ୍ଦ,

ଆମ ଆନ୍ଦୋଳନର ପ୍ରତିଷ୍ଠା ଆଦର୍ଶ ଆଧାରରେ ଆସନ୍ତୁ ଅଲଗା ନୁହେଁ, ଏକାଠି ହୋଇ ବଢ଼ିବାଆସନ୍ତୁ, ଏକାଠି ହୋଇ ଲଢିବା, ଯଦି ଆମେ ଏକାଠି ହେବା ତାହାହେଲେ ଏହି ମହାମାରୀରୁ ନିଜକୁ ସୁରକ୍ଷିତ ରଖିପାରିବା

ଧନ୍ୟବାଦ

 

***************



(Release ID: 1621184) Visitor Counter : 168