ପ୍ରତିରକ୍ଷା ମନ୍ତ୍ରଣାଳୟ

ୟୁଭି ବିଶୋଧକ ଟାୱାର ବିକଶିତ କଲା ଡିଆରଡିଓ

ପୋଷ୍ଟ କରାଯିବା ଦିନାଙ୍କ: 04 MAY 2020 5:13PM by PIB Bhubaneswar

ପ୍ରତିରକ୍ଷା ଗବେଷଣା ବିକାଶ ସଂସ୍ଥାନ (ଡିଆରଡିଓ) ଅଧିକ ସଂକ୍ରମଣ ପ୍ରବଣ କ୍ଷେତ୍ରଗୁଡ଼ିକରେ ଶୀଘ୍ର ରାସାୟନିକ ମୁକ୍ତ ବିଶୋଧନ ପାଇଁ ଏକ ଅଲଟ୍ରା ଭାଓଲେଟ (ୟୁଭି) ବିଶୋଧକ ଟାୱାର ବିକଶିତ କରିଛି

ୟୁଭି ବ୍ଲାଷ୍ଟର ନାମକ ଏହି ଉପକରଣଟି ଏକ ୟୁଭି ଆଧାରିତ କ୍ଷେତ୍ର ସାନିଟାଇଜରଏହାର ଡିଜାଇନ ବିକାଶ କରିଛନ୍ତି ଡିଆରଡିଓର ଦିଲ୍ଲୀସ୍ଥିତ ପ୍ରୟୋଗଶାଳା ଲେଜର ସାଇନ୍ସ ଆଣ୍ଡ ଟେକ୍ନୋଲଜି ସେଣ୍ଟର (ଏଲଏଏସଟିଇସି) । ଗୁରୁଗ୍ରାମର ଏମ/ଏସ ନିଉ ଏଜ ଇନଷ୍ଟ୍ରୁମେଣ୍ଟ ଆଣ୍ଡ ମ୍ୟାଟେରିଆଲ୍ସ ପ୍ରାଇଭେଟ ଲିମିଟେଡ ଏହି କାମରେ ସହାୟତା କରିଥିଲା । 

ୟୁଭି ବ୍ଲାଷ୍ଟର ପ୍ରୟୋଗଶାଳା ଅଫିସରେ ଥିବା ବୈଦ୍ୟୁତିକ ଉପକରଣ, କମ୍ପ୍ୟୁଟର ଅନ୍ୟ ଗ୍ୟାଜେଟ୍ସ ଭଳି ଉଚ୍ଚ ବୈଷୟିକ ଉପକରଣ ପାଇଁ ଖୁବ ଉପଯୋଗୀଏଗୁଡ଼ିକର ବିଶୋଧନ ପାଇଁ ରାସାୟନିକ ପ୍ରକ୍ରିୟା ଅନୁକୂଳ ହୋଇନଥାଏଲୋକେ ଅଧିକ ଯାତାୟତ କରୁଥିବା କ୍ଷେତ୍ର ଯେପରିକି ବିମାନ ବନ୍ଦର, ଶପିଂ ମଲ୍, ମେଟ୍ରୋ, ହୋଟେଲ କାରଖାନା, ଅଫିସ ଆଦିରେ ଏହି ଉତ୍ପାଦଟି ବେଶ ଉପଯୋଗୀ । 

ୟୁଭି ଆଧାରିତ କ୍ଷେତ୍ର ସାନିଟାଇଜରକୁ ୱାଇଫାଇ ଲିଙ୍କ୍ ବ୍ୟବହାର କରି ଲ୍ୟାପଟପ/ ମୋବାଇଲ ମାଧ୍ୟମରେ ରିମୋଟ ପରିଚାଳନା ଦ୍ୱାରା ବ୍ୟବହାର କରା ଯାଇପାରିବ ।  ଏହି ଉପକରଣରେ 360 ଡିଗ୍ରୀ ପ୍ରଜ୍ୱଳନ ପାଇଁ 254 ଏନଏମ ୱେଭଲେନ୍ଥରେ ଛଅଟି ଲ୍ୟାମ୍ପ ଥାଏ, ଯେଉଁଥିରେ ପ୍ରତ୍ୟେକ ଲ୍ୟାମ୍ପର କ୍ଷମତା 43 ୱାଟ ୟୁଭି-ସି ପାୱାରଗୋଟିଏ କୋଠରୀର ବିଭିନ୍ନ ସ୍ଥାନରେ ଉପକରଣ ଲଗାଇ ପ୍ରାୟ 12x12 ଫୁଟ ଆକାରର କୋଠରୀକୁ ପ୍ରାୟ 10 ମିନିଟ 400 ବର୍ଗ ଫୁଟର କୋଠରୀକୁ 30 ମିନିଟ ମଧ୍ୟରେ ବିଶୋଧନ କରାଯାଇପାରିବ

ଅଚାନକ କୋଠରୀ ଖୋଲିଗଲେ କିମ୍ବା ମାନବୀୟ ହସ୍ତକ୍ଷେପ ହେଲେ ଏହି ସାନିଟାଇଜର ଆପେ ବନ୍ଦ ହୋଇଯାଏଉତ୍ପାଦଟିର ଆଉ ଏକ ବିଶେଷତ୍ୱ ହେଲା ହାତରେ ହୋଇ ପାରୁଥିବା ପରିଚାଳନା

**********


(ରିଲିଜ ଆଡି: 1621095) ପରିଦର୍ଶକ କାଉଣ୍ଟର : 342